Posted inଫୁରସତ

ବିଶ୍ୱର ସବୁଠୁ ମହଙ୍ଗା ପାଣି: ଗୋଟିଏ ବୋତଲ ଦାମ୍‌ରେ କିଣି ହେବ ୨ ମହଲା କୋଠା

ଦୁନିଆର ସବୁଠାରୁ ମହଙ୍ଗା ପାଣି। କେବେ ଭାବିଛନ୍ତି କି ପାଣି ବୋତଲର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇପାରେ। ଦୁନିଆରେ ଏମିତି ଏକ ପାଣି ବୋତଲ ଅଛି ଯାହାର ଦାମ୍‌ରେ ୨ ବିଏଚକେ ଫ୍ଲାଟ ଏତେ ବଡ ସହରରେ କିଣାଯାଇପାରିବ। ଦୁନିଆର ଏହି ମହଙ୍ଗା ଜଳର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିୟାନି। ଏହାର ଗୋଟିଏ ପାଣି ବୋତଲର ମୂଲ୍ୟ ୪୫ ଲକ୍ଷ ଟଙ୍କା। ଏହି ବୋତଲରେ ସମ୍ପୂର୍ଣ୍ଣ ୧ ଲିଟର ପାଣି ମଧ୍ୟ ନାହିଁ । ବରଂ ଏହି ବୋତଲରେ କେବଳ ୭୫୦ ମିଲି ପାଣି ଆସିଥାଏ । ଆକ୍ୱା ଡି କ୍ରିଷ୍ଟେଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି ଜଳର ଏକ ବୋତଲର ମୂଲ୍ୟ ୬୦,୦୦୦ ଡଲାର ଅର୍ଥାତ୍‌ ୪୫ ଲକ୍ଷରୁ ଅଧିକ। ଏହି ଜଳ ଫ୍ରାନ୍ସ ଏବଂ ଫିଜିର ଏକ ପ୍ରାକୃତିକ ସ୍ରୋତରୁ ଆସିଥାଏ ।
ଏହି ପାଣି ବୋତଲ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଅନେକ କାରଣ ଅଛି। ଏହାର ଏକ କାରଣ ହେଉଛି ଏହାର ସ୍ବତନ୍ତ୍ର ବୋତଲ, ଯାହା ୨୪ କ୍ୟାରେଟ ସୁନାରେ ନିର୍ମିତ। ଏହି ବୋତଲକୁ ଦୁନିଆର ସବୁଠାରୁ ପ୍ରସିଦ୍ଧ ବୋତଲ ଡିଜାଇନର୍‌ ଫର୍ନାଣ୍ଡୋ ଆଲ୍ଟାମିରାନୋ ଡିଜାଇନ କରିଛନ୍ତି। ସେ ଦୁନିଆର ସବୁଠୁ ଦାମୀ ବୋତଲ କଗନାକ ଡୁଡୋଗନ ହେରିଟେଜ ହେନେରୀ ଚତୁର୍ଥକୁ ମଧ୍ୟ ଡିଜାଇନ କରିଥିଲେ। ବୋତଲ ବ୍ୟତୀତ ଏହି ଜଳର ସ୍ବାଦ ମଧ୍ୟ ଅଲଗା ଏବଂ ଏହା ସାଧାରଣ ଜଳ ଅପେକ୍ଷା ଅନେକ ଗୁଣ ଅଧିକ ଶକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି...

ଏହି ଦେଶର ଲୋକଙ୍କୁ ଦେବାକୁ ପଡ଼େନି ଇନ୍‌କମ୍‌ ଟ୍ୟାକ୍ସ

ବଜେଟ ସମୟରେ ଭାରତର ମଧ୍ୟବିତ୍ତ ବର୍ଗଙ୍କ ନଜର ଇନ୍‌କମ୍‌ ଟ୍ୟାକ୍ସ ଉପରେ ରହିଥାଏ। ଏହି ଟ୍ୟାକ୍ସ ସ୍ଲେଭ୍‌ରୁ ସାଧାରଣ ଲୋକଙ୍କ ବର୍ଷକ ପାଇଁ ଟ୍ୟାକ୍ସ ଆକଳନ...

ଜାଣନ୍ତୁ କାହିଁକି ଖ୍ରୀଷ୍ଟମାସରେ ପିନ୍ଧାଯାଏ ଲାଲ୍‌ ରଙ୍ଗର ପେଷାକ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି...

ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ପାଇଁ ଅନୁରୋଧ !

ନ୍ୟୁ ସାଉଥ୍‌ ଓ୍ବେଲସ୍‌,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।...

୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍‌ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି

ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍‌ ଏବଂ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍‌ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍‌ରେ...

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ...

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି...

୨ ହାତୀ ହେଲେ ୬.୨୫ ଏକର ଜମିର ମାଲିକ

ପାଟନା, ୧୦।୬: ମଣିଷ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ବେଳେବେଳେ ଅତି ନିବିଡ଼ ହୋଇଯାଏ। ମଣିଷ ସେତେବେଳେ ପ୍ରାଣୀଙ୍କୁ ନିଜର ଅତି ନିଜର ପରିବାର ସଦସ୍ୟ ବୋଲି...

Advertisement
Archives

Model This Week