Posted inଫୁରସତ

ପିଲାଙ୍କ ପାଇଁ ମା’ ବି କରିପାରେ ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହଂସ ପାଣିରେ ଜମି ରହିଥିବା ଆବର୍ଜନା ଜରିକୁ ନିଜ ଥଣ୍ଟରେ କାଢ଼ି ବାହାରକୁ ପକାଉଛି। ଯେଉଁ କଥାକୁ ମଣିଷ ହୃଦୟଙ୍ଗମ କରି ନ ପାରି ପରିବେଶକୁ ଦୂଷିତ କରୁନ୍ତି, ସେହି କଥାକୁ ଏକ ହଂସ ଦୃଦୟଙ୍ଗମ କରିପାରିଛି। ହଂସ ତାର ଛୁଆଙ୍କୁ ଧରି ପାଣିରେ ଖେଳୁଥିବା ବେଳେ ପିଲାମାନେ କାଳେ ଆବର୍ଜନା ଜରିକୁ ଖାଇଦେବେ ସେ ନେଇ ମା’ ହଂସ ତା ଥଣ୍ଟରେ ଏସବୁକୁ ସଫା କରୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ହଂସ ଏହାକୁ ତା ପିଲାମାନଙ୍କ ପାଇଁ ହୃଦୟଙ୍ଗମ କରିଛି, ମଣିଷମାନେ ମଧ୍ୟ ଏହା ବୁଝିବା ଦରକାର। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳଚର ‘ସ୍ପିନୋସର’

ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍‌ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା।...

ଏମିତି ଦେଶ, ଯେଉଁଠି କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ

ଦୁନିଆର ଅଧିକାଂଶ ଦେଶରେ ଅଜବଗଜବ ଘଟଣା ସବୁ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ଦେଶର ରୀତିନୀତି ପରମ୍ପରା ବି ଭିନ୍ନ ହୋଇଥାଏ। ବିଶ୍ୱରେ ଏମିତି ଏକ ଦେଶ...

ଏମିତି ଗଛକୁ ଚଢ଼ୁଛି ଭୟଙ୍କର ସାପ, ଦେଖିଲେ ଟାଙ୍କୁରି ଉଠିବ ଲୋମ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ହସର ଖୋରାକ ଯୋଗାଉଥିବା ବେଳେ...

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌...

ପ୍ରେମିକାଙ୍କୁ ପ୍ରପୋଜ କଲାପରେ ଗୁଗୁଲ ସିଇଓଙ୍କୁ କ’ଣ ମିଳିଥିଲା ଉତ୍ତର

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକ। ତାମିଲନାଡୁର...

କବର ବଦଳରେ ମୁଖାଗ୍ନି

ହରିୟାଣା: ବହୁବିଧ ପରମ୍ପରା, ଧର୍ମୀୟ ବିଶ୍ୱାସକୁ ନେଇ ସମୃଦ୍ଧ ଭାରତବର୍ଷ। ବିବିଧତା ଭିତରେ ଏକତା ୧୩୦ କୋଟି ଲୋକଙ୍କୁ ବାନ୍ଧି ରଖିଛି। ଐଶ୍ୱର୍ଯ୍ୟ, ବିଭବରେ ପରିପୂର୍ଣ୍ଣ...

ରାସ୍ତା ଉପରେ ପଡ଼ିଛି ଟଙ୍କା

ଜୟପୁର: ରାସ୍ତା ଉପରେ ପଡ଼ିଛି ୧୦ ଟଙ୍କିଆ ନୋଟ୍‌। ଲକ୍‌ଡାଉନ ବେଳେ ଏମିତି ଏକ ଖବର ଶୁଣି ଲୋକେ ଭୟଭୀତ ହୋଇ ଯାଇଥିଲେ। ହୁଏତ ନୋଟ୍‌...

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର

ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ...

Advertisement
Archives

Model This Week