Posted inଫୁରସତ

ସବୁଠୁ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ

ରିଓ ଡି ଜେନିରୋ: ସମ୍ପ୍ରତି ଯୁବପିଢ଼ି ହୁଅନ୍ତୁ କି ବୟସ୍କ, ସେଲ୍‌ଫି ମାନିଆ ସମସ୍ତଙ୍କୁ ଘାରିଛି। ତେବେ ପ୍ରତିବର୍ଷ ଏହି ସେଲ୍‌ଫି କ୍ରେଜ୍‌ ପାଇଁ ଅନେକ ଶହ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥାଏ। ତଥାପି ସେଲ୍‌ଫି ପ୍ରେମୀମାନେ ନିଜକୁ ସାହସୀ ଏବଂ ଦୁଃସାହସିକ ଦର୍ଶାଇବା ପାଇଁ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ସେଲ୍‌ଫି ନେଇଥାନ୍ତି, ଯାହା ସେମାନଙ୍କୁ ମୃତ୍ୟୁମୁଖକୁ ଟାଣିଥାଏ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ବରେ ଅନେକ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ ରହିଥିବାବେଳେ ସେଥିମଧ୍ୟରୁ ବ୍ରାଜିଲର ପେଡ୍ରା ଡା ଗାଭେଆ ଅନ୍ୟତମ।
ପେଡ୍ରା ଡା ଗାଭେଆ ଏକ ବିଶାଳ ପର୍ବତ ହୋଇଥିବା ବେଳେ ଏହା ବ୍ରାଜିଲର ପ୍ରମୁଖ ସହର ରିଓ ଡି ଜେନିରୋରେ ଅବସ୍ଥିତ। ଏହି ପର୍ବତର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୮୪୪ ମିଟର (୨,୭୬୯ ଫୁଟ୍‌) ରହିଛି। ଏହି ପର୍ବତ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ସେହିପରି
ପେଡ୍ରା ଡା ଗାଭେଆର ଶିଖରରେ ରିଓ ଡି ଜେନିରୋ ସହରର ଅନେକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥାଏ। ତେବେ ଉକ୍ତ ପର୍ବତ ଶିଖରରେ ସେଲ୍‌ଫି ନେବା ବିପଦକୁ ନିମନ୍ତ୍ରଣ କରିବା ସଦୃଶ ହୋଇଥାଏ।
ପେଡ୍ରା ଡା ଗାଭେଆ ପର୍ବତଟି ସମୁଦ୍ର କୂଳରେ ଅବସ୍ଥିତ। ପର୍ବତର ଯେଉଁ ପାର୍ଶ୍ୱରେ ସମୁଦ୍ର ରହିଛି, ସେହି ପଟେ କୌଣସି ଢାଲ ନାହିଁ। ତେଣୁ ପର୍ବତ ଶିଖରର ଉକ୍ତ ପାର୍ଶ୍ୱରେ ଠିଆ ହୋଇ ସେଲ୍‌ଫି ନେବା ବେଳେ ସାମାନ୍ୟ ଅସାବଧାନତା ଘଟିଲେ ସମୁଦ୍ର ମଧ୍ୟକୁ ପଡ଼ିଯିବାର ସମ୍ଭାବନା ରହିଥାଏ। ପ୍ରତିବର୍ଷ ଏହି ପର୍ବତରେ ଏହିପରି ଅନେକ ଦୁର୍ଘଟଣା ଘଟିଥାଏ, ଯେଉଁଥିରେ ଅନେକ ଡଜନ୍‌ ଲୋକ ପ୍ରାଣ ହରାଇଥାନ୍ତି। ନିଜର ଅତ୍ୟଧିକ ଉଚ୍ଚତା ଏବଂ ତୀକ୍ଷ୍ଣ ଧାର ଯୋଗୁ ପେଡ୍ରା ଡା ଗାଭେଆକୁ ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ ଭାବେ ବିବେଚନା କରାଯାଇଥାଏ। ଏହି ପର୍ବତ ଶିଖରରେ କୌଣସି ସୁରକ୍ଷା ରେଲିଂ କିମ୍ବା ବାଡ଼ ନ ଥିବାରୁ ଏଠାରେ ସେଲ୍‌ଫି ନେବା ଅତ୍ୟନ୍ତ ବିପଜ୍ଜନକ। ପେଡ୍ରା ଡା ଗାଭେଆର ଶିଖରରେ ପହଞ୍ଚତ୍ବା ପାଇଁ ୬ରୁ ୮ ଘଣ୍ଟାର କଠିନ ପଦଯାତ୍ରା କରିବାକୁ ପଡ଼ିଥାଏ। ଏହି ଯାତ୍ରା ବେଳେ ‘କାରାସ୍କୁଇରା’ ନାମକ ଏକ ୩୦ ମିଟର ଉଚ୍ଚ ପଥରରେ ଚଢ଼ିବାକୁ ପଡ଼ିଥାଏ। ଉକ୍ତ ପଥରକୁ ଚଢ଼ିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ କଷ୍ଟକର ହୋଇଥାଏ। ଏଥିପାଇଁ ପରିଦର୍ଶକମାନଙ୍କୁ ଦଉଡ଼ିର ବ୍ୟବହାର କରିବାକୁ ପଡ଼ିଥାଏ। ଏହି ପର୍ବତରେ ଚଢ଼ିବା ସମୟରେ ଲୋକମାନେ ସାଧାରଣତଃ ଥକାପଣ ଏବଂ ଅସାବଧାନତାବଶତଃ ନିଜର ସନ୍ତୁଳନ ହରାଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଏହି ସ୍ଥାନକୁ ଭ୍ରମଣ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri