ବୀମା କମ୍ପାନୀଙ୍କ ମନମାନି

ନୂଆଦିଲ୍ଲୀ, ୨୨।୭:  କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହର ସମୟରେ ବୀମା କମ୍ପାନୀଗୁଡିକର ମନମାନି ଦେଖିବାକୁ ମିଳିଛି। ବୀମା ନେଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା ପରିବର୍ତ୍ତେ କମ୍ପାନୀଗୁଡିକ ସମସ୍ୟାରେ ପକାଉଥିବା ଦେଖାଯାଇଛି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିବିଶେଷ ବୀମା ଦ୍ୱାରା ଏହାର ସୁବିଧା ନେବାକୁ ଆଶା କରିଥିଲେ। ମାତ୍ର ଜରୁରିକାଳୀନ ସମୟରେ ବୀମା କମ୍ପାନୀଗୁଡିକ ହାତ ଟେକି ଦେଉଥିବାରୁ ଲୋକମାନେ ସମସ୍ୟା ସାମ୍ନା କରୁଥିବା ଦେଖାଯାଉଛି। ଓଡ଼ିଶାର କଟକ ନିବାସୀ ବିପ୍ଳବ ସ୍ବାଇଁ ଗତ ୯ ବର୍ଷ ହେବ ବାର୍ଷିକ ୨୭ ହଜାର ଟଙ୍କାର ପ୍ରିମିୟମ ଭରୁଥିଲେ। ଗତ ମେ ମାସରେ କରୋନାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିବାର ନିର୍ଦ୍ଦିଷ୍ଟ ବୀମା ରାଶି ଲାଗି କ୍ଲେମ୍‌ କରିଥିଲେ। ମାତ୍ର ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ ଇନ୍‌ସ୍ୟୁରାନ୍ସ ଠିକ୍‌ ବୀମା ଦାବି ପ୍ରଦାନ କରିବାରେ ସହଯୋଗ କରି ନ ଥିବା ଅଭିଯୋଗ ଆସିଛି।
କେବଳ ଗୋଟିଏ ଉଦାହରଣ ନୁହେଁ। କୋଭିଡ୍‌ର ଦ୍ୱିତୀୟ ଲହର ଯେତେବେଳେ ପିକ୍‌ରେ ରହିଥିଲା, ସେହି ସମୟରେ ମଧ୍ୟ ବୀମା କମ୍ପାନୀଗୁଡିକ ନିଜ ଗ୍ରାହକଙ୍କୁ ହାତ ଛାଡିଦେଇଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀରେ କେବଳ ୨୦୦ ମାମଲା ଅଦାଲତରେ ପହଞ୍ଚିଛି। ଉପଭୋକ୍ତା ଅଧିକାରକୁ ନେଇ କାମ କରୁଥିବା ସଂସ୍ଥା କଞ୍ଜ୍ୟୁମର ଭଏସ୍‌ର ବୀମା ବିଶେଷଜ୍ଞ ସୁଭାଷ ତିଓ୍ବାରୀ କହିଛନ୍ତି, ଅଧିକରୁ ଅଧିକ ବୀମା ଦାବି ଖାରଜ ହୋଇଯାଉ ବୋଲି ବୀମା କମ୍ପାନୀଗୁଡିକ ଚାହିଁଥାନ୍ତି। ଯେଉଁମାନେ ଆଗକୁ ଆଇନଗତ ଭାବେ ଲଢେଇ କରିବାକୁ ପ୍ରସ୍ତୁତ ସେହିମାନଙ୍କୁ ହିଁ ବୀମା କ୍ଲେମ ମିଳୁଛି। ମାତ୍ର ୧୦% ଲୋକଙ୍କୁ ହିଁ ଠିକ୍‌ କ୍ଲେମ୍‌ ମିଳିପାରୁଛି ବୋଲି ସେ ମତପ୍ରକାଶ କରିଛନ୍ତି। ବିପ୍ଳବ ସ୍ବାଇଙ୍କ ଭଉଣୀ କହିଛନ୍ତି, ଭାଇ କ୍ୟାଶ୍‌ଲେସ୍‌ ପଲିସି ନେବା ସତ୍ତ୍ୱେ ମଧ୍ୟ ଷ୍ଟାର ହେଲ୍‌ଥର ନେଟ୍‌ଓ୍ବର୍କ ହସ୍ପିଟାଲ କ୍ୟାଶ ନେବା ପରେ ହସ୍ପିଟାଲରେ ଆଡମିଶନ କରାଇଥିଲେ। ଅଭିଯୋଗ କରାଯିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ ହସ୍ପିଟାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ବର୍ତ୍ତମାନ କମ୍ପାନୀ ବୀମା ଦାବିର ଅଧାରାଶି କାଟ କରୁଛି।
ହେଲ୍‌ଥର ଏମ୍‌ଡି ଏସ୍‌. ପ୍ରକାଶ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନେଟ୍‌ଓ୍ବର୍କ ହସ୍ପିଟାଲ ଗ୍ରାହକଙ୍କଠାରୁ ଯେଭଳି ଅର୍ଥ ଦାବି ନ କରନ୍ତି ତାକୁ ଧ୍ୟାନରେ ରଖାଯାଇଛି। ମାତ୍ର କୌଣସି ବ୍ୟକ୍ତି ମଞ୍ଜୁର ହୋଇଥିବା ଶ୍ରେଣୀ ବାଦ୍‌ ମହଙ୍ଗା କ୍ୟାବିନ ନିଅନ୍ତି ହସ୍ପିଟାଲ ଅତିରିକ୍ତ ରାଶି କ୍ୟାଶ୍‌ ଭାବେ ନେଇଥାଏ। ଗ୍ରାହକ ଆମ ପାଖରେ ଅଭିଯୋଗ କଲେ ତା’ର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥାଏ। ମାତ୍ର ବିପ୍ଳବଙ୍କ ଭଉଣୀ କୁହନ୍ତି, ରୁମ୍‌ ଭଡ଼ା ସୀମାକୁ ନେଇ ପଲିସିରେ କିଛି ଉଲ୍ଲେଖ କରାଯାଇ ନ ଥିଲା। ପଲିସିର ସେଟେଲମେଣ୍ଟ ନ କରି ରୀତିମତ ଭାବେ ଲୋକଙ୍କୁ କମ୍ପାନୀଗୁଡିକ ହଇରାଣ କରୁଛନ୍ତି। କ୍ଳେମ୍‌ ରାଶି କାଟକୁ ନେଇ ଷ୍ଟାର ହେଲ୍‌ଥର ଏହି ଅଧିକାରୀ ଜଣକ କହିଛନ୍ତି, ସବୁ ଭୁଲ୍‌ ହସ୍ପିଟାଲ ପକ୍ଷରୁ ହୋଇଛି। ବୀମା ନେଇଥିବା ରୋଗୀଙ୍କୁ ହସ୍ପିଟାଲ ଓଭର ଚାର୍ଜ କରୁଛନ୍ତି। ଏଭଳି ମାମଲାରେ କମ୍ପାନୀଗୁଡିକ ସତର୍କତା ଅବଲମ୍ବନ କରିବାକୁ ପଡୁଛି।
କମ୍ପାନୀଗୁଡ଼ିକର ଏଭଳି ମନମୁଖି କାମକୁ ନେଇ ବୀମା ନିୟାମକ ଏବଂ ଉନ୍ନତୀକରଣ କର୍ତ୍ତୃପକ୍ଷ (ଆଇଆର୍‌ଡିଏ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ମାତ୍ର ଏହା ବର୍ତ୍ତମାନ ଚୁପ୍‌ ରହିଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଆଇଆର୍‌ଡିଏ ପକ୍ଷରୁ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଆଇଆର୍‌ଡିଏ ଅଧ୍ୟକ୍ଷ ପଦ ମେ ମାସରୁ ଖାଲି ପଡିଛି।
୫ ଲକ୍ଷର ପଲିସି, କମ୍ପାନୀ ଦେଇଛି ୧.୬୦ ଲକ୍ଷ
ଦିଲ୍ଲୀରେ ଅବାସ ଖାନ(ପରିବର୍ତ୍ତିତ ନାମ) ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ୫ ଲକ୍ଷ ଟଙ୍କାର କରୋନା କବଚ ପଲିସି ନେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ବିଲ୍‌ ୯ ଲକ୍ଷ ଟଙ୍କା ହୋଇଥିଲା। ଯେତେବେଳେ ସେ କମ୍ପାନୀକୁ କ୍ଲେମ୍‌ କରିଲେ କମ୍ପାନୀ ତାଙ୍କୁ ମାତ୍ର ୧.୬୦ ଲକ୍ଷ ଟଙ୍କା ରାଶି ଜାରି କଲା। ଅବାସ ବର୍ତ୍ତମାନ କୋର୍ଟ ଯିବାକୁ ପ୍ରସ୍ତୁତି କରୁଛନ୍ତି।
୫ ଲକ୍ଷର ବୀମା, ରୋଗୀ ପିଛା କମ୍ପାନୀ ଦେଇଛି ୧୦ ହଜାର
ଇନ୍ଦୋର ନିବାସୀ ଅଭୟ ଶର୍ମା ନିଜ ଲାଗି ୫ ଲକ୍ଷ ଟଙ୍କାର ପଲିସି ଏବଂ ତାଙ୍କ ସ୍ତ୍ରୀ ଏବଂ ପିଲା ଲାଗି ୩ ଲକ୍ଷ ଲେଖାଏଁ କୋଭିଡ୍‌ କବଚ ପଲିସି ନେଇଥିଲେ। ୩ ଜଣ କରୋନାରେ ସଂକ୍ରମିତ ହେବା ପରେ ୭୨ ହଜାର ଟଙ୍କାର ବିଲ୍‌ ହସ୍ପିଟାଲ ଦେଇଥିଲା। ମାତ୍ର ବୀମା କମ୍ପାନୀ ତାଙ୍କ ପୁଅକୁ ଅଧିକ ତମ ୧୦ ହଜାର ଟଙ୍କା ସ୍ତ୍ରୀକୁ ୫ ହଜାର ଏବଂ ତାଙ୍କୁ ୭,୫୦୦ ଟଙ୍କା କ୍ଲେମ୍‌ ଦେଉଛି।
କମ୍ପାନୀଙ୍କ ବିରୋଧରେ କରିପାରିବେ ଅଭିଯୋଗ
କଞ୍ଜ୍ୟୁମର ଭଏସ୍‌ର ସିଓଓ ଅସୀମ ସନ୍ନ୍ୟାଲ କହିଛନ୍ତି, ପ୍ରଥମେ ବୀମା କମ୍ପାନୀଙ୍କ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ଯଦି କମ୍ପାନୀଠାରୁ ସନ୍ତୋଷଜନକ ଉତ୍ତର ନ ମିଳେ ତେବେ ଆଇଆର୍‌ଡିଏ ପୋର୍ଟାଲରେ ଅଭିଯୋଗ କରିହେବ। ଅଭିଯୋଗ ପରେ ସମାଧାନ ଲାଗି କମ୍ପାନୀ ସ୍ବତଃପ୍ରବୃତ ଭାବେ ଆସିବେ। ଏହା ନ ହେଲେ ମାମଲା ବୀମା ଲୋକପାଳଙ୍କ ନିକଟରେ ପହଞ୍ଚିଯିବ। ବୀମା ଲୋକପାଳଙ୍କ ଶୁଣାଣିରେ ସନ୍ତୁଷ୍ଟ ନ ହେଲେ କଞ୍ଜ୍ୟୁମର ଫୋରମକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?