Posted inଖେଳ

ଆଣ୍ଡୁମାଡ଼ି ବସିଲେନି ଜୋନାଥନ

ଲେକ୍‌ ବୁଇନା ଭିଷ୍ଟା, ୨ା୮(ଏପି)-ବ୍ରୁକ୍‌ଲିନ୍‌ ନେଟ୍ସ ବିପକ୍ଷ ବାସ୍କେଟବଲ୍‌ ମ୍ୟାଚ ପୂର୍ବରୁ ଓର୍ଲାଣ୍ଡୋ ମ୍ୟାଜିକ୍‌ ଦଳର ଏକମାତ୍ର ଖେଳାଳି ଭାବେ ଜୋନାଥନ ଆଇଜାକ୍‌ ଛିଡ଼ାହୋଇ ଜାତୀୟ ସଙ୍ଗୀତ ଗାନ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଆଣ୍ଠେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଶୁକ୍ରବାର ଓ୍ବାଲ୍ଟ ଡିସ୍‌ନୀ ଓ୍ବାଲର୍‌ଡଠାରେ ଏନବିଏ ସିଜନର ପୁନଃଆରମ୍ଭ ହୋଇଥିଲା। ବର୍ଣ୍ଣବୈଷମ୍ୟ ଭେଦଭାବକୁ ବିରୋଧ କରି ଏଭଳି ଭଙ୍ଗୀରେ ଜାତୀୟ ସଙ୍ଗୀତ ଗାନ କରିବା ଲାଗି ଟିମ୍‌ ନିଷ୍ପତ୍ତି ନେଇଥିଲା। ଜାତୀୟ ସଙ୍ଗୀତ ଗାନ ବେଳେ ଜୋନାଥନ ପଛପଟେ ହାତ ରଖି ଛିଡ଼ା ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କ ଭଳି ସେ ବ୍ଲାକ୍‌ ଲିଭ୍ସ ମ୍ୟାଟର ଟି-ଶାର୍ଟ ପରିଧାନ କରି ନ ଥିଲେ ବରଂ ସେ ତାଙ୍କ ଟିମ୍‌ ମ୍ୟାଜିକ୍‌ର ଜର୍ସି ପିନ୍ଧି ଥିଲେ। ଆଇଜାକ୍‌ଙ୍କ ଏଭଳି ଆଚରଣରେ ଆଶ୍ଚର୍ଯ୍ୟ ହେବାର ନୁହେଁ। ସେ କାହିଁକି ଛଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିବେ ଏହାର କାରଣ ସେ ତାଙ୍କ ଟିମ୍‌ମେଟ୍‌ମାନଙ୍କ ନିକଟରେ ପୂର୍ବରୁ ସ୍ପଷ୍ଟ କରି ସାରିଥିଲେ। ଟିମ୍‌ମେଟମାନଙ୍କର ତାଙ୍କ ପ୍ରତି ସମର୍ଥନ ରହିଥିଲା। ସୂଚନାଯୋଗ୍ୟ, ଜୋନାଥନବିଭିନ୍ନ ଚ୍ୟାରିଟି ସଂସ୍ଥା ଏବଂ ଚର୍ଚ୍ଚ ସହିତ ସମ୍ପୃକ୍ତ ଅଛନ୍ତି ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri