Posted inଜାତୀୟ

ନିୟମ ଉଲ୍ଲଂଘନ କରି ପଦୋନ୍ନତି: ୪ ଅଫିସର ହେଲେ ଚୌକିଦାର-ଚପରାସୀ-ଅପରେଟର-ସହାୟକ

ଲକ୍ଷ୍ନୌ,୧୦।୧: ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ପ୍ରଚଳିତ ସରକାରୀ ନିୟମର ଉଲ୍ଲଂଘନ କରାଯାଇ ଅଫିସର ହୋଇଥିବା ୪ ଜଣଙ୍କୁ ମୂଳ ପଦବୀରେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସୂଚନା ନିର୍ଦ୍ଦେଶକ ଶିଶିରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ୨୦୧୪ ନଭେମ୍ବର ୩ରେ ଜିଲା ସୂଚନା କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଜଣଙ୍କୁ ଅଫିସର ପାହ୍ୟାକୁ ପଦୋନ୍ନତି କରାଯାଇଥିଲା। ଏହା ବିରୋଧରେ କୋର୍ଟରେ ଆବେଦନ କରାଯାଇଥିଲା। ଏହି ମାମଲାର ବିଚାର କରି କୋର୍ଟ ସମ୍ପୃକ୍ତ ଅଫିସରଙ୍କୁ ସେମାନଙ୍କ ମୂଳ ପଦବୀରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଦୋନ୍ନତି ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବରେଲୀର ନରସିଂହ, ଫିରୋଜାବାଦ୍‌ର ଦୟାଶଙ୍କର,ମଥୁରାର ବିନୋଦ କୁମାର ଶର୍ମା ଏବଂ ସନ୍ଥ ରବିଦାସନଗରର ଅନୀଲ କୁମାର ସିଂ ଥିଲେ। କୋର୍ଟଙ୍କ ରାୟ ପରେ ଏବେ ସେମାନଙ୍କୁ ମୂଳ ପଦବୀରେ ଚୌକିଦାର, ଚପରାସୀ, ଅପରେଟର ଏବଂ ସହାୟକ ଭାବେ ଅବସ୍ଥାପିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ...

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ...

୨ ଚାଇନା ନାଗରିକଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ,୧୭।୧: ବେଆଇନ ଭାବେ ଟଙ୍କା ଠୁଳ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୨ ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ଚାର୍ଲି ପେଙ୍ଗ୍‌...

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବେ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ...

ଏୟାର ଇଣ୍ଡିଆର ନୂଆ ନୀତି: ଅବସର ନେବା ପରେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଉଡାଇ ପାରିବେ ବିମାନ

ନୂଆଦିଲ୍ଲୀ,୨ ।୮: ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବେ ତା’ର ପାଇଲଟଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ବିମାନ ଉଡାଇବାର ଅନୁମତି ଦେବାକୁ...

କ୍ୟାବିନେଟ ଅନୁମୋଦନ କରିଥିବା ନ୍ୟାଶନାଲ କ୍ୱାଣ୍ଟମ ମିଶନ କ’ଣ ଜାଣନ୍ତୁ…

  ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି...

ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ: କୃଷକ ନେତା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କୃଷକ ସଂଘ (ବି.କେ.ୟୁ) ନେତା ରାକେଶ ଟିକାଏତ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ...

ବଢୁଛି ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା

ନୂଆଦିଲ୍ଲୀ,୧୨।୧: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ ରବିଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ରାଜ୍ୟପାଳ ରବିଙ୍କ ସମ୍ପର୍କରେ ଏକ ଚିଠି ସରକାରଙ୍କ...

Advertisement
Archives

Model This Week