୧୫ରୁ କମ୍‌ ପିଲା ଥିଲେ ମିଶ୍ରଣ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ) :ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲ୍ଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ସିଡ୍ୟୁଲ ଏରିଆ ବା ଅନୁସୂଚିତ ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା କରାଯିବ। ପୂର୍ବରୁ ୨୦୧୩ ନୂଆ ନିୟମ ଅନୁସାରେ ନନ୍‌ ସିଡ୍ୟୁଲ ଅଞ୍ଚଳରେ ୪୦ ପିଲା ଓ ସିଡ୍ୟୁଲ ଅଞ୍ଚଳରେ ୨୫ପିଲାରୁ କମ୍‌ଥିଲେ ସ୍କୁଲ ବନ୍ଦ ହୋଇପାରିବାର ବ୍ୟବସ୍ଥା ରହିଥିଲା। ଓଡ଼ିଶାର ସିଡ୍ୟୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ବନ୍ଦ ହେବା ନିଷ୍ପତ୍ତିକୁ ବିରୋଧୀ କଡ଼ା ସମାଲୋଚନା କରିବା ପରେ ରବିବାର ଗୃହରେ ବିବୃ୍‌ତିି ରଖି ସ୍କୁଲ ମିଶ୍ରଣ ସପକ୍ଷରେ ମନ୍ତ୍ରୀ ଦାଶ ସଫେଇ ଦେଇଥିଲେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩ ହଜାର ଟଙ୍କା ଲେଖାଏ ଏକକାଳୀନ ରାଶି ପ୍ରଦାନ କରାଯିବ। ଏହାବାଦ ଶିକ୍ଷା ଅଧିକାର ଆଇନ ଅନୁସାରେ ଏସ୍କର୍ଟ ଆଲାଉନ୍ସ ବାବଦକୁ ମାସିକ ୬୦୦ ଟଙ୍କା ଲେଖାଏ ଦେବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଗୃହରେ କହିଛନ୍ତି।
ରାଜ୍ୟରେ ଏବେ ମୋଟ ୬୭,୦୦୦ ବିଦ୍ୟାଳୟ ରହିଥିବାବେଳେ ଗଣଶିକ୍ଷା ବିଭାଗ ଦ୍ୱାରା ୫୨,୦୦୦ ସ୍କୁଲ ପରିଚାଳିତ ହେଉଛି। ୨୦୦୨-୦୩ ରୁ ଏଯାବତ୍‌ ରାଜ୍ୟରେ ୨୧,୯୨୫ ସ୍କୁଲ ବଢିଛି। ସଂଖ୍ୟାଧିକ ଛୋଟ ଛୋଟ ବିଦ୍ୟାଳୟ ରହିବା ଦ୍ୱାରା ଶିକ୍ଷାର ମାନ ହ୍ରାସ ପାଉଛି। ଆଦିବାସୀ ବହୁଳ ଜିଲାଗୁଡ଼ିକରେ ରହିଥିବା ସରକାରୀ ଆବାସିକ ବିଦ୍ୟାଳୟ ପ୍ରତି ଅଧିକ ଛାତ୍ରୀଛାତ୍ର ଆକୃଷ୍ଟ ହେଉଛନ୍ତି। ଫଳରେ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟା ହାତକୁ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି ଅଧ୍ୟାୟ ୭ରେ ଏନେଇ ଉଲ୍ଲେଖ ରହିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲ ବନ୍ଦ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କୌଣସି କାର୍ଯ୍ୟ କରି ନାହାନ୍ତି। ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ। ଏବେ ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲରେ ୪୦ରୁ କମ୍‌ ଛାତ୍ରୀଛାତ୍ର ଅଛନ୍ତି। ସେଥିରୁ ୭,୭୨୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୃହତ୍ତର ବିଦ୍ୟାଳୟ ସୃଷ୍ଟି, ନିମ୍ନ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଉଚ୍ଚଶ୍ରେଣୀ ସ୍କୁଲକୁ ଉନ୍ନୀତ କରିବା ଓ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକସ୍ତରର ଶିକ୍ଷାଦାନ ଏକତ୍ରୀକରଣର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟ ଏକତ୍ରୀକରଣ ନୀତିକୁ କାର୍ଯ୍ୟକାରୀ କରିବା ସମୟରେ ସ୍ଥାନୀୟ ସମସ୍ୟା, ଭୌଗୋଳିକ ସ୍ଥିତି, ପ୍ରାକୃତିକ ପ୍ରତିବନ୍ଧକ ଆଦିକୁ ଦୃଷ୍ଟିରେ ରଖାଯାଇଥିବା ଦାଶ କହିଛନ୍ତି।
ଗୃହରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ପ୍ରମୁଖ ସିଡ୍ୟୁଲ ଏରିଆ, କେବିକେ ଅଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଥିବା ସ୍କୁଲ୍‌କୁ ମିଶ୍ରଣ ନ କରିବାକୁ ଦାବି କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ଦାଶ ସିଡ୍ୟୁଲ୍‌ ଏରିଆରେ ନିୟମ କୋହଳ କଥା ଘୋଷଣା କରିଥିଲେ ହେଁ କେବିକେ କିମ୍ବା ପାହାଡ଼ିଆ ଅଞ୍ଚଳ କଥା କିଛି କହି ନ ଥିଲେ, ଯାହାକୁ ନେଇ ମନ୍ତ୍ରୀଙ୍କ ବିବୃତି ସମୟରେ ଉଭୟ କଂଗ୍ରେସ ଓ ଭାଜପା ବିରୋଧ କରିଥିଲେ।
ପ୍ରକାଶ ଯେ, ରାଜ୍ୟର ୬ଜିଲା ଯଥା ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାକୁ ସମ୍ପୂର୍ଣ୍ଣ ସିଡ୍ୟୁଲ୍‌ ଏରିଆଭାବେ ଘୋଷଣା କରାଯାଇଥିବାବେଳେ ୭ ଜିଲା ସମ୍ବଲପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ବାଲେଶ୍ୱରର କେତେକ ଅଞ୍ଚଳକୁ ସିଡ୍ୟୁଲ୍‌ ଏରିଆ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?