ମାହାଙ୍ଗା ଡବଲ ମର୍ଡର ଘଟଣା,ଫେରାର ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା/ନିଶ୍ଚିନ୍ତକୋଇଲି/ସାଲେପୁର/ଟାଙ୍ଗୀ (କଟକ), ୭ା୨(ସ୍ବ.ପ୍ର./ ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ୱାଳ। ସେ ଦୀର୍ଘ ଦିନ ହେବ ଫେରାର ଥିଲେ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବନ୍ଦାଳୋ ନିକଟରେ ନିର୍ମାଣାଧୀନ ଟୋଲପ୍ଲାଜା ପାଖରୁ ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲା। ହେଲେ ମୁଣ୍ଡ ଉପରେ ଟ୍ରକ ମାଡ଼ିଯାଇଥିବା ଆଶଙ୍କା କରାଯାଉଥିବାବେଳେ ମୃତଦେହ କାହାର ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ଘଟଣାସ୍ଥଳଠାରୁ ପ୍ରାୟ ୫୦ ଫୁଟ ଦୂରରୁ ଏକ ବାଇକ୍‌ ହିରୋ ଗ୍ଲାମର୍‌ (ନଂ.ଓଡି୦୫ଏଜି-୫୪୭୧), ସିମ୍‌କାର୍ଡ ନ ଥିବା ମୋବାଇଲ ଫୋନ ଓ ବ୍ୟାଗକୁ ପୋଲିସ ଜବତ କରିଥିଲା। ଜବତ ମୋବାଇଲରୁ ନମ୍ବର କାଢ଼ି ପୋଲିସ ଫୋନ୍‌ କରିବାରୁ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଉଠାଇଥିଲେ। ମୃତଦେହ ଚିହ୍ନଟ ପାଇଁ ଏସ୍‌ସିବି ମେଡିକାଲ ଆସିବାକୁ କହିଥିଲେ। ଶନିବାର ପୂର୍ବାହ୍ନରେ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ ଏସ୍‌ସିବି ମେଡିକାଲରେ ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ମୃତଦେହ ଚିହ୍ନଟ କରିଥିଲେ। ତେବେ ଦୁର୍ଘଟଣାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସମ୍ପର୍କୀୟ ଅରୂପାନନ୍ଦ ଜେନା(୩୩) ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁର୍ଘଟଣା ମାମଲା(ନଂ.୧୬/୨୧) ରୁଜୁ କରିଛି। ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଧିକାରୀ ଶତ୍ରୁଘ୍ନ ଦଳେଇ କହିଛନ୍ତି। ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ଡଲି ବିଶ୍ୱାଳ ଆମ ନିଶ୍ଚିନ୍ତକୋଇଲି ପ୍ରତିନିଧିଙ୍କୁ କହିଛନ୍ତି। ସେହିପରି ପୋଲିସର ଚାପ ରହୁଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ କଟକ ଜିଲା ଭାଜପା ସଭାପତି ପ୍ରକାଶ ବେହେରା କହିଛନ୍ତି ଯେ, ଫେରାର ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ରାଇସୁଗୁଡ଼ାଠାରେ ଏକ ଖବରଦାତା ସମ୍ମିଳନୀ କରି ବେହେରା କହିଥିଲେ ଯେ, ପ୍ରଫୁଲ୍ଲଙ୍କ ମୃତ୍ୟୁ ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପରିବାରର ଏକ ଟ୍ରାନ୍ସପୋର୍ଟ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି। ଭାଜପା ନେତା କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ମାହାଙ୍ଗା ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରଫୁଲ୍ଲ ଧରାପଡ଼ିଲେ କାଳେ କିଛି ରହସ୍ୟ ଜଣାପଡ଼ିଯିବ, ତେଣୁ ସେହି ଭୟରେ ତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି ବୋଲି ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨ରେ ମାହାଙ୍ଗା ବ୍ଲକ ଅନ୍ତର୍ଗତ ନୃତାଙ୍ଗ ପଞ୍ଚାୟତର ଯଁକୋଟି ଗ୍ରାମ ରାସ୍ତାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହାର ୨ ବର୍ଷ ପୂର୍ବରୁ ଉକ୍ତ ଗ୍ରାମରେ ଅନୁରୂପ ଢଙ୍ଗରେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ବିକାଶ ଜେନା ହତ୍ୟାକାଣ୍ଡରେ ପ୍ରଫୁଲ୍ଲଙ୍କ ବାପା ନିରଞ୍ଜନ ବିଶ୍ୱାଳ ଗିରଫ ହୋଇ ଜେଲରେ ଥିଲାବେଳେ ପ୍ରଫୁଲ୍ଲଙ୍କ ଭାଇ ପ୍ରମୋଦ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆତ୍ମସମର୍ପଣ କରିଛନ୍ତି। କୁଳମଣି ଓ ଦିବ୍ୟସିଂହଙ୍କ ହତ୍ୟା ଘଟଣାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଆତ୍ମସମର୍ପଣ କରିଥିଲେ। ମାହାଙ୍ଗା ବିଧାୟକ ଜେନା ମଧ୍ୟ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ। ପ୍ରଫୁଲ୍ଲଙ୍କ ପତ୍ତା ମିଳୁ ନ ଥିଲା। ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ଆନ୍ଦୋଳନ ଜୋରଦାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri