ଆକର୍ଷଣ ସାଜିବ ବିରାଟ ରାଜାଙ୍କ ରାଜମହଲ

ଭୁବନେଶ୍ୱର, ୧୩।୧୦ (ବନ୍ଦନା ସେଠୀ): ଦିନ କେଇଟା ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ଦଶଭୂଜା। ଏଥିପାଇଁ ସହରର ସମସ୍ତ ପୂଜା କମିଟି ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ସ୍ବତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି କମିଟି ୧୨ବର୍ଷରେ ପଦାର୍ପଣ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୃହତ ତୋରଣ, ରଙ୍ଗିନ ଆଲୋକମାଳା, ୫୦ ଫୁଟର ରାବଣ ପୋଡ଼ି, ତାରକସି ମେଢ ସାଙ୍ଗକୁ ଚାନ୍ଦି ମୁକୁଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ଏଥର ମହାଭାରତର ବିରାଟ ରାଜାଙ୍କ ରାଜମହଲ ସଦୃଶ ତୋରଣ ଶ୍ରଦ୍ଧାଳୁଙ୍କୁ ଭେଟି ଦେବାକୁ ଯାଉଛି। ୧୦୦ ଫୁଟ ଓସାର ଓ ୭୫ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣରେ ମହାଭାରତର କାହାଣୀ ଶୁଣିଥିବା ଲୋକମାନେ ଏବେ ସ୍ବଚକ୍ଷୁରେ ପୌରାଣିକ କିମ୍ବଦନ୍ତୀର ନିଖୁଣ କାରୁକାର୍ଯ୍ୟକୁ ଦେଖିପାରିବେ। ଏଥିପାଇଁ ପଶ୍ଚିମବଙ୍ଗର ୧୭ଜଣ କାରିଗର ନିୟୋଜିତ ଅଛନ୍ତି। ପ୍ଲାଏ, ପ୍ଲାଷ୍ଟର ଅଫ୍‌ ପ୍ୟାରିସ, କାଚ, ସନ୍‌ପ୍ୟାକ, ସ୍ପଞ୍ଜ ଓ ଫୋମ୍‌ରେ ରାଜମହଲ ନିର୍ମାଣ ହେଉଥିବାବେଳେ ଶାମୁକା, ଆଇନା ଓ କଉଡ଼ିରେ ସୁନ୍ଦର କାରୁକାର୍ଯ୍ୟ କରାଯାଉଛି। ଏଥିପାଇଁ ୩୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସୁସଜ୍ଜିତ ତୋରଣ ସାଙ୍ଗକୁ ମଣ୍ଡପକୁ ସଂଯୋଗ କରୁଥିବା ୩ଟି ରାସ୍ତାରେ ୩ଟି ଓ ପଡ଼ିଆ ମଧ୍ୟରେ ୨ଟି ଏଲଇଡି ଲାଇଟ୍‌ ଗେଟ୍‌ ଲାଗିବା ସହ ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ କରାଯିବ। ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୪ଫୁଟ ରହିବ। ପୁରୁଣା ଭୁବନେଶ୍ୱରର କାରିଗର ମୂର୍ତ୍ତି ନିର୍ମାଣ ଜାରି ରଖିଛନ୍ତି। ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭା ପାଇବା ସହିତ ରୁପା ଓ ତାରକସି ଗହଣାରେ ସୁସଜ୍ଜିତ ହେବେ। ଷଷ୍ଠୀରେ ବିଲ୍ବବରଣ, ସପ୍ତମୀରେ କଳସ ଯାତ୍ରାରେ ୧୦୮ଜଣ ମହିଳା ସାମିଲ ହୋଇ ଡମଣା ଗ୍ରାମସ୍ଥିତ ଅଲେଖ ମହିମା ଆଶ୍ରମ ପୁଷ୍କରିଣୀରୁ ପାଣି ଗ୍ରହଣ କରି ଗ୍ରାମ ପରିକ୍ରମା କରିବା ସହିତ ମା’ଙ୍କ ପୂଜାପୀଠରେ ପହଞ୍ଚତ୍ ଜଳାଭିଷେକ କରିବେ। ଏହାପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇ ଚକ୍ଷୁଦାନ ଦିଆଯିବ। ସେହିପରି ଅଷ୍ଠମୀ ଦିନ ସୁର୍ଯ୍ୟ ପୂଜା, ମହାଷ୍ଠମୀ ପୂଜା, ସନ୍ଧିପୂଜା, ସନ୍ଧିବଳି ଓ ହୋମାଦି ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ନବମୀରେ ୨୧ଜଣ କୁମାରୀ ପୂଜା, ଚରୁହୋମ ଓ ୧୦୮ ଦୀପ ପ୍ରଜ୍ୱଳନ କରାଯାଇ ଏଥିରେ ଝୁଣା ମରାଯିବ ଯାହା ଅନ୍ୟତମ ଆକର୍ଷଣ ସାଜିବ। ଦଶମୀ ଦିନ ଦହିପଖାଳ ଭୋଗ, ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ହେବ। ଏଥର ୫୦ ଫୁଟର ଇ-ରାବଣ ପୋଡ଼ି ଅନୁଷ୍ଠିତ ହେବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲୋକମାନେ ବିଭିନ୍ନ ପ୍ରକାର ଦୋଳି ଏବଂ ମୀନାବଜାରର ମଜା ନେଇ ପାରିବେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ଓ ବାହାରେ ଭିଡ ନିୟନ୍ତ୍ରଣ କରିବା ପାଇଁ ୧୦୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ୮ଟି ସିସିଟିଭି କ୍ୟାମେରା ଓ ମଣ୍ଡପରେ ୪ଟି ଅଗ୍ନି ନିବାପକ ଯନ୍ତ୍ର ରଖାଯିବ। ଭସାଣି ଦିନ ଧୁମ୍‌ଧାମ୍‌ରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri