ମାଟ୍ରିକ ଫର୍ମ ପୂରଣ ଅବଧି ୨ଦିନ ବଢ଼ିଲା

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏବେ ଫର୍ମ ପୂରଣ ପ୍ରକ୍ରିୟା ଜାରି ରହିଥିବାବେଳେ ଏହାର ଅବଧିକୁ ଦ୍ୱିତୀୟଥର ପାଇଁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ବୁଧବାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ମାଟ୍ରିକ), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ ସମୟସୀମାକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦିଆଯାଇଥିବାବେଳେ ଫେବୃୟାରୀ ୧୨ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିପାରିବେ। ପ୍ରଥମେ ଫର୍ମପୂରଣର ଶେଷ ତାରିଖ ଫେବୃୟାରୀ ୨ ଥିଲା। ପରେ ଏହି ଅବଧିକୁ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଶତପ୍ରତିଶତ ଫର୍ମ ପୂରଣ ହାସଲ ପାଇଁ ପୁଣି ବୃଦ୍ଧି କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବୁଧବାର ଫର୍ମପୂରଣର ଶେଷ ତାରିଖ ଥିଲା। ମଙ୍ଗଳବାର ୨୦୧୯-୨୦ ଶିକ୍ଷାବର୍ଷର ନବମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ କହିଥିଲେ, ଶେଷ ଦିନରେ ଯଦି ସମ୍ପୂର୍ଣ୍ଣ ଫର୍ମ ପୂରଣ ହୋଇ ନ ପାରିଲା, ତେବେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଆଉ ଦୁଇଦିନ ବୃଦ୍ଧି କରାଯିବାର ବ୍ୟବସ୍ଥା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିଓ ଦେବେ ଆନ୍ତଃ ରାଜ୍ୟ ବସ୍‌ ପର୍‌ମିଟ୍‌

ଭୁବନେଶ୍ୱର,୩ା୯(ବ୍ୟୁରୋ)-ଆନ୍ତଃ ରାଜ୍ୟ ବସ୍‌ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ସ୍ବତନ୍ତ୍ର ଅନୁମତି(ସ୍ପେଶାଲ ପର୍‌ମିଟ୍‌) ଦେବେ। ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କୁ...

‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ...

ଏବେ ଖାଇହେବ କୁକୁଡ଼ା ମାଂସ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଲାଗିଥିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି। କିନ୍ତୁ ଏଥିପାଇଁ କୌଣସି...

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ...

୧୮ରୁ ବଢିବ ବର୍ଷା!

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ...

‘ରାଜ୍ୟରୁ ହଟିନି ମାସ୍କ ପିନ୍ଧିବା କଟକଣା’

ଭୁବନେଶ୍ୱର,୧୯।୪(ବ୍ୟୁରୋ) : କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି...

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍‌ ଘଟଣା: ୫ ଗିରଫ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍‌ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ...

‘ଅସାନି’ ପ୍ରଭାବ: ୮ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲାରେ ବର୍ଷା ଲାଗି...

Advertisement
Archives

Model This Week