ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ: ବିଜୟ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ରାଜନୈତିକ ଆନ୍ଦୋଳନ, ପ୍ରତିବାଦ ଏବଂ ବିକ୍ଷୋଭ ବନ୍ଦ ହେବାର ନାଁ ନେଉ ନାହିଁ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଭାଜପା ଓ କଂଗ୍ରେସ ବିରୋଧ ପ୍ରଦର୍ଶନ ଜାରି ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି। ଅନ୍ୟପଟେ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ରବିବାର ସଙ୍ଗିନ ଅଭିଯୋଗ ଆଣିଛନ୍ତି। ମମିତା ଏବଂ ଗୋବିନ୍ଦ ସାହୁଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ମନ୍ତ୍ରୀ ମିଶ୍ର ତାଙ୍କ ଛତିଶଗଡ଼ ରାୟପୁରସ୍ଥିତ ବାସଭବନରେ ଚେଷ୍ଟା କରିଥିଲେ ବୋଲି ବିଜୟ ଗଣମାଧ୍ୟମକୁ କହିଛନ୍ତି।
ବିଜୟ କହିଛନ୍ତି ଯେ, ମମିତାଙ୍କ ମୋବାଇଲ ପୋଡ଼ିଯାଇଥିବା କଥା କୁହାଯାଉଛି। ମୋବାଇଲ ପୋଡ଼ିଯାଇଥାଉ କି ହଜିଯାଉ, ସେଥିରେ କିଛି ଫରକ ପଡ଼ିବନି। ମନ୍ତ୍ରୀ ମିଶ୍ରଙ୍କ କଲ୍‌ ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ। ତାଙ୍କ ପାଖରେ ଯାହା ସୂଚନା ରହିଛି, ମନ୍ତ୍ରୀ ମିଶ୍ରଙ୍କର କିଛି କଲ୍‌ ରେକର୍ଡକୁ ପୋଲିସ ଯାଞ୍ଚ କରିଛି। ଆଉ ତଦନ୍ତ ରିପୋର୍ଟ ସିଲ୍‌ କରି ୩ୟ ମହଲାକୁ ନେଇଛି। ମନ୍ତ୍ରୀଙ୍କ ସବୁ କଲ୍‌ ରେକର୍ଡକୁ ପୋଲିସ ଯାଞ୍ଚ କରିବା ଦରକାର। ଗୋବିନ୍ଦଙ୍କ କଲେଜକୁ କେବଳ କିଛି ମନ୍ତ୍ରୀ ଯାଉ ନ ଥିଲେ। କିଛି ବଡ଼ ବଡ଼ ସରକାରୀ ଅଫିସର ବି ଯାଉଥିଲେ। ପୋଲିସ ଏହି ମାମଲାକୁ ଦୁର୍ବଳ କରିବାକୁ ଚାହିଁବା ସହ ଗୋବିନ୍ଦଙ୍କୁ ଖସାଇବାକୁ ପ୍ରୟାସ କରୁଛି। ପୋଲିସ୍‌ର ତଦନ୍ତ ପ୍ରକ୍ରିୟା ଦେଖିଲେ ନାଟକ ଭଳି ମନେହେଉଛି। ଡିଆଇଜି ଓ ଏସ୍‌ପି କୌଣସି ଅପରାଧର ତଦନ୍ତ କରୁଥିବା ଭଳି ଲାଗୁ ନାହିଁ। ଲାଗୁଛି ଯେପରି ସେମାନେ ବଲାଙ୍ଗୀର ଓ କଳାହାଣ୍ଡିରେ ଫିଲ୍ମ ଶୁଟିଂ କରୁଛନ୍ତି। ତଦନ୍ତ ବେଳର ରେକର୍ଡିଂ କରି ସମସ୍ତଙ୍କ ନିକଟକୁ ପଠାଉଛନ୍ତି। ଠିକ୍‌ ଭାବେ ତଦନ୍ତ ନ କରି ଅନାବଶ୍ୟକ କଥାରେ ପୋଲିସ୍‌ ଲିପ୍ତ ରହୁଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। ଗୋବିନ୍ଦ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିବା କୁହାଯାଉଛି। ତେବେ ୨୪ ଘଣ୍ଟା ମଧ୍ୟରେ କାହିଁକି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ତାଙ୍କର ଜୁଡିସିଆଲ କନ୍‌ଫେନସନ୍‌ ପୋଲିସ କରାଇ ନାହିଁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପୋଲିସ ଏ ପର୍ଯ୍ୟନ୍ତ ତାହା କରିନାହିଁ। ପୋଲିସ ଆଗରେ ଗୋବିନ୍ଦ ଦୋଷ ସ୍ବୀକାର କରିଥିବା ଯାହା କୁହାଯାଉଛି, ତା’ର ମୂଲ୍ୟ କିଛି ନାହିଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ତଥ୍ୟର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୟ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀ ମିଶ୍ରଙ୍କୁ ବହିଷ୍କାର କରିବା ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯିବ କି ନାହିଁ ମୁଖ୍ୟମନ୍ତ୍ରୀ ସେକଥା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ, ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ ଅର୍ଥ କେମିତି ଦିଆଗଲା ତା’ର ଉତ୍ତର ଦିଅନ୍ତୁ। ପଶ୍ଚିମ ଓ଼ଡିଶା ବିକାଶ ପରିଷଦ ପାଣ୍ଠିକୁ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀଙ୍କ ନାଁରେ ମମିତାଙ୍କ ପରିବାରବର୍ଗ ମଧ୍ୟ ଅଭିଯୋଗ କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ କିଛି ନ ଜାଣିବା ଭଳି ନୀରବ ରହୁଛନ୍ତି। ମାହାଙ୍ଗା ଡବଲ ମର୍ଡର, ପରୀ ଓ ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିବା ସତ୍ତ୍ୱେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଆଗାମୀ ଦିନରେ ଏହି ପ୍ରତିବାଦକୁ ଆହୁରି ଶାଣିତ କରାଯିବ ବୋଲି ସମୀର କହିଛନ୍ତି।
ବିଜୟଙ୍କ ନାଁ ନ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବରିଷ୍ଠ ଭାଜପା ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଭିତ୍ତିହୀନ ା ପୋଲିସ୍‌ ତଦନ୍ତରେ କୌଣସି ହେଳା କରୁନାହିଁ ା ଏହି ଘଟଣାର ତଦନ୍ତ ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଚଳାଇଛନ୍ତି। କେନ୍ଦ୍ରରେ ଏନ୍‌ଆଇରେ କାର୍ଯ୍ୟ କରିବାର ତାଙ୍କର ମଧ୍ୟ ଅଭିଜ୍ଞତା ରହିଛି ା ଉଭୟ ଦଳର ନେତା ଏବେ ମହାଲିଙ୍ଗ କଲେଜ ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଭିନ୍ନ ପ୍ରକାର ମନଗଢ଼ା କଥା କହୁଥିବାରୁ ଏହା କେବଳ ତଦନ୍ତକୁ ବାଟବଣା କରୁନାହିଁ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ର ଓ ବରିଷ୍ଠ ଅଧ୍ୟାପକଙ୍କୁ ମଧ୍ୟ ବଦ୍‌ନାମ କରୁଛି ା ରାଜ୍ୟବାସୀ ଏହି ଘଟଣା ଉପରେ ନଜର ରଖିଥିବାରୁ ଗଣମାଧ୍ୟମରେ ନିଜ ନିଜର ସ୍ଥିତି ଜାହିର ପାଇଁ ଏଭଳି ଉଦ୍ଭଟ ମନ୍ତବ୍ୟ ନ ଦେବାକୁ ଲେନିନ୍‌ ଅନୁରୋଧ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?