ଆଜିଠୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କୋଭିଡ୍‌-୧୯ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପି/ଗାଇଡ୍‌ଲାଇନ୍‌କୁ ମେଡିକାଲ କଲେଜ କର୍ତ୍ତୃପକ୍ଷ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ୯ମରୁ ଯୁକ୍ତ ୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ। ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ଏବଂ ଇଞ୍ଜିନିୟରିଂ ଓ ବୈଷୟିକ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ତେବେ ଏ ନେଇ ସମ୍ପୃକ୍ତ ବିଭାଗ ଏସ୍‌ଓପି ଜାରି କରିବେ। ଡିସେମ୍ବର ୩୧ ତାରିଖ ଯାଏ ମେଡିକାଲ କଲେଜ ବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସମ୍ପୃକ୍ତ ବିଭାଗ ଏ ନେଇ ନିଷ୍ପତ୍ତି ନେଇପାରିବେ। ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଅନ୍‌ଲାଇନ ଶିକ୍ଷା ପୂର୍ବଭଳି ଜାରି ରହିବ। ବିଭାଗଗୁଡ଼ିକ ଅନ୍‌ଲାଇନ ଶିକ୍ଷା, ଟେଲି କାଉନସେଲିଂ ପାଇଁ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନିୟୋଜିତ କରିପାରିବେ। ଗବେଷଣାରତ ଏବଂ ପୋଷ୍ଟ ଗ୍ରାଜୁଏଟ ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଖୋଲା ରହିବ। ସମସ୍ତ ପ୍ରକାର ଦକ୍ଷତା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ଜାରି ରହିବ। ସ୍ଥାନୀୟ କର୍ତ୍ତୃପକ୍ଷ ଧାର୍ମିକ ସ୍ଥଳରେ ଉପଯୁକ୍ତ କଟକଣା ସହ ପୂଜା ପାଇଁ ଅନୁମତି ଦେଇପାରିବେ। ସିନେମା ହଲ୍‌, ସୁଇମିଂ ପୁଲ୍‌, ଥିଏଟର, ଅଡିଟୋରିୟମ, ଆସେମ୍ବ୍ଲି ହଲ୍‌ ଇତ୍ୟାଦି ପୂର୍ବ ଭଳି ଡିସେମ୍ବର ୩୧ ଯାଏ ବନ୍ଦ ରହିବ।
ସ୍ବରାଷ୍ଟ୍ର ବିଭାଗ ଦ୍ୱାରା ଅନୁମୋଦିତ ଅନ୍ତର୍ଜାତୀୟ ବିମାନ ସେବା ବ୍ୟତୀତ ଅନ୍ୟ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ଯାଏ ବନ୍ଦ ରହିବ। ବୃହତ୍‌ ସାମାଜିକ , ରାଜନୈତିକ, କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ। ବ୍ୟବସାୟିକ ମେଳା ହଲ୍‌ କ୍ଷମତାର ୫୦ ପ୍ରତିଶତ ଅଥବା ୧୦୦ ଜଣଙ୍କୁ ନେଇ କରାଯାଇପାରିବ। ତୋଷାଳି କ୍ରାଫ୍ଟ ମେଳା, ଶିଶିର ସରସ ଭଳି ବାଣିଜି୍ୟକ ମେଳା ଉପରେ କଟକଣା ଜାରି କରାଯାଇଛି। ତେବେ କୋଭିଡ୍‌ ଗାଇଡଲାଇନକୁ କଡ଼ାକଡ଼ି ଭାବେ ଅନୁସରଣ କରିବାକୁ ହେବ। ବିବାହ ଉତ୍ସବ ପାଇଁ ୨୦୦ ଏବଂ ଶୁଦ୍ଧିକ୍ରିୟା ପାଇଁ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ଯଦି ବନ୍ଦ ହଲ୍‌ରେ କରାଯାଉଥିବ ତେବେ ସର୍ବାଧିକ କ୍ଷମତାର ୫୦ ପ୍ରତିଶତ ମଧ୍ୟରେ ସୀମିତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କ୍ରିିନିଂ, ହାତଧୋଇବା ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
କୋଭିଡ-୧୯ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ ଜାରି ରହିବ। ଜିଲା ପ୍ରଶାସନ, ମହାନଗର ନିଗମ କମିଶନର ସଂକ୍ରମିତ ଅଞ୍ଚଳକୁ ଚିହ୍ନଟ କରିବେ। ସଂକ୍ରମିତ ଅଞ୍ଚଳରେ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଜାରି ରହିବ। ଗାଇଡଲାଇନ ଆଧାରରେ କୋଭିଡ ଟେଷ୍ଟ ଜାରି ରହିବ। କୋଭିଡ ସଚେତନତା ଜାରି ରହିବ।
କୌଣସି ଅଧିକାରୀ ଜିଲା, ସବ୍‌ଡିଭିଜନ, ସହର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଲକ୍‌ଡାଉନ ଘୋଷଣା କରିପାରିବେ ନାହିଁ। ଆବଶ୍ୟକ ହେଲେ ସମ୍ପୃକ୍ତ ଅଧିକାରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବେ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ୨୦୨୦ ଜୁନ୍‌ ୩୦ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବାକୁ କୁହାଯାଇଛି। ରାଜ୍ୟ ଭିତରେ କିମ୍ବା ଅନ୍ୟ ରାଜ୍ୟକୁ ଯାନବାହନ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ।
ଡିସେମ୍ବର ୩୧ ଯାଏ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ପିଲାମାନଙ୍କୁ ଘରେ ରାଶନ ଯୋଗାଇ ଦିଆଯିବା ନେଇ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?