ଜେଲରେ ବାହୁସ୍ଫୋଟ ମାରି ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ: ଲୁଟ୍‌ ଗହଣାରେ ବାନ୍ଧବୀଙ୍କୁ ଖୁସି କରୁଥିଲେ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଲୁଟ୍‌ ପାଇଁ ତୁଳସୀ ଦେଈ ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ୫ ମାସ ପରେ ଏହି ହୃଦୟବିଦାରକ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛନ୍ତି। ସେ ଅନ୍ୟ ଏକ ଲୁଟ୍‌ ଘଟଣାରେ ଜେଲରେ ଥିବାବେଳେ କଏଦୀଙ୍କୁ ଉକ୍ତ ଲୁଟ୍‌ ଓ ହତ୍ୟା କିପରି ଘଟାଇଥିଲେ କହି ଫସି ଯାଇଛନ୍ତି। ସେ ହେଲେ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ପୋଲସରା ଅଞ୍ଚଳର ନାରାୟଣ ମହାନ୍ତି। ଏକଥା କମିଶନରେଟ ପୋଲିସର କାନକୁ ଆସିବା ପରେ ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଶନିବାର ଏହି ଘଟଣାରେ ସମ୍ପୃକ୍ତ ସହଯୋଗୀ ସାଗର ପ୍ରଧାନ ଓରଫ ବାବୁଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମୁଖ୍ୟ ଅଭିଯୁକ୍ତ ନାରାୟଣଙ୍କ ଅପରାଧ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ତାଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଉଭୟ ମିଳିତ ଭାବେ ସୁନା ଅଳଙ୍କାର ଲୁଟ୍‌ କରୁଥିଲେ ଓ ଏମାନଙ୍କର ଅନ୍ୟ କେଉଁ କେଉଁ ଘଟଣାରେ ସମ୍ପୃକ୍ତି ରହିଛି ତାହା ଜାଣିବାକୁ ନାରାୟଣଙ୍କୁ ଶନିବାରଠାରୁ ୨ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି ପୋଲିସ। ନାରାୟଣଙ୍କ ଆପରାଧିକ ସାମ୍ରାଜ୍ୟରେ ତାଙ୍କ ବାନ୍ଧବୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ପୋଲିସ ତାଙ୍କୁ ଟାର୍ଗେଟ କରିଥିବା ସୂଚନା ମିଳିଛି।

ଗତବର୍ଷ ଜୁଲାଇ ୨୬ ସକାଳ ପ୍ରାୟ ୯ଟାରେ ଅଭିଯୁକ୍ତମାନେ ନୟାପଲ୍ଲୀସ୍ଥିତ ଏନ୍‌-୪ /୨୬୩ରେ ରହୁଥିବା ତୁଳସୀ (୭୦)ଙ୍କ ଘରେ ପଶି ଲୁଟ୍‌ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଏକ କଟୁରିରେ ତୁଳସୀଙ୍କ ମୁଣ୍ଡକୁ ବାରମ୍ବାର ହାଣିବା ସହ କାନ କାଟି ପିନ୍ଧିଥିବା ୧୦ ଭରିର ସୁନାଚେନ ଓ କାନଫୁଲ ଲୁଟିଥିଲେ। ଗୁରୁତର ଆହତ ତୁଳସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୫ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଘଟଣା ପରେ ମଧ୍ୟ ଅଭିଯୁକ୍ତମାନେ ସହରରେ ବୁଲି ଲୁଟ୍‌ପାଟ୍‌ କରୁଥିଲେ। ଅଗଷ୍ଟ ୮ରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଛିନ୍‌ତାଇ ଘଟଣାରେ ଅଭିଯୁକ୍ତ ନାରାୟଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ ମଧ୍ୟ ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତପୋଲିସ ପୋଲିସ ଜାଣିପାରି ନ ଥିଲା।

ନାରାୟଣ ଓ ସହଯୋଗୀ ସାଗର ମିଳିମିଶି ସହର ସାରା ଲୁଟ୍‌ପାଟ କରିବା ସହ ଆତଙ୍କ ଖେଳାଉଥିଲେ। ଏକାକୀ ଯାଉଥିବା ବା ରହୁଥିବା ମହିଳାଙ୍କୁ ଏମାନେ ଟାର୍ଗେଟ୍‌ କରୁଥିଲେ। ପ୍ରଥମେ ଧମକାଇ ସୁନା ଗହଣା ଦେବାକୁ କହୁଥିଲେ। ନ ମିଳିଲେ ହତ୍ୟା କରିବାକୁ ପଛାଉ ନ ଥିଲେ। ଉଭୟ ଲୁଟ୍‌ ସୁନା ଗହଣା ଓ ଟଙ୍କାରେ ମଉଜମସ୍ତି କରୁଥିଲେ। କଏଦୀଙ୍କ ଆଗରେ ଗର୍ବରେ ଏସବୁ କହି ବାହୁସ୍ଫୋଟ ମାରୁଥିଲେ। ଏମିତିକି ତାଙ୍କ ପ୍ରେମିକାଙ୍କର ମଧ୍ୟ ଏସବୁ କଳା କାରନାମାରେ ସମ୍ପୃକ୍ତି ଥିବା ସେ କହିଥିଲେ। କିଛି ଘଟଣାରେ ଉଭୟ ପ୍ରେମୀଯୁଗଳ ଲୋକଙ୍କୁ ଲୁଟ୍‌ ମଧ୍ୟ କରିଥିଲେ। ଏପଟେ ସହଯୋଗୀ ସାଗରଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ଆଉକିଛି କଥା ଜଣାପଡିଥିଲା। ଲୁଟ୍‌ ସୁନା ଉଭୟଙ୍କ ମଧ୍ୟରେ ଅଧା ଅଧା ହେଉଥିଲା। ତେବେ ସୁନା ଅଳଙ୍କାର ନିଜ ବାନ୍ଧବୀଙ୍କୁ ଦେଇ ଖୁସି କରୁଥିଲେ ନାରାୟଣ। ନୟାପଲ୍ଲୀରେ ବୃଦ୍ଧାଙ୍କୁ କଟୁରୀରେ ହାଣି ସୁନା ଗହଣା ଲୁଟ୍‌ ପରେ ତାହାକୁ ମଧ୍ୟ ନିଜ ବାନ୍ଧବୀଙ୍କୁ ଦେଇଥିଲେ ନାରାୟଣ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri