ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ

ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ ବଦଳି ଯାଇଛି ସେକଥା ବିଗ୍‌ ବିଙ୍କୁ ବି ଜଣା ନ ଥିଲା। ମାତ୍ର ଜାଣିବା ପରେ ସେ ଏହି କଥାର ସତ୍ୟତାକୁ ତାଙ୍କ ଶୋ’ କେବିସିରେ ପ୍ରକାଶ କରିଛନ୍ତି।
କେବଳ ଏତିକି ନୁହେଁ, ‘ବାବା କା ଢାବା’ ବୃଦ୍ଧଙ୍କୁ ସାହାଯ୍ୟ କରୁଥିବା ଲୋକମାନଙ୍କ ମଧ୍ୟରେ ବିଗ୍‌ ବି ମଧ୍ୟ ଅଛନ୍ତି। ଢାବାର ବାବା କାନ୍ତ ପ୍ରସାଦ କହିଛନ୍ତି, ଅମିତାଭ ତାଙ୍କୁ ବ୍ୟକ୍ତିଗତ ଭାବେ ପଠାଇ ୫.୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି।
ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଶୁକ୍ରବାର ‘କୌନ ବନେଗା କୋରଡ଼ପତି’ରେ ଅମିତାଭଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିଥିଲେ। ଏହି ସମୟରେ ବିଗ୍‌ ବି କହିଛନ୍ତି, ଲୋକେ ଆଜିକାଲି ସୋସିଆଲ ମିଡିଆରେ ଉଠାଯାଇଥିବା କୌଣସି ପ୍ରସଙ୍ଗରେ ଖୋଲାଖୋଲି ସାହାଯ୍ୟ କରିବାକୁ ଆଗେଇ ଅସୁଛନ୍ତି।
ବିଗ୍‌ ବି ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ଢାବା ଚଳାଉଥିବା ବାବା କିପରି ଲକ୍‌ଡାଉନ୍‌ ସମୟରେ ତାଙ୍କର ହାତ ତିଆରି ଖାଦ୍ୟ ଯୋଗୁ ଆକର୍ଷିତ ହୋଇଥିଲେ। ଯେତେବେଳେ ଭିଡିଓ ଭାଇରାଲ ହେଲା କିଛିଦିନ ମଧ୍ୟରେ ଏଠାରେ ଲୋକଙ୍କ ଭିଡ଼ ଆରମ୍ଭ ହେଲା।
ଅନ୍ୟପକ୍ଷରେ ବାବା ବି ସମସ୍ତ ସେଲିବ୍ରିଟିଙ୍କୁ ଅନୁରୋଧ କରିଥିଲେ ଯେ, ସେମାନେ କେବଳ ପଞ୍ଚ ତାରକା ହୋଟେଲରେ ଖାଦ୍ୟ ନ ଖାଇ କେବେ ତାଙ୍କ ଢାବାକୁ ଆସନ୍ତୁ ବୋଲି କହିଥିଲେ। ଆହୁରି ମଧ୍ୟ ବାବା ଥରେ ବିଗ୍‌ ବିଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ କହିଥିଲେ ଯେତେବେଳେ ବି ଅମିତାଭ ଦଲ୍ଲୀ ଆସିବେ ସେତେବେଳେ ତାଙ୍କ ଢାବାରେ ଆସି ଖାଇବାକୁ ପଡ଼ିବ। ବର୍ତ୍ତମାନ ବାବା ଏକ ସୁନ୍ଦର ରେଷ୍ଟୁରାଣ୍ଟର ମାଲିକ ହୋଇପାରିଛନ୍ତି। ବାବା ନିକଟରେ ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଯେଉଁଥିରେ ବାବା ନିଜେ କ୍ୟାଶ କାଉଣ୍ଟରରେ ବସିଛନ୍ତି। ଏହା ଜାଣି ଅମିତାଭ ଖୁବ୍‌ ଖୁସି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri