ତୋରଣରେ ସର୍ବଧର୍ମର ବାର୍ତ୍ତା

ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ପକ୍ଷରୁ ଏଥର ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ରୁ ଆସୋସିଏଶନ ପକ୍ଷରୁ ଦୁର୍ଗାପୂଜା ଆଡମ୍ବର ସହକାରେ କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ହେଉଥିବାବେଳେ ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ ଧର୍ମର ଲୋକେ ମିଳିତ ଭାବେ ଏଠାରେ ପୂଜା କରିଥାନ୍ତି। ତେଣୁ ଚଳିତ ବର୍ଷ ସର୍ବ ଧର୍ମକୁ ନେଇ ଏଥର ତୋରଣ ନିର୍ମାଣ କରାଯାଉଛି। ତୋରଣ ନିର୍ମାଣ ଦାୟିତ୍ୱରେ ବାବୁଲି ଉଦଗାତା ରହିଛନ୍ତି। ଏବର୍ଷ ୧୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ ଚାଲିଛି। କେନ୍ଦ୍ରାପଡ଼ା ମୂର୍ତ୍ତି କାରିଗର ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଶିଳ୍ପୀମାନେ ମୂର୍ତ୍ତି ତିଆରି କାର୍ଯ୍ୟରେ ଲାଗିପଡ଼ିଥିବାବେଳେ ଇତିମଧ୍ୟରେ ଅଧାରୁ ଅଧିକ ସରିଲାଣି। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ। କେବଳ ପ୍ରାକୃତିକ ରଙ୍ଗରେ ସଜ୍ଜିତ ହେବେ ମା’ ଓ ଅନ୍ୟମାନଙ୍କ ମୃଣ୍ମୟ ମୂର୍ତ୍ତି। ପୂଜାମଣ୍ଡପରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯିବ ନାହିଁ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ରୀତିନୀତି ଅନୁଯାୟୀ ପୂଜାପାଠ ହେବ। ଷଷ୍ଠୀରେ ବିଲ୍ବବରଣୀ ପରେ ସପ୍ତମୀରେ ମା’ଙ୍କର ଚକ୍ଷୁଦାନ, ଅଷ୍ଟମୀରେ ମା’ଙ୍କ ନିକଟରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ। ପ୍ରତିଦିନ ମା’ଙ୍କ ପାଖରେ ଚରୁ ଅନ୍ନ ଭୋଗ ଲାଗି ହେବ। ନବମୀରେ ୨୧ଜଣ କୁମାରୀଙ୍କ ପୂଜା ବିଶେଷ ଆକର୍ଷଣ ସାଜିବ। ଅଷ୍ଟମୀ ଓ ନବମୀରେ ଲଡ଼ୁ ଭୋଗକୁ ଘରେ ଘରେ ବଣ୍ଟାଯିବ। ସୁରକ୍ଷାକୁ କଡ଼ା କଡ଼ି କରିବାକୁ ପ୍ରଶାସନର ସହଯୋଗ ନିଆଯାଇଛି। ପୂଜା ପାଇଁ କମିଟି ପକ୍ଷରୁ ସେଭଳି କୌଣସି ସ୍ବତନ୍ତ୍ର ବଜେଟ୍‌ର ବ୍ୟୟବରାଦ ହୋଇନାହିଁ। ଆସୋସିଏଶନର ସଭ୍ୟାସଭ୍ୟା ତଥା ଶ୍ରଦ୍ଧାଳୁଙ୍କ ଆର୍ଥିକ ସହାୟତାରେ ପୂଜା କରାଯିବ।

ପ୍ଲାଷ୍ଟିକ ସାମଗ୍ରୀ, ରାସାୟନିକ ରଙ୍ଗ ମନା
ସବୁବର୍ଷ ନିଆରା ଢଙ୍ଗରେ ଏଠାରେ ପୂଜାପାଠ କରାଯାଏ। ଏଥର ମଧ୍ୟ ପୂଜା ମଣ୍ଡପରେ କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହେବ ନାହିଁ। ମା’ଙ୍କ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନିଷେଧ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରାଯାଇ ମଣ୍ଡପରେ ମା’ଙ୍କ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ।
-ଦାମୋଦର ପ୍ରଧାନୀ, ସଭାପତି
ଘର ସମ୍ମୁଖରେ ପୂର୍ଣ୍ଣ କଳସ, ଘିଅ ଦୀପ ଜାଳିବାକୁ ନିବେଦନ
ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଧର୍ମ ସମନ୍ବୟକୁ ନେଇ ତୋରଣ ପ୍ରସ୍ତୁତ କରାଯାଉଛି। ପୂଜାମଣ୍ଡପ ଓ ଚତୁଃପାଶର୍‌ବରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ସଫେଇ କରାଯିବା ସହ ବିଶୋଧନ କରାଯିବ। ୫ଦିନ ପର୍ଯ୍ୟନ୍ତ ପ୍ରତି ଘର ସମ୍ମୁଖରେ ଏକ ପୂର୍ଣ୍ଣ କଳସ ବସାଇବା ସହିତ ଘିଅ ଦୀପ ଜାଳିବା ପାଇଁ ଆସୋସିଏଶନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି। କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଦିନରାତିରେ ସମସ୍ତ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା କରାଯିବା ସହିତ ଶ୍ରୀଜଗନ୍ନାଥଙ୍କ ଫେଣି ଭୋଗ ପ୍ରତ୍ୟେକ ଘରେ ବଣ୍ଟାଯିବ।
-ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?