ଫାଇଭ ଟାଉଟର କହି ବିଧାନସଭାରେ ଗର୍ଜନ କଲେ ମନ୍ତ୍ରୀ, ସମସ୍ତେ ତାଜୁବ

ଭୁବନେଶ୍ୱର,୨୪।୭: ଗତକାଲି ବିଧାନସଭାରେ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ। ରାଜ୍ୟପାଳଙ୍କ ପୁଅଙ୍କ କଥା ଉଠାଇ ବିଜେଡି ସ କଂଗ୍ରେସ ଗୃହକୁ ଚଲାଇ ନ ଥିଲେ। ତେବେ ଏହାରି ଭିତରେ ଗୃହ ଭିତରୁ ‘ଫାଇଭ ଟାଉଟର’ ବୋଲି ଶୁଣିବାକୁ ମିଳିଥିଲା। ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। କାହିଁକି ଓ କାହା ଉଦ୍ଦେଶ୍ୟରେ ଏଭଳି କଥା ଉଠିଲା ତାକୁ ଜାଣିବାକୁ ସମସ୍ତେ ମନ୍ତ୍ରୀଙ୍କ ଆଡକୁ ଚାହିଁ ରହିଲେ।

ବିଧାନସଭା ବଜେଟ ଅଧିବେଶନର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଫାଇଭ ଟାଉଟର କହି ଗୃହରେ ଗର୍ଜନ କରୁଛନ୍ତି। ବିଜେଡିକୁ ଟାର୍ଗେଟ କରି ଏଭଳି କହିଛନ୍ତି ମନ୍ତ୍ରୀ। ଗୃହରେ ନିଜ ବିବୃତ୍ତି ରଖୁଥିବାବେଳେ ଓଡ଼ିଶା ଅସ୍ମିତାକୁ ନେଇ ବିଜେଡି ଉପରେ ଖୁବ ବର୍ଷିଛନ୍ତି ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଅସ୍ମିତାକୁ ନେଇ ରାଜ୍ୟରେ ସରକାର ଗଠନ ହୋଇଛି। ତେଣୁ ବିରୋଧୀ ଦଳ ପାଖରେ ଓଡ଼ିଶା ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ। ଆଉ ଏତିକି ବେଳେ ମନ୍ତ୍ରୀଙ୍କ ମୁହଁରୁ ସେହି ଶବ୍ଦ ବାହାରିଥିଲା, ଯାହା ଖୁବ ଚର୍ଚ୍ଚା ସାଉଣ୍ଟିଥିଲା। ଓଡ଼ିଶା ଅସ୍ମିତା କଥା ଉଠାଇ ବିଜେଡିକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଫାଇଭ ଟାଉଟର ଶାସନ କରୁଥିଲେ, ସେତେବେଳେ ଓଡ଼ିଶା ଅସ୍ମିତା କୁଆଡେ ଗଲା। ଫାଇଭ ଟାଉଟର ଚୌକିରେ ବସୁଥିଲେ। ଆଉ ବିଜେଡି ବିଧାୟକ ଓ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିବା କଥା କହି ତେର୍ଚ୍ଛା ବାଣ ମାରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବଢ଼ିଲା ଆଇନଜୀବୀଙ୍କ…

ଭୁବନେଶ୍ୱର,୨୨।୬(ସୁନିତ ମିଶ୍ର): ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା…

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ…

ସିମେଣ୍ଟ କାରଖାନା ବନ୍ଦ: ତେଜିଲା ଅସନ୍ତୋଷ, ଲୋକେ ଆନ୍ଦୋଳନମୁହାଁ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri