ପାଳିତ ମା’ଙ୍କ ପାଖରୁ ଉଦ୍ଧାର ହେଲେ ନାବାଳିକା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ୯ ବର୍ଷୀୟା ନାବାଳିକାକୁ ନେଇ ପାଳିତ ଦମ୍ପତି ଓ ଜନ୍ମିତ ମା’ବାପାଙ୍କ ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟିବାକୁ ଯାଇଛି। ୪ ଦିନର କସରତ ପରେ ଶେଷରେ ଚାଇଲ୍ଡ ଲାଇନ୍‌ ଓ ପୋଲିସର ମିଳିତ ଉଦ୍ୟମରେ ଉକ୍ତ ନାବାଳିକାଙ୍କୁ ରବିବାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ବସ୍ତିରୁ ଉଦ୍ଧାର କରାଯାଇଛି। ପୂର୍ବାହ୍ନରେ ନାବାଳିକାଙ୍କୁ ଉଦ୍ଧାରବେଳେ ମୁଣ୍ଡାସାହି ବସ୍ତିରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ୮ ବର୍ଷ ଧରି ନାବାଳିକାଙ୍କୁ ଝିଅର ସ୍ନେହ ଦେଇ ବଢ଼ାଇଥିବା ପାଳିତା ମା’ ଟୁନି ବିଷୋୟୀ କାନ୍ଦିକାନ୍ଦି ଅଧିକାରୀଙ୍କୁ ନେହୁରା ହୋଇଥିଲେ। କୁନିଝିଅ ମଧ୍ୟ ଟୁନିଙ୍କ ପାଖରେ ରହିବେ ବୋଲି କହୁଥିଲେ। ବସ୍ତିବାସିନ୍ଦା ଏକାଠି ହେଇ ନାବାଳିକାଙ୍କୁ ନ ନେବାକୁ ପୋଲିସ ଓ ଚାଇଲ୍ଡଲାଇନକୁ ବାଧ୍ୟ କରିଥିଲେ। ଏହାକୁ ନେଇ କିଛି ସମୟ ବସ୍ତିରେ ଉତ୍ତେଜନା ଦେଖାଯାଇଥିଲା। ସେମାନେ ନାବାଳିକାଙ୍କୁ ହସ୍ତାନ୍ତର କରିବେ ନାହିଁ ବୋଲି ଅଡ଼ି ବସିଥିଲେ। ସେଠାରୁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆଣି ରହିଥିବା ଆଇନ ଆଧାରରେ ବୁଝାଇଥିଲା। କିଛି ବସ୍ତିବାସିନ୍ଦା ଟୁନିଙ୍କୁ ସହଯୋଗ ପାଇଁ ଥାନାରେ ପହଞ୍ଚତ୍ଥିଲେ। ଶେଷରେ ପୋଲିସ ଓ ଚାଇଲ୍ଡଲାଇନର ବୁଝାଶୁଝା ପରେ ନାବାଳିକାଙ୍କୁ ଦେବା ଲାଗି ପାଳିତା ମା’ ଟୁନି ରାଜି ହୋଇଥିଲେ। ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ଉଦ୍ଧାର ନାବାଳିକାଙ୍କୁ ଅତିରିକ୍ତ ଶିଶୁକଲ୍ୟାଣ ସମିତି ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ କଳିଙ୍ଗବିହାରସ୍ଥିତ ବିଶ୍ୱଜୀବନ ସେବା ସଂଗଠନର ସେଲ୍ଟର ହୋମ୍‌ରେ ତାଙ୍କୁ ରଖାଯାଇଛି। କେଉଁ ପରିସ୍ଥିରେ ମା’ବାପା ଝିଅଙ୍କୁ ଭୁବନେଶ୍ୱରରେ ଛାଡ଼ିଥିଲେ, ଦୀର୍ଘଦିନ ପର୍ଯ୍ୟନ୍ତ କାହିଁକି ଖୋଜୁ ନ ଥିଲେ ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ। ଏଥିସହ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ, ସେଠାକାର ଚାଇଲ୍ଡଲାଇନ ଓ ସିଡବ୍ଲୁସିର ମଧ୍ୟ ସହଯୋଗ ନିଆଯିବ। ତଦନ୍ତ ପରେ ନାବାଳିକାଙ୍କୁ କାହାକୁ ହସ୍ତାନ୍ତର କରାଯିବ ଅତିରିକ୍ତ ସିଡବ୍ଲୁସି ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୪ରେ ଝିଅଙ୍କୁ ଯେତେବେଳେ ଦେଢ଼ବର୍ଷ ହୋଇଥିଲା ବାପା ସନ୍ତୋଷ ପ୍ରଧାନ ଓ ମନ୍ଦାକିନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ମନ୍ଦାକିନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଏହାପରେ ସନ୍ତୋଷ ଝିଅଙ୍କୁ ନେଇ ଭୁବନେଶ୍ୱର ଚାଲି ଆସିଥିଲେ। ଟୁନିଙ୍କ ଘରେ ସେ ରହିଥିଲେ। ଟୁନି ଓ ତାଙ୍କ ସ୍ବାମୀ ବାବୁଲିଙ୍କ ପିଲାଛୁଆ ନ ଥିବାରୁ ସନ୍ତୋଷଙ୍କ ଝିଅଙ୍କୁ ସେମାନେ ସ୍ନେହଶ୍ରଦ୍ଧା ଦେଇ ରଖିଥିଲେ। ୨୦୧୮ରେ ସନ୍ତୋଷ ଝିଅକୁ ଛାଡ଼ି ଘରକୁ ଚାଲିଯାଇଥିଲେ। ସନ୍ତୋଷ ଓ ମନ୍ଦାକିନୀଙ୍କର ଆଉ ଦୁଇ ଝିଅ ଥିଲେ। ହେଲେ କିଛିଦିନ ତଳେ ମନ୍ଦାକିନୀ ଭୁବନେଶ୍ୱରରେ ଛାଡ଼ି ଯାଇଥିବା ବଡ଼ ଝିଅଙ୍କୁ ଆଣିବାକୁ ସ୍ବାମୀ ସନ୍ତୋଷଙ୍କୁ ବାଧ୍ୟ କରିଥିଲେ। ତେଣୁ ସେମାନେ ବାରମ୍ବାର ଭୁବନେଶ୍ୱର ଆସି ଝିଅକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଝିଅଙ୍କୁ ଦେବାକୁ ପାଳିତା ମା’ ଟୁନି ରାଜି ହେଉ ନ ଥିବାରୁ ସେମାନେ ଫେରି ଯାଉଥିଲେ। ତେଣୁ ସନ୍ତୋଷ ଓ ମନ୍ଦାକିନୀ ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଏଥିସହ ସେମାନେ ଡିସିପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଚାଇଲ୍ଡଲାଇନ୍‌ ଉଦ୍ଧାର ପାଇଁ ଏକାଧିକ ଥର ଯାଇଥିଲେ ମଧ୍ୟ ନାବାଳିକାଙ୍କୁ ଧରି ପାଳିତା ମା’ ଓ ବାପା କେଉଁଆଡେ ପଳାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri