ଡାକ୍ତର ଅଭାବ, ପ୍ରକଳ୍ପ କାମ ବିଳମ୍ବ ଦେଖି ବିଗିଡ଼ିଲେ ମନ୍ତ୍ରୀ

ଉମରକୋଟ, ୨୧।୪(ସ୍ବ.ପ୍ର.): କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶୋଭା କାରାଣ୍ଡୁଜେ ୨ଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ବୁଧବାର ସେ ଉମରକୋଟରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲ। ନବରଙ୍ଗପୁର ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଡିଆର୍‌ଡିଏ ପିଡି, ଉମରକୋଟ ବିଡିଓ ଡ. ହିମାଞ୍ଚଳ ମାଝି, ତହସିଲଦାର ଏନ୍‌. ଜଗତ ଜୀବନ ଚୌଧୁରୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଉମରକୋଟ ସହରରେ ଥିବା ପୂର୍ବତନ ମନ୍ତ୍ରୀ ତଥା ସ୍ବାଧୀନତା ସଂଗ୍ରାମୀ ରବି ସିଂ ମାଝିଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ପ୍ରଥମେ ପୂଜାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ସେଠାରୁ ସେ ବାଟିବେଡ଼ା ହାଟିବନ୍ଧ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ପୁନରୁଦ୍ଧାର କାର୍ଯ୍ୟ ମେଶିନ୍‌ରେ କରାଯାଉଛି। ସ୍ଥାନୀୟ ଲୋକଙ୍କୁ ଶ୍ରମ ମିଳି ନ ଥିବା ମହିଳାମାନେ ଅଭିଯୋଗ କରିଥିଲେ। ପରେ ଉମରକୋଟ ଡଙ୍ଗରିସାହିସ୍ଥିତ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ମନ୍ତ୍ରୀ ବୁଲି ଦେଖିଥିଲେ। ଧାର୍ଯ୍ୟ ସମୟ ଡେଇଁଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ମନ୍ତ୍ରୀ ବିଗିଡିଥିଲେ। ଚଳିତ ମାସ ଶେଷସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଯନ୍ତ୍ରୀ ହରପ୍ରିୟା ପାତ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପାନୀୟଜଳ ସମସ୍ୟା ନେଇ ଡଙ୍ଗରିଗୁଡ଼ାର ଶତାଧିକ ମହିଳା ମନ୍ତ୍ରୀଙ୍କୁ ଭେଟିଥିଲେ। ପରେ ମନ୍ତ୍ରୀ ଇନାମ କେନ୍ଦ୍ରକୁ ଯାଇଥିଲେ। ଏଠାରେ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ମକାର ଉଚିତ ମୂଲ୍ୟ ପାଉ ନ ଥିବା ମନ୍ତ୍ରୀଙ୍କୁ ଜଣାଇଥିଲେ। ପରେ ମନ୍ତ୍ରୀ ବଡ଼କୁମାରୀସ୍ଥିତ ଏମ୍‌.ଏସ୍‌ ହାଚେରି ପରିଦର୍ଶନ କରିଥିଲେ। ଏହି ଅବସରରେ ହାଚେରିର ୮ ପ୍ରକଳ୍ପର ଡେମୋ ଦେଖାଯାଇଥିଲା। ମନ୍ତ୍ରୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଉମରକୋଟ ପୌର ପରିଷଦ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝିଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?