ସ୍ତନ୍ୟପାନରୁ ବଞ୍ଚିତ ଶିଶୁର ମାନସିକତା

ଶରୀର ଗଠନ ସହିତ କ୍ରମାନୁସାରେ ମାନସିକ ଅବସ୍ଥାରେ ପରିପକ୍ୱତା ଆସିଥାଏ। ଚାଣକ୍ୟଙ୍କ ମତରେ- ”ଲାଳୟେତ୍‌ ପଞ୍ଚବର୍ଷାଣି ଦଶ ବର୍ଷାଣି ଚ ତାଡ଼ୟେତ୍‌“। ଅର୍ଥାତ୍‌ ଜନ୍ମର ପ୍ରଥମ ପାଞ୍ଚବର୍ଷ ମଧ୍ୟରେ ଶିଶୁର ସର୍ବାଧିକ ମାନସିକ ବିକାଶ ହେଉଥିବାରୁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ। ସେଥିପାଇଁ ପ୍ରତ୍ୟେକ ମାତାପିତା ଶିଶୁର ଲାଳନ-ପାଳନ ପାଇଁ ଏହି ସମୟରେ ଅତ୍ୟନ୍ତ ସଚେତନ ହେବା ଆବଶ୍ୟକ। ଏହି ସମୟରେ ଶିଶୁଠାରେ ବିକଶିତ ହେଉଥିବା ମାନସିକତା ଭବିଷ୍ୟତ କାଳରେ ତାହାର ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ। କୁହାଯାଇଛି ଯେ ମା’ କ୍ଷୀର ବିଶ୍ୱରେ ଅମୃତ। ଅର୍ଥାତ୍‌ ଶିଶୁର ଗଠନ ପାଇଁ ମା’ କ୍ଷୀରରେ ପର୍ଯ୍ୟାପ୍ତ ପରିମାଣର ପୋଷଣ ତତ୍ତ୍ୱ ରହିଥାଏ। ମା’ କ୍ଷୀର ଶିଶୁର ଶାରୀରିକ ଓ ମାନସିକ ଗଠନ ସହିତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ସେଥିପାଇଁ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସ୍ତନ୍ୟପାନ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି। ସ୍ତନ୍ୟପାନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହକୁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଭାବେ ପାଳନ କରାଯାଉଛି। ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ସଭା ସମିତି ଓ କର୍ମଶାଳା ମାଧ୍ୟମରେ ସ୍ତନ୍ୟପାନର ଉପକାରିତା ଓ କୃତ୍ରିମ କ୍ଷୀରର ଅପକାରିତା ସମ୍ବନ୍ଧରେ ମା’ମାନଙ୍କୁ ବୁଝାଇ ଥାଆନ୍ତି। ପ୍ରସବ ପରବର୍ତ୍ତୀ ପ୍ରଥମ ଛଅମାସ ଶିଶୁକୁ ମା’ କ୍ଷୀର ବ୍ୟତୀତ ଅନ୍ୟ କିଛି ନ ଦେବା ପାଇଁ ଉପଦେଶ ଦିଆଯାଏ। ସ୍ତନ୍ୟପାନର ଅନ୍ୟ ଏକ ବିଶେଷତ୍ୱ ହେଉଛି ଶିଶୁର ମାନସିକ ବିକାଶ। ଗବେଷଣାରୁ ଜଣାପଡ଼େ ଯେ ସ୍ତନ୍ୟପାନ କରିଥିବା ଶିଶୁର ମାନସିକ ବିକାଶ ସ୍ତନ୍ୟପାନରୁ ବଞ୍ଚତ୍ତ ଶିଶୁ ଅପେକ୍ଷା ଯଥେଷ୍ଟ ଊର୍ଦ୍ଧ୍ୱରେ। ସ୍ତନ୍ୟପାନ କିପରି ଶିଶୁର ମାନସିକ ବିକାଶ କରିଥାଏ, ତାହା ଆଲୋଚନା କରିବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଶିଶୁର ମାନସିକ ବିକାଶ ସମ୍ବନ୍ଧରେ କିଛି ଆଲୋକପାତ କରିବା ଆବଶ୍ୟକ।
ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ଫ୍ରଏଡ୍‌ଙ୍କ ମତରେ ବୟସ ବୃଦ୍ଧି ସହିତ ବ୍ୟକ୍ତିତ୍ୱ ପାଞ୍ଚ ପର୍ଯ୍ୟାୟରେ ବିକଶିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟଟି ହେଉଛି- ମୌଖିକ ପର୍ଯ୍ୟାୟ ଯାହା ଶିଶୁ ଅବସ୍ଥାରେ ଦେଖାଦେଇଥାଏ। ଜନ୍ମଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମୌଖିକ ପର୍ଯ୍ୟାୟର ପରିସୀମା। ଏହି ସମୟ ଅବଧିରେ ଶିଶୁର ବିବେକ ଉଦ୍ରେକ ହୋଇ ନ ଥିବାରୁ ସେ ପୂର୍ବଜନ୍ମର ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇଥାଏ। ଶରୀର ପାଇଁ ଦରକାର ହେଉଥିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶିଶୁଟି ମୁଖମଣ୍ଡଳକୁ ବ୍ୟବହାର କରିଥାଏ। ସେଥିପାଇଁ ଏହାକୁ ମୌଖିକ ପର୍ଯ୍ୟାୟ କୁହାଯାଏ। କ୍ଷୁଧାର ନିବାରଣ ପାଇଁ ସ୍ତନ୍ୟପାନ କରିଥାଏ। ସେଥିରୁ ନିବୃତ୍ତ ହୋଇ ଆଙ୍ଗୁଠି ଚୁଚୁମିଥାଏ। ଏହି ଅବସ୍ଥା ଜନ୍ମଠାରୁ ଆଠମାସ ପର୍ଯ୍ୟନ୍ତ ବିଶେଷ ଭାବରେ ପରିଲକ୍ଷିତ ହୁଏ। ଏହାକୁ ଓରାଲ ସକିଂ ପର୍ଯ୍ୟାୟ କୁହାଯାଏ। ଦାନ୍ତ ଉଠିବା ପରେ ଛଅମାସଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁଟି କାମୁଡ଼ିବା ଅଭ୍ୟାସ ଆରମ୍ଭ କରେ। ଏହାକୁ ଓରାଲ ବାଇଟିଂ ଅବସ୍ଥା କୁହାଯାଏ। ପ୍ରଥମ ଅବସ୍ଥାରେ ଶିଶୁଟି ମା’ର ଏକ ଅଭିନ୍ନ ଅଙ୍ଗ ବୋଲି ଭାବେ। ସ୍ତନ୍ୟପାନ ମାଧ୍ୟମରେ ଚୁଚୁମିବା କ୍ରିୟାରେ ଅପାର ଆନନ୍ଦ ଲାଭ କରେ। ଶିଶୁଟି ଏଥିରୁ ବଞ୍ଚତ୍ତ ହେଲେ ତାହାର ମାନସିକ ଅସନ୍ତୋଷ ରହେ। କର୍ମଜୀବୀ ମହିଳାମାନେ ଠିକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇ ପାରି ନ ଥାନ୍ତି। ଫଳରେ ଶିଶୁଟି ମା’ କ୍ଷୀର ନ ପାଇ କୃତ୍ରିମ କ୍ଷୀର ଉପରେ ନିର୍ଭର କରେ। କେତେଜଣ ଆଧୁନିକ ମହିଳା ନିଜର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ବୋଲି ଭାବି ସ୍ତନ୍ୟପାନ କରାଇ ନ ଥାନ୍ତି। ଶିଶୁଟି ସ୍ତନ୍ୟପାନରୁ ବଞ୍ଚତ୍ତ ହେବା ଦ୍ୱାରା ମାନସିକ ଅସନ୍ତୋଷ ପାଏ। ଫଳସ୍ବରୂପ ଶିଶୁ ଆଙ୍ଗୁଠି ଚୁଚୁମେ, ଖେଳଣାଗୁଡ଼ିକ ପାଟିରେ ପୂରାଏ ଓ କାମୁଡ଼ିଥାଏ। ଭବିଷ୍ୟତରେ ଏହି ବଦଭ୍ୟାସଗୁଡ଼ିକ ଯୌବନ ଅବସ୍ଥାକୁ ସଂକ୍ରମିତ ହୁଏ। ପ୍ରାପ୍ତ ବୟସରେ ସେ ଆଙ୍ଗୁଠି ଚୁଚୁମେ, ନଖ କାମୁଡ଼େ, ପାନ, ସିଗାରେଟ୍‌, ଚୁଇଙ୍ଗମ ଚୋବାଇବା ଅଭ୍ୟାସ କରେ। ଏପରିକି କୈଶୋର ଅବସ୍ଥାରେ ବାରମ୍ବାର ଚୁମ୍ବନ ଦେବାର ଇଚ୍ଛା ଆଦି ଚାରିତ୍ରିକ ଦୋଷ ଶୈଶବ ଅବସ୍ଥାରେ ମୌଖିକ ପର୍ଯ୍ୟାୟର ଅସନ୍ତୋଷର ପରିପ୍ରକାଶ ଅଟେ। ସ୍ତନ୍ୟପାନରୁ ବଞ୍ଚତ୍ତ ହୋଇଥିବା ଶିଶୁ ଭବିଷ୍ୟତରେ ବଦ୍‌ରାଗୀ, କର୍କଶ, ତର୍କପ୍ରିୟ ହୋଇଥାଆନ୍ତି। ତେଣୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଏକାନ୍ତ ଆବଶ୍ୟକ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?