ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ

ଆକାର ପଟେଲ

ମୁଖ୍ୟଧାରାର ଗଣମାଧ୍ୟମ ସାଧାରଣତଃ ସୁପ୍ରତିଷ୍ଠିତ ସମ୍ବାଦସଂସ୍ଥା ମୁଖ୍ୟତଃ ଖବରକାଗଜକୁ ହିଁ ବୁଝାଇଥାଏ। କେତେକାଂଶରେ ଏହା ଟେଲିଭିଜନକୁ ବି ବୁଝାଏ। କିଛି ଓ୍ବେବ୍‌ସାଇଟ କିମ୍ବା ଆପ୍ସ ଗଣମାଧ୍ୟମର ନୂଆ ଉତ୍ସ ଭାବେ ଉଭା ହୋଇଥିଲେ ବି ଏହାର ଖବରକାଗଜ ଭଳି କୌଣସି ରୂପ ନାହିଁ କିମ୍ବା ଛାପା ଉପତ୍ାଦ(ପ୍ରଡକ୍ଟ) ନାହିଁ। ଏହା ଦୃଢ ସ୍ଥିତିରେ ରହିଥିଲେ ବି ଏହାକୁ ମୁଖ୍ୟଧାରାର ଗଣମାଧ୍ୟମ ଭାବେ ବିବେଚନା କରାଯାଉନାହିଁ। ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ଓ୍ବାୟର ଏବଂ ସ୍କ୍ରୋଲ୍‌ ଭଳି ଓ୍ବେବସାଇଟ୍‌ ରହି ଆସିଛି ଓ ଏହାର ବହୁ ପାଠକ ମଧ୍ୟ ରହିଛନ୍ତି। ତେବେ ମୁଖ୍ୟଧାରାର ଗଣମାଧ୍ୟମର ଯେଭଳି ରିପୋର୍ଟିଂ ଉତ୍ସ ରହିଛି ଏହି ନୂଆ ଓ୍ବେବ୍‌ସାଇଟ୍‌ଗୁଡିକର ସେମିତି ନାହିଁ। ଅତିକମ୍‌ରେ ସେମାନେ ବନ୍ଦ ହୋଇଯାଉଥିତ୍ବା ମୁଖ୍ୟଧାରାର ଗଣମାଧ୍ୟମର ସ୍ଥାନ ଏଯାବତ ପୂରଣ କରି ପାରୁନାହାନ୍ତି। ଭାରତରେ ଗଣମାଧ୍ୟମକୁ ମୁଖ୍ୟତଃ ବିଜ୍ଞାପନ ହିଁ ପାଣ୍ଠି ଯୋଗାଇଥାଏ। ପାଠକ କିମ୍ବା ଦର୍ଶକ ଗ୍ରାହକ ହିସାବରେ ଖୁବ୍‌ କମ୍‌ ଦେଇଥାନ୍ତି ଏବଂ ଆମ ଖବରକାଗଜ ବିଶ୍ୱରେ ସବୁଠୁ ଶସ୍ତା। କିନ୍ତୁ ବିଜ୍ଞାପନ ପାଇବାରେ ଛାପା ଗଣମାଧ୍ୟମ ଅଂଶ କମିବାରେ ଲାଗିଛି। ୨୦୧୯ରେ ପ୍ରଥମ କରି ଡିଜିଟାଲ ଗଣମାଧ୍ୟମ ଛାପା ଗଣମାଧ୍ୟମକୁ ଏ କ୍ଷେତ୍ରରେ ବହୁତ ଟପିଯାଇଥିଲା । ବିଜ୍ଞାପନ ବାବଦରେ ଭାରତରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା ତା’ର ୨୭ ପ୍ରତିଶତ ଡିଜିଟାଲ ପାଇଥିଲାବେଳେ ଛାପା ଗଣମାଧ୍ୟମ ପାଇଥିତ୍ଲା ୨୨ ପ୍ରତିଶତ। ଟେଲିଭିଜନ ୪୩ ପ୍ରତିଶତ ପାଇ ଏକ ନମ୍ବରରେ ରହିଥିଲା । କିନ୍ତୁ ୨୦୨୦ରେ ଉଭୟ ଟେଲିଭିଜନର ଓ ଛାପା ଗଣମାଧ୍ୟମର ଅଂଶ ପୁଣି ହ୍ରାସ ପାଇବା ସହ ତାହା ଡିଜିଟାଲକୁ ଚାଲିଯିବ ବୋଲି ଅନୁମାନ କରାଯାଉଛି। ଏହି ପ୍ରକ୍ରିୟାକୁ କୋଭିଡ୍‌ ସଙ୍କଟ ହିଁ ଆହୁରି ଶୀଘ୍ର କରିଦେଇଛି।
‘ଡିଜିଟାଲ’ କହିଲେ ମୁଖ୍ୟତଃ ଗୁଗଲ ଓ ଫେସ୍‌ବୁକ କମ୍ପାନୀକୁ ବୁଝାଏ ବୋଲି ଆମେ ଜାଣିବା ଦରକାର । ଏମାନେ ଏବେ ଟାଇମ୍ସ ଅଫ୍‌ ଇଣ୍ଡିଆ ବା ହିନ୍ଦୁସ୍ଥାନ ଟାଇମ୍ସ କିମ୍ବା ଅନ୍ୟ ବୃହତ୍‌ ଖବରକାଗଜ ସଂସ୍ଥାଠାରୁ ବିଜ୍ଞାପନ ବାବଦରେ ଅଧିକ ଅର୍ଥ ନେଉଛନ୍ତି। ଜଣାପଡୁଛି ଏହି ପ୍ରକ୍ରିୟା ଲାଗି ରହିବ ଏବଂ ଏହାଦ୍ୱାରା ଖବରକାଗଜଗୁଡ଼ିକ ଧୀରେ ଧୀରେ ଦୁର୍ବଳ ହୋଇଯିବେ। ଏହା ହେଉଛି ଗୋଟିଏ ଟ୍ରେଣ୍ଡ୍‌ ବା ଧାରା। ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ଓ ଆମ ସାମ୍ନାରେ ହିଁ ଘଟିଚାଲିଛି।
ଦ୍ୱିତୀୟ ଧାରାଟି ଆମ ସାମ୍ନାକୁ ଆସିଛି। ତାହା ହେଉଛି, ଗଣମାଧ୍ୟମ ମେଜରିଟାରିଆନ ବା ସଂଖ୍ୟବହୁଳ ହିନ୍ଦୁତ୍ୱ ଧାରାକୁ ଅଗ୍ରାଧିକାର ଦେବା ପନ୍ଥା ଆପଣାଇଛି। ଗୋଟିଏ ବର୍ଗ ବିଶେଷ ସୁବିଧା ପାଇବା ଓ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବା ଚିନ୍ତାଧାରା ଉପରେ ଏହି ହିନ୍ଦୁତ୍ୱ ବା ମେଜରିଟାରିଆନିଜମ ପର୍ଯ୍ୟବସିତ। ଅନ୍ୟପକ୍ଷରେ ଅନ୍ୟମାନେ ଏହାଦ୍ୱାରା ନିଶ୍ଚିତ ପୀଡିତ ହେବେ ଏବଂ ସେମାନଙ୍କୁ ଏହା ସହିବାକୁ ହିଁ ପଡିବ। ତେବେ ରାଜନୈତିକ ପରିବର୍ତ୍ତନ ସହ ତାଳଦେଇ ଏହା ଘଟିଚାଲିଛି ଏବଂ ଭାରତର ଲମ୍ବା ଇତିହାସରେ ରହିଆସିଛି। ଆପଣ ଏକମତ ହୁଅନ୍ତୁ କି ନା, କଂଗ୍ରେସ ଅମଳରେ ଏଭଳି ଧାରା ଓ ଚିନ୍ତାଧାରା ସମାବିଷ୍ଟ ଥିଲା। କିନ୍ତୁ ଏହା ଭାରତୀୟମାନଙ୍କୁ ସେମାନଙ୍କ ଜନ୍ମଗତ ପୃଷ୍ଠଭୂମିକୁ ଆଧାରକରି ଭାଗ ଭାଗ କରିବାକୁ ଚେଷ୍ଠା କରୁ ନ ଥିଲା। କିନ୍ତୁ ଭାଜପାରେ ନିଶ୍ଚିତ ଭାବେ ଏହା ରହିଛି , କାରଣ ବିଭାଜନକୁ ଭିତ୍ତିକରି ଆଗକୁ ଯିବାରେ ଏହିି ଦଳ ସଫଳ ହୋଇପାରିଲା। ଖୋଲାଖୋଲି ଭାବେ ଏହା ଧର୍ମାନ୍ଧତାକୁ ଆପଣେଇବାବୁ ଚାହଁୁଛି। ଏହି ଦୃଷ୍ଟିକୋଣ ଆଜି ଗଣମାଧ୍ୟମରେ ବି ପ୍ରମୁଖ ଧାରା ପାଲଟିଛି। ସାରା ପୃଥିବୀକୁ ଭୂତାଣୁ ସଂକ୍ରମିତ କରିବାରେ ଗୋଟିଏ ସମ୍ପ୍ରଦାୟକୁ ଦାୟୀ କରିବା ତା ’ପାଇଁ ଗ୍ରହଣୀୟ ହୋଇଛି। ଭୂତାଣୁ ସଂକ୍ରମଣର ବିପଦ ଥିତ୍ବା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କଠାରୁ ଏହା ବି ଦୃଷ୍ଟି ହଟେଇ ନେଇଛି । ଏହାଦ୍ୱାରା ସରକାରଙ୍କ ପ୍ରକୃତ କାର୍ଯ୍ୟର ଅପାରଗତାକୁ ଏବେ ଗଣମାଧ୍ୟମ ଅଣଦେଖା କରିବ। ଶତ୍ରୁ ଆମ ଜମି ମାଡିବସିଲା ଓ ଏହା ବିରୋଧରେ ଲଢେଇ କରି ୧୯୬୨ ଯୁଦ୍ଧରେ ୩,୦୦୦ ସନ୍ୟ ଶହୀଦ ହେଲେ । କିନ୍ତୁ ଆମେ ୫ଟି ଯୁଦ୍ଧ ବିମାନ ଅବତରଣ କରିବାରେ ଖୁସି ହେଉଛୁ। ଲୁଣ୍ଠନକାରୀକୁ ତଡିିଦେବା ପାଇଁ ତାହା ଏବେ ବ୍ୟବହାର ହେବାକୁ ଯାଉଛି କି? ନା,କଥା ହେଉଛି ତାହା କେବଳ ଏଠାରେ ପହଞ୍ଚିଛି।
ଶନିବାର ଖବର ପ୍ରକାଶ ପାଇଥିଲା ଯେ, ଜୁଲାଇ ୨୦୧୯ ଅପେକ୍ଷା ଜୁଲାଇ ୨୦୨୦ରେ ଏମ୍‌ଏନ୍‌ଆରଇଜିଏ କାମର ଚାହିଦା ୭୦ ପ୍ରତିଶତ ଅଧିକ ଥିଲା। ୩ କୋଟିରୁ ଊର୍ଦ୍ଧ୍ୱ ପରିବାର ଏହା ପାଇଁ କହିଥିଲେ, ଅର୍ଥାତ୍‌ ଅତି କମ୍‌ରେ ୧୫ କୋଟି ଭାରତୀୟ ଏହା ଉପରେ ନିର୍ଭରଶୀଳ। ଆଉ ଏକ ଖବର ଥିଲା ଯେ, ସରକାର ଖିଲାପ ହୋଇଥିବା ଋଣ ଉପରେ ମୋରାଟୋରିୟମ ଅବଧି ବଢ଼ାଇବାକୁ ବିଚାର କରୁଛନ୍ତି। କମ୍ପାନୀଗୁଡିକୁ ସେମାନଙ୍କ ମିଆଦି ଋଣ ଉପରେ ଇଏମ୍‌ଆଇ ଛାଡିବାକୁ ଅନୁମତି ଦିଆଯାଇଛି ଏବଂ ଘର ଓ ଗାଡି ଋଣ ନେଇଥିବା ଲୋକମାନଙ୍କୁ ଏବେ ଇଏମ୍‌ଆଇ ନ ଦେଇ ପରେ ଅଧିକ ସୁଧ ସହ ଦେବାକୁ ଏହି ସୁବିଧା ମଧ୍ୟ ଦିଆଯାଇଛି। ଅର୍ଥମନ୍ତ୍ରୀ କହିଲେ ଯେ, ଲକ୍‌ଡାଉନର ୪ ମାସ ପରେ ବି ଏବେ ସୁଦ୍ଧା ନିୟମିତ ଦେୟ ଦେବାକୁ ଅକ୍ଷମ କେତେକ ସେକ୍ଟରରୁ ଦାବି ହେବା ପରେ ଏହି ସୁବିଧାକୁ ବଢାଯାଇପାରେ। ଭାରତରେ ଅଟୋମୋବାଇଲ ଏବଂ ଟୁ-ହୁଇଲ୍‌ର ବିକ୍ରି ଗତ ୧୯ ମାସ ହେବ କମି କମି ଚାଲିଛି। ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରଠାରୁ ବ୍ୟବସାୟିକ ଯାନର ବିକ୍ରି ମଧ୍ୟ ବୃଦ୍ଧି ହୋଇନାହିଁ। ଅର୍ଥାତ ଶିଳ୍ପ ବିକାଶ ପୂରା ବାଧାପ୍ରାପ୍ତ ହୋଇଛି। କିନ୍ତୁ ଗଣମାଧ୍ୟମ ଜଣେ ଯୁବକଙ୍କ ଆମତ୍ହତ୍ୟା ଉପରେ ଧ୍ୟାନ ଦେଇଛି। ଏପରିକି ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟରେ ହସ୍ତକ୍ଷେପ କରିବା ଏକ ସମସ୍ୟା କି ପ୍ରସଙ୍ଗ ହୋଇନି। ଏହା ପଛରେ ବି ଏକ କାହାଣୀ ରହିଛି। ତାହା ହେଲା ଗୋଟିଏ ସମ୍ପ୍ରଦାୟର ଲୋକ ମନୋରଞ୍ଜନ ଶିଳ୍ପକୁ ଅକ୍ତିଆର କରିନେଇଛନ୍ତି। ଏକ ଦଶନ୍ଧି ପୂର୍ବରୁ ଯଦିଓ ଏହି ମାନସିକତାକୁ ଅଧିକାଂଶ ଗଣମାଧ୍ୟମ ଉପଲବ୍ଧି କରିଥିଲେ ତାହା ପ୍ରକାଶ ପାଇପାରି ନ ଥିଲା। ସମ୍ବିଧାନ ପ୍ରତି ଆମ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଥିଲା ଓ ଏଥିରେ ପ୍ରକାଶିତ ନୀତିନିୟମ ତଥା ବିବିଧତା ମଧ୍ୟରେ ଧର୍ମନିରପେକ୍ଷତା ମନ୍ତ୍ରକୁ ମାନିବାର ଏକ ସଂସ୍କୃତି ଥିଲା। ତାହା ଏବେ ରାଜନୀତିରେ ଶେଷ ହୋଇଯାଇଛି ଏବଂ ଏହା ଗଣମାଧ୍ୟମରେ ବି ଶେଷ ହୋଇଯାଇଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧ ଭକ୍ତ

ଭକ୍ତି ମାନେ ଅନୁରାଗ, କାହାକୁ ନିଃସର୍ତ୍ତ ଅତିଶୟ ଶ୍ରଦ୍ଧା କରିବା ବା ଭଲପାଇବା। ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଭକ୍ତ କୁହାଯାଉଛି। ସେମାନେ ତାଙ୍କୁ ଜଣେ ମସିହ...

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପତ୍ର

ମୋର ପ୍ରିୟ ଦେଶବାସୀ, ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା। ଦେଶରେ ବହୁ ଦଶନ୍ଧି...

ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ...

ପାକିସ୍ତାନରେ ଭାରତୀୟ ବୀରଙ୍କୁ ସମ୍ମାନ

ଆକାର ପଟେଲ ଜିନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନର ଡନ୍‌ ଖବରକାଗଜରେ ଜୁନ୍‌ ୨୮ ତାରିଖ ଶୁକ୍ରବାର ଏହି ଖବର ପ୍ରକାଶ ପାଇଛି: ଏକ ବର୍ଣ୍ଣିଳ ଉତ୍ସବରେ...

କହିବା କାହାକୁ, ଶୁଣିବ କିଏ

ଛନ୍ଦା ମିଶ୍ର ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ...

ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଏମିତି ଏକ ସଫଳତା ପାଇଛନ୍ତି ବିହାରର ମହିଳାମାନେ। ସେମାନେ ନିଜସ୍ବ ଉଦ୍ୟମରେ ଖୋଲିଛନ୍ତି ‘ଅପନା ବ୍ୟାଙ୍କ’। ମୁଜାଫରପୁର...

ବଳାତ୍କାର ବନାମ ପୁରୁଷତ୍ୱ ହ୍ରାସ

ଡ. ରମେଶ ଚନ୍ଦ୍ର ପରିଡ଼ା ଆମ ପ୍ରଚଳିତ ପରମ୍ପରାରେ ନୈତିକତା ସମୃଦ୍ଧ ମୂଲ୍ୟବୋଧ ନାରୀକୁ ସମାଜରେ ଏକ ଉଚ୍ଚ ସମ୍ମାନାସ୍ପଦ ଆସନ ଦେଇ ଆସିଛି। ସେଥିପାଇଁ...

ଭୋଟର ମାଫିଆ

ଦ୍ୱିତୀ ଚନ୍ଦ୍ର ସାହୁ ନାଁ ତା’ର ନୃପତି। ନିର୍ବାଚନ ଘୋଷଣା ହେଲେ ତା’ର ମନ ଖାଲି ଛନଛନ। ସେ କେବେ ନେତା ହୋଇନି। ନେତା ହେବାକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *