Posted inଗଜପତି

ଭୁଶୁଡ଼ିବାରେ ଲାଗିଛି ମୁଖ୍ୟ ରାସ୍ତା

ପାରଳାଖେମୁଣ୍ଡି,୨୧।୨(ଡି.ଏନ୍‌.ଏ.)  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ଯଥା ଶଙ୍କୁରି ପୋଖରୀଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ଥିବା ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଭୁଶୁଡ଼ିବାରେ ଲାଗିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିପଡୁନି। ବିଗତ ୪ବର୍ଷ ପୂର୍ବେ ଶଙ୍କୁରି ପୋଖରୀର ଉନ୍ନୟନ ନାମରେ ଖନନ କରାଯାଇଥିଲା। ଉକ୍ତ ପୋଖରୀ ଉନ୍ନୟନ ନାମରେ ସଙ୍କୁଚିତ କରିଦିଆଯାଇଛି। ଏହାପରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଗତ ୨ବର୍ଷ ମଧ୍ୟରେ ଜବରଦଖଲ ହଟାଯିବା, ବୃକ୍ଷ କଟାଯିବା, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର କରାଯିବା ଆଦି କାର୍ଯ୍ୟ ହୋଇଥିଲେ ହେଁ ଏହି ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଟକି ରହିଛି। ତେବେ ଶଙ୍କୁରି ପୋଖରୀର ପୁନରୁଦ୍ଧାର ସମୟରେ ନାଳ ଓ ରାସ୍ତା ପାଇଁ ଯେଉଁ ଖନନ କରାଯାଇଥିଲା ତାହା ଏବେ ଆସ୍ତେ ଆସ୍ତେ ଭୁଶୁଡ଼ିବାରେ ଲାଗିଛି। ସହରର ଏକମାତ୍ର ଏହି ମୁଖ୍ୟ ରାସ୍ତାରେ ଦୈନନ୍ଦିନ ଦୁଇଚକିଆ, ତିନିଚକିଆ ସମେତ ଭାରିଯାନ ଯାତାୟାତ କରୁଛି । ଯଦି ଅସାବଧାନବଶତଃ ରାସ୍ତା ଭୁଶୁଡୁ ଥିବା ସ୍ଥାନ ଦେଇ କୌଣସି ଗାଡି ଚଢ଼ିଯାଏ ନିଶ୍ଚିତ ଏକ ବଡଧରଣ ଦୁର୍ଘଟଣାର ସମ୍ମୁଖୀନ ହେବାର ଅନୁମାନ କରାଯାଇପାରେ। ଉକ୍ତ ରାସ୍ତା ଦେଇ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯାଉଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପୂର୍ତ୍ତ ବିଭାଗ ପକ୍ଷରୁ ବିପଦ ସଙ୍କେତ ମଧ୍ୟ ଲଗାଯାଇ ନାହିଁ। ଅନ୍ୟପକ୍ଷରେ ପୋଖରୀର ଉନ୍ନୟନ ତଥା ରାସ୍ତା ପ୍ରଶସ୍ତୀକରଣ ବେଳେ ଯେଉଁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ତ୍ତମାନ ଧୀରେ ଧୀରେ ଏଠାରେ ପୁଣି ଅସ୍ଥାୟୀ ଦୋକାନମାନ ଗଢି ଉଠିଛି। ପାରଳା ପୌରପରିଷଦ ୨୦୧୯ର ଶେଷ ଭାଗରେ ପ୍ରଶାସନ ହାତକୁ ଯିବାପରେ ମଧ୍ୟ କୌଣସି ଆଖିଦୃଶିଆ ଉନ୍ନୟନ କାମ ହୋଇ ନ ଥିବାରୁ ସାଧାରଣରେ ଆଲୋଚନା ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଭୟ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀ ଅଶୋକ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୋଟିଏ ଗାଁ ୩ ନାଁରେ ପରିଚିତ

ପାରଳାଖେମୁଣ୍ଡି,୨୯ା୩(ଗିରିଧାରୀ ପରିଛା): ଗ୍ରାମ ଗୋଟିଏ ମାତ୍ର ନାମ ତିନୋଟି। ଏଥିରେ ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଉପସ୍ଥିତ ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ...

ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟଛକଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା...

ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଛା): ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା...

ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି, ୧୧ା୩ (ମନୋଜ କୁମାର ପାଢ଼ୀ):ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତର ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ,...

ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା,...

ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌

ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି।...

ସଜନା ଛୁଇଁ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ଲାଗି ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୨୫ା୨ି(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ବାଟିସିରିପୁର ଗ୍ରାମରେ ଜଣେ ଯୁବକ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri