ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ. ରାମପୁର ବ୍ଲକ ମାଣିକେରା ପଞ୍ଚାୟତ ଟାପରାଙ୍ଗରେ ଗତ ମେ’ ୯ତାରିଖ ପୋଲିସ ମାଓବାଦୀ ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିହତ ହେଇଥିଲେ ଜୁନ୍‌ ୨୪ ତାରିଖରେ ମାଓବାଦୀ ପୋଷ୍ଟର ଗ୍ରାମେ ଗ୍ରାମେ ଲଗାଇ ମାଓବାଦୀ ସପ୍ତାହ ପାଳନ କରିଥିଲେ। ଏହାର ଏକ ମାସ ପରେ ପୁଣି ମ. ରାମପୁର ବ୍ଲକ ମାଣିକେରା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲାଗିଛି। ଏଥିରେ ୨୮ରୁ ଅଗଷ୍ଟ ୩ ପର୍ଯନ୍ତ ମାଓବାଦୀ ସାପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ଏହି ପୋଷ୍ଟରରେ ପୋଲିସ ଏନକାଉଣ୍ଟରରେ ନିହତ ମାଓବାଦୀଙ୍କୁ ସହିଦ ଦର୍ଶାଇ ଫଟୋ ମଧ୍ୟ ଦିଆଯାଇଛି। ମାଓବାଦୀ ସଂଗଠନ ସଂସ୍ଥାପକ ଚରୁମାଜୁମଦାର, କାନ୍ନାଇ ଚାଟାର୍ଜୀ ଅମର ରହେ, କୁନସାଇ, ଗନ୍ଧମାର୍ଦ୍ଦନ, ମାତାଙ୍କୁପା, ଟାପ ରଙ୍ଗଠାରେ ପୋଲିସ ଏନ୍‌କାଉଣ୍ଟ ରେ ନିହତଙ୍କୁ ସହିଦ ରୂପେ ସ୍ମୃତି ଚାରଣ କରିବା, ମିଥ୍ୟା ଏନକାଉଣ୍ଟର କରିଥିବା ଦୋଷୀଙ୍କୁ ଦଣ୍ଡ ଦେବା, ଗାଁ ଗାଁରେ ପୋଲିସ ଖବରଦାତାଙ୍କୁ ଦଣ୍ଡ ଦେବା,ଦଳୀୟ ଅନୁଶାସନ ପାଳନ,ଛପା ଯୁଦ୍ଧକୁ ତୀବ୍ର ଓ ବ୍ୟାପକ କରିବା କରିବା, ସମାଧାନ ବିପକ୍ଷରେ ଲଢ଼ିବା, ଛୋଟ ମାଧ୍ୟମ ଗରିଲା ଦଳକୁ ଧ୍ୱଂସ କରିବା, ବ୍ରହ୍ମଣୀୟ ହିନ୍ଦୁତ୍ୱ ଫାଶୀ ବାଦ ଧ୍ୱଂସ ପାଇଁ ଅଳ୍ପ ସଂଖ୍ୟକଙ୍କୁ ସଂଘଟିତ କରିବା ଆଦି କୋଠାର ଭାଷାରେ ପୋଷ୍ଟର ଲଗାଯାଉଛି। ସାମ୍ରାଜ୍ୟବାଦ, ପୁଞ୍ଜିବାଦ, ସାମନ୍ତବାଦକୁ ତିରସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?