ସାନପୁଅଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ବିଧାୟକ

ଢେଙ୍କାନାଳ ଅଫିସ, ୧୧।୧: ଢେଙ୍କାନାଳ ଜିଲା ପରଜଙ୍ଗ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଦୀର୍ଘଦିନ ହେଲା ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଧାୟକ ଡା. ନୃସିଂହ ଚରଣ ସାହୁ। ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ପୁରୁଖା ବିଜେଡି ନେତା ନୃସିଂହଚରଣ ସାନପୁଅ ଅସିତ୍‌ କୁମାର ରାୟଚୌଧୁରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଅସିତ୍‌ଙ୍କ ପ୍ରବେଶକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଆଗାମୀ ନିର୍ବାଚନରେ ଯୁବନେତୃତ୍ୱକୁ ବିଜେଡି ଗୁରୁତ୍ୱ ଦେବ ବୋଲି ଘୋଷଣା କରିସାରିଥିବାବେଳେ ସାନପୁଅଙ୍କୁ ସଙ୍ଗଠନର ଦାୟିତ୍ୱ ଅର୍ପଣ କରିବା ରାଜନୈତିକ ରଣନୀତି ବୋଲି ଆଲୋଚନା ହେଉଛି।
ପରଜଙ୍ଗ ମିନି ଷ୍ଟାଡିୟମ୍‌ରେ ମଙ୍ଗଳବାର ନିର୍ବାଚନମଣ୍ଡଳୀସ୍ତରୀୟ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଜିଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ମାନିତ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଜିଲା ପରିଷଦ ଉପସଭାନେତ୍ରୀ ବିଳାସିନୀ ସେଠୀ, ଜିଲା ସାଧାରଣ ସମ୍ପାଦକ ଭୂପେଶ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଜିଲା ପରିଷଦ ସଦସ୍ୟ ରୁନୁ ବର୍ମା, ନିରାକାର ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଶ୍ରମିକ ନେତା ଦିଲୀପ ବର୍ମା, ଛାତ୍ର ବିଜେଡି ସଭାପତି ପ୍ରିୟଜିତ୍‌ ସାମଲଙ୍କ ସମେତ ୩,୦୦୦ରୁ ଊର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ।
ନିଜ ପ୍ରତିକ୍ରିୟାରେ ବିଧାୟକ କହିଛନ୍ତି, ଅସିତ୍‌ଙ୍କୁ ଯେବେ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ତାହାକୁ ସୁଚାରୁରୂପେ ତୁଲାଇଛନ୍ତି। ଦଳର ୨୬ତମ ପ୍ରତିଷ୍ଠା ଦିବସ ପକ୍ଷ ପାଳନ ଦାୟିତ୍ୱ ମଧ୍ୟ ସେ ନେଇଛନ୍ତି। ଯେହେତୁ କର୍ମୀମାନେ ତାଙ୍କୁ ସମର୍ଥନ କରୁଛନ୍ତି, ତେଣୁ ତାଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିରେ କର୍ମୀମାନେ ସହଯୋଗ କରିବାକୁ ବିଧାୟକ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାର ଏକ ଘରୋଇ ହସ୍ପିଟାଲରେ ଲାଗିଲା ନିଆଁ

ବାରିପଦା,୧୫ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ...

ରାଶନ କାର୍ଡରୁ ବଞ୍ଚିତ ଶବର ପରିବାର

ମହାକାଳପଡ଼ା,୧୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁର ଗରିବ, ଖଟିଖିଆ, ଜନଜାତିମାନଙ୍କୁ ମାଗଣାରେ ରାଶନ ସାମଗ୍ରୀ ଚାଉଳ, ଗହମ, କିରୋସିନ ଯୋଗାଇ...

ତ୍ରିଶା ହସ୍ପିଟାଲ ବିଏସ୍‌କଓ୍ବୋଇ ତାଲିକାରୁ ନିଲମ୍ବିତ

ଭୁବନେଶ୍ୱର, ୧୫ା୭(ବନ୍ଦନା ସେଠୀ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧିନ ତାଲିକାରୁ...

ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର

ସୁନ୍ଦରଗଡ଼,୧୫ା୭: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁତ୍ରା ଥାନା ଗମାଡିହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର ହୋଇଛି। ଗମାଡିହିର ଜଣେ ଯୁବତୀ...

ଗଜା ହେଉନି ହାଇବ୍ରିଡ୍‌ ଧାନ ବିହନ

ଅମରପାଲି,୧୫ା୭(ପୀତାମ୍ବର ସାହୁ): ଖରିଫ ଚାଷ ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଚାଷୀ ଧାନ ବୁଣିଥିଲେ। ହେଲେ ନିମ୍ନମାନର ବିହନ ଯୋଗୁ ଗଜା ହେଉ ନ...

ବଢ଼ୁଛି ଘରୋଇ ହସ୍ପିଟାଲ ସଂଖ୍ୟା, ହେଉନି ଯାଞ୍ଚ

କଟକ,୧୫।୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସହରରେ ଏବେ ଘରୋଇ ହସ୍ପିଟାଲ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଘରୋଇ ହସ୍ପିଟାଲରେ ସରକାରଙ୍କ କୌଣସି ନିୟମ ପାଳନ କରାଯାଉ ନ...

ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ,୧୫ା୭ (କଳ୍ପତରୁ ନାୟକ): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକରେ ବାତ୍ୟା...

ପୁଅ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ବାପା

ନୀଳଗିରି,୧୫ା୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଚିନ୍ତାରେ ଗୋଟିଏ ପରିବାରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri