Posted inଖେଳ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରୀଡ଼ା ମନ୍ତ୍ରଣାଳୟର ସ୍ବାଗତ

ନୂଆଦିଲ୍ଲୀ,୧୮ା୯(ପି.ଟି.)-କେନ୍ଦ୍ରକ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଆଶ୍ୱସ୍ତି ମିଳିଛି। ଏଣିକି ଦେଶର ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ସ୍ବୀକୃତି ପ୍ରଦାନରେ ଆଗୁଆ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ସ୍ବୀକୃତିର ପ୍ରକ୍ରିୟା ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ କୋର୍ଟଙ୍କୁ ଜଣାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏସ୍‌ଏଫ୍‌ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ବାଗତ କରିଛି। ଏହାଦ୍ୱାରା ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଶୀଘ୍ର ସ୍ବୀକୃତି ପାଇଯିବେ। ଏବଂ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଆଥଲେଟ୍‌ମାନେ ଶୀଘ୍ର ସେମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅନେକ ଜାତୀୟ କ୍ରୀଡ଼ା ମହାସଂଘ ଜାତୀୟ କ୍ରୀଡ଼ା ଆଚରଣ ବିଧି ଅନ୍ତର୍ଗତ ବିଶେଷ କରି କାର୍ଯ୍ୟକାଳ ଅବଧି ଓ ବୟସ ସମୟସୀମା ନିୟମକୁ କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ଦର୍ଶାଇ ୨୦୧୦ରେ ରାହୁଲ ମେହେରା ନାମକ ଜଣେ ଆଇନଜୀବୀ ଏକ ଜନସ୍ବାର୍ଥ ମାମଲା ଦାଐର କରିଥିଲେ। ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଥିଲେ, କୋର୍ଟଙ୍କଠାରୁ ଆଗୁଆ ଅନୁମତି ନ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିପାରିବ ନାହିଁ। ଫଳରେ ୫୭ ଟି ଜାତୀୟ କ୍ରୀଡ଼ା ମହାସଂଘର ସ୍ବୀକୃତି ସାମୟିକ ବାତିଲ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର...

ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ

ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ...

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି।...

ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଖେଳାଳି

ସିଡନୀ,୯।୧୧: ନ୍ୟୁଜିଲାଣ୍ଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଏବେ ସିଡନୀରେ ଖେଳୁଛି। ଏହି ବଡ଼ ମ୍ୟାଚ ପୂର୍ବରୁ କିୱି ଖେଳାଳିମାନେ ଫଟୋଶୁଟ୍‌...

ଲଙ୍କା ପ୍ରିମିୟର ଲିଗ୍‌ରେ ଭାଗ ନେବେ ନାହିଁ ଏହି ଦେଶର ଖେଳାଳି

କଲମ୍ବୋ, ୨୯।୯: ନଭେମ୍ବରରେ ଖେଳାଯିବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)କୁ ବଡ଼ ଝଟ୍‌କା ଲାଗିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏହାର ଖେଳାଳିଙ୍କୁ ଲଙ୍କା...

ଦେବାଶିଷ ଦ୍ୱିଶତକରୁ ବଞ୍ଚିତ: ଇନିଂସ ବିଜୟ ଆଶାରେ ଓଡ଼ିଶା

କଟକ ଅଫିସ,୨୦ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ସର୍ଭିସେସ୍‌ ରଣଜୀ ମ୍ୟାଚ୍‌ର ୩ୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ମାଟିରେ ଓଡ଼ିଶା ପାଇଁ ଇନିଂସ ବିଜୟ...

ଡବ୍ଲୁଟିସି ଫାଇନାଲ୍‌ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍‌ ରାଶି ଠାରୁ ବି କମ୍‌

ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...

୧୯ ବର୍ଷରୁ କମ୍ ବିଶ୍ୱକପ୍: ଭାରତ- ବାଂଲାଦେଶ ଫାଇନାଲ

ପେଚେଫ୍ସଟ୍ରୁମ୍, ୬୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ବିଶ୍ୱକପ ର...

Advertisement
Archives

Model This Week