ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର

ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ। ଯାହାର ମୂଲ୍ୟ କିଲୋ ପିଛା ପାଞ୍ଚରୁ ଛଅ ହଜାର ଟଙ୍କା ହେବ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ଏପରି ଏକ କାଠ ଅଛି ଯାହା ଚନ୍ଦନ କାଠର ମୂଲ୍ୟଠାରୁ ବହୁ ଗୁଣ ଅଧିକ। ଧନୀ ବ୍ୟକ୍ତି ମଧ୍ୟ ଏହାକୁ କିଣିବା ପୂର୍ବରୁ ଦୁଇଥର ଚିନ୍ତା କରିବେ।

ଏହି କାଠର ନାମ ହେଉଛି ଆଫ୍ରିକୀୟ ବ୍ଲାକ୍‌ଉଡ। ଏହି କାଠର କିଲୋଗ୍ରାମର ମୂଲ୍ୟ ଆଠ ହଜାର ପାଉଣ୍ଡ ତଥା ଭାରତୀୟ ମୂଦ୍ରାରେ ସାତ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହି ମୂଲ୍ୟରେ ଭଲ ବିଳାସପୂର୍ଣ୍ଣ କାର୍‌ କିଣାଯାଇ ପାରିବ।

ଆଫ୍ରିକୀୟ ବ୍ଲାକଉଡ ଗଛଗୁଡିକ ଅନ୍ୟ ଗଛ ତୁଳନାରେ ପୃଥିବୀରେ ଅତ୍ୟନ୍ତ ବିରଳ। ଉଚ୍ଚତା ପ୍ରାୟ ୨୫ ରୁ ୪୦ ଫୁଟ। କେନ୍ଦ୍ରୀୟ ଏବଂ ଦକ୍ଷିଣ ଆଫ୍ରିକାର ୨୬ ଟି ଦେଶରେ ଆଫ୍ରିକୀୟ ବ୍ଲାକ୍‌ଉଡ ଦେଖିବାକୁ ମିଳେ। ସେଗୁଡ଼ିକ ପ୍ରାୟତ ଶୁଷ୍କ ସ୍ଥାନରେ ଦେଖାଯାଏ। ଯଦିଓ ଏହି ବୃକ୍ଷଟି ସମ୍ପୂର୍ଣ୍ଣ ଭାବେ ବଢ଼ିବାକୁ ପ୍ରାୟ ୬୦ ବର୍ଷ ସମୟ ନେଇଥାଏ, କିନ୍ତୁ କେନିଆ ଏବଂ ତାଞ୍ଜାନିଆ ପରି ଦେଶରେ ବେଆଇନ କାଠ ଚୋରା ଚାଲାଣ ହେତୁ ଏହି ଗଛଗୁଡିକ କଟାଯାଇଥାଏ।

ଏହି କାଠ କ୍ଲାରିନେଟ, ବଂଶୀ ଏବଂ ଗିଟାର ଭଳି ବାଦ୍ୟଯନ୍ତ୍ର ତିଆରିରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ଶକ୍ତିଶାଳୀ ଏବଂ ସ୍ଥାୟୀ ଆସବାବପତ୍ର ମଧ୍ୟ ଏହି କାଠରୁ ତିଆରି ହୁଏ। ଏହା ଏତେ ମହଙ୍ଗା ଯେ, ସେଗୁଡିକ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ଚିଠି…

ଗୋଟେ ଦମ୍ଭର ନାଁ, ଗୋଟେ ଅହଙ୍କାରର ନାଁ, ଗୋଟେ ଆଶ୍ରାର ନାଁ, ଗୋଟେ ନିରୀହ ଭଲପାଇବାର ନାଁ ବାପା। ହେଲେ କୌଣସି ସନ୍ତାନ କ’ଣ ସତରେ...

ଟୁଥ୍‌ପିକ୍‌ରେ ଜାତୀୟ ପତାକା ତିଆରି କଲେ ଶିକ୍ଷକ

ଅମୃତସର,୨୩।୧: ପଞ୍ଜାବ ଅମୃତସରର ସରକାରୀ ଶିକ୍ଷକ ବଲଜିନ୍ଦର ସିଂ ଟୁଥ୍‌ପିକ୍‌ ବ୍ୟବହାର କରି ଜାତୀୟ ପତାକା ତିଆରି କରିଥିବା କହିଛନ୍ତି। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ...

କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର...

ଚାହିଁ ରହିଥିଲା ମୃତ୍ୟୁ: ଭୟଙ୍କର ଦୃଶ୍ୟ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪ର୍ଥ ମହଲାରୁ ବେଡ୍‌ସିଟ୍‌ ସାହାଯ୍ୟରେ ତଳକୁ ଖସି ପଳାଇଲେ କରୋନା ରୋଗୀ

କାନବେରା,୨୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ପ୍ରକାଶ ପାଉଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଅଷ୍ଟ୍ରେଲିଆରେ ଏମିତି ଏକ...

ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ

ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ...

ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌...

Advertisement
Archives

Model This Week