ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ବୁଧବାର ବିଏମ୍‌ସି ଓ ପୋଲିସ ସହିତ ବ୍ୟବସାୟୀ ସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ ମାର୍କେଟ ବିଲ୍ଡିଂରେ ଆଉ କୌଣସି ଉଠାଦୋକାନୀ ପଶି ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ହେଲେ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି।
ସଂଘ ସହିତ କ୍ୟାପିଟାଲ ଥାନା ଏସିପି, ଆଇଆଇସି, ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେପୁଟି କମିଶନର ମହେନ୍ଦ୍ର ବଢେଇ ପ୍ରମୁଖ ଆଲୋଚନା କରିଥିଲେ। ଆଲୋଚନାରେ ଉଠାଦୋକାନୀଙ୍କ ପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯାଇଥିଲା। ମାର୍କେଟରେ ସାଧାରଣ ଲୋକଙ୍କ ପାଇଁ ତିଆରି ହୋଇଥିବା ଚୌକି, ଏପରିକି ରାସ୍ତା ମଝିରେ ଉଠାଦୋକାନୀମାନେ ସେମାନଙ୍କ ପସରା ମେଲାଇ ଦେଉଛନ୍ତି। ଜୋର୍‌ ଜବରଦସ୍ତ ବ୍ୟବସାୟ କରିବା ସହ ଅରାଜକତା ସୃଷ୍ଟି କରୁଛନ୍ତି। ସେମାନଙ୍କ ପାଇଁ ଅଯଥା ଭିଡ଼ ହେଉଥିବାବେଳେ ମାର୍କେଟର ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଉଛି। ଅପରପକ୍ଷେ ଉଠା ଦୋକାନୀଙ୍କ ପାଇଁ ଦୋକାନ ଭଡ଼ା ନେଇଥିବା ବ୍ୟବସାୟୀଙ୍କର ଘାଟା ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।
ଉଠା ଦୋକାନୀଙ୍କୁ ହଟାଇବା ଦାବି କରି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଜଣେ ମହିଳା ଉଠା ଦୋକାନୀ ମଙ୍ଗଳବାର ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ସହ ଗାଳିଗୁଲଜ କରିବାରୁ ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଫଳରେ ସେଠାରେ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀମାନେ ସ୍ବତଃ ପ୍ରବୃତ୍ତ ଭାବେ ମାର୍କେଟକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଘଟଣା ସ୍ଥଳରେ ବିଏମ୍‌ସି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ବୁଧବାର ଆଲୋଚନା ପାଇଁ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରୁ ୫୦ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୦

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ...

ଚନ୍ଦକାରେ ହେବ ହସ୍ତୀ ଥଇଥାନ କେନ୍ଦ୍ର

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା...

ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ...

ଚିନ୍ତା ବଢ଼ାଇଲାଣି ଭୁବନେଶ୍ୱର: ପଟିଆ ଅଞ୍ଚଳରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜଧାନୀରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳର ଗୋଟିଏ ପରିବାରର ୨ଜଣ କରୋନା ସକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ...

କତା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି

ସାକ୍ଷୀଗୋପାଳ/ପିପିଲି, ୩।୬(ଡି.ଏନ.ଏ):  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶର୍‌ବ ସାତଶଂଖ ନିକଟ ଶିରିଆପୁର ନାସନାଲ କୟର ଏକ କତା କାରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୮କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୬ା୧୦(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି...

କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ

ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ...

Advertisement
Archives

Model This Week