Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ୧ କୋଟି ପରିବାରଙ୍କୁ ମିଳିବ…

ନୂଆଦିଲ୍ଲୀ,୧୯।୧୧: ଘରର ଆର୍ଥିକ ଦାୟିତ୍ୱ ସମ୍ଭାଳୁଥିବା ସଦସ୍ୟ ଯଦି ହଠାତ୍‌ ଆଖି ବୁଜିଦିଅନ୍ତି, ତେବେ ପରିବାର ଉପରେ କେବଳ ମାନସିକ ଆଘାତ ନୁହେଁ, ଆର୍ଥିକ ସମସ୍ୟାର ପାହାଡ଼ ମଧ୍ୟ ଛିଡ଼ା ହୋଇଯାଏ। ଏଭଳି ସ୍ଥିତିରେ ପରିବାର ପାଇଁ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଏବଂ ଋଣ ପରିଶୋଧ କରିବା ଭଳି ଦାୟିତ୍ୱ ସମ୍ଭାଳିବା କଷ୍ଟକର ହୋଇପଡ଼େ। ଏଭଳି ସମସ୍ୟାରୁ ପରିବାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ତେଲଙ୍ଗାନା ସରକାର ଏକ ନୂଆ ବୀମା ଯୋଜନା ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ପ୍ରସ୍ତାବିତ ‘ଇନ୍ଦିରାମ୍ମା ଫ୍ୟାମିଲି ଇନ୍ସ୍ୟୁରାନ୍ସ ସ୍କିମ’ ଅଧୀନରେ ରାଜ୍ୟର ପ୍ରାୟ ୧ କୋଟି ପରିବାରକୁ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ଦେବାକୁ ଯୋଜନା ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍‌ ୧୯ ନଭେମ୍ବର ୨୦୨୬ରୁ ଆରମ୍ଭ ହେବ ବୋଲି କୁହାଯାଇଛି। ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ପରିଚାଳିତ ବୀମା ଯୋଜନାଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ଅଧୀନକୁ ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ନଭେମ୍ବର ୧୯ ତାରିଖରେ ସିଦ୍ଦିପେଟ୍‌ରେ ଏକ ସାଧାରଣ କାର୍ଯ୍ୟକ୍ରମ ଅବସରରେ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ କରିବେ।

ବର୍ତ୍ତମାନ କିଛି ସରକାରୀ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମିଳୁଛି। ନୂଆ ଯୋଜନାରେ ଏହି ବୀମା ରାଶିକୁ ବୃଦ୍ଧି କରି ୫ ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏଥିସହ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ବୀମା ସୁରକ୍ଷା ମଧ୍ୟ ଜାରି ରଖିବାକୁ ଯୋଜନା କରାଯାଇଛି। ବର୍ତ୍ତମାନର ବ୍ୟବସ୍ଥାରେ କେତେକ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି।

ବୀମା ଯୋଜନାଗୁଡ଼ିକୁ ଏକାଠି କରିବା ସମୟରେ ଯେପରି କୌଣସି ପୁରୁଣା ହିତାଧିକାରୀଙ୍କ ନାଁ ବାଦ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବୀମା ସୁରକ୍ଷା ପାଉଥିବା ଲୋକମାନେ ଯେପରି ନୂଆ ବ୍ୟବସ୍ଥାରେ ମଧ୍ୟ ଏହି ସୁବିଧା ପାଇପାରିବେ, ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି।

ସରକାରଙ୍କ ପକ୍ଷରୁ ଯୋଜନାର ଗାଇଡଲାଇନ ଜାରି ହେବା ପରେ ହିଁ ଏହାର ଯୋଗ୍ୟତା, ଆବଶ୍ୟକ କାଗଜପତ୍ର ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବ। ଏହାବ୍ୟତୀତ ହିତାଧିକାରୀମାନେ କେଉଁ ପରିବାର ଓ ସଦସ୍ୟ ଏହି ଯୋଜନାର ଲାଭ ପାଇବେ, ଆବେଦନ ଅନ୍ଲାଇନ୍ରେ ହେବ ନା ସରକାରୀ କାର୍ଯ୍ୟାଳୟ ମାଧ୍ୟମରେ କରିବାକୁ ପଡ଼ିବ, ସେ ସମ୍ପର୍କରେ ଜାଣିବା ଆବଶ୍ୟକ।

ଏଥିପାଇଁ ଆଧାର କାର୍ଡ କିମ୍ବା ରାସନ କାର୍ଡ ଭଳି କେଉଁ କେଉଁ ଦସ୍ତାବିଜ ଆବଶ୍ୟକ ହେବ, ତାହା ମଧ୍ୟ ଜାଣିବାକୁ ପଡ଼ିବ। ଏହାସହ ବୀମା ରାଶି ପାଇବା ପାଇଁ ଦାବି କରିବା ସମୟରେ କେଉଁ କାଗଜପତ୍ର ଦାଖଲ କରିବାକୁ ହେବ ଏବଂ ଏଥିପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ, ସେ ସମ୍ପର୍କରେ ମଧ୍ୟ ସଠିକ ଭାବେ ବୁଝିବା ଜରୁରୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହର ସନ୍ତାନଙ୍କୁ ବି ମା’ଙ୍କ ସମ୍ପତ୍ତିରେ ମିଳିବ ଅଧିକାର: ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୯।୧୧: ସାଧାରଣତଃ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳେ। ବିଶେଷକରି ଜଣେ ମହିଳାଙ୍କ ବିବାହ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ଏବଂ…

ଖାଇବାକୁ ଯାଉଥିବା ବେଳେ ପିକଅପ୍ ଭ୍ୟାନ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ; ଅଞ୍ଚଳରେ ଶୋକ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଭଞ୍ଜନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ ହୋଇଛି । ଜଣାଶୁଣା କଂଗ୍ରେସ ନେତା ତଥା…

ସଫେଇ ଦେଲେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌: ସିରାଜଙ୍କୁ ଦଳରୁ ବାଦ ଦେବାକୁ ନେଇ କହିଦେଲେ ଭିତିରି କଥା

ୱେଲିଂଟନ,୧୯।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅପେକ୍ଷା ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ…

ମ୍ୟାଚର ମୋଡ଼ ବଦଳାଇଦେଲେ ନ୍ୟୁଜିଲାଣ୍ଡର ଏହି ଖେଳାଳି: ଶତକ ମାରି ହାସଲ କଲେ ବଡ଼ ଉପଲବ୍ଧି , ଦଳକୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ,୧୯।୧୧: ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ…

ମହିଳା ଆଇଆଇସିଙ୍କ ମାନବିକତା, ବର୍ଷାରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି…

ଗଞ୍ଜାମ,୧୯ା୧୧(ବିଦ୍ୟାଧର ସାହୁ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ବୁଧବାରଠାରୁ ଆରମ୍ଭ ହୋଇଛି ବର୍ଷା। ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଏଭଳି ପରିସ୍ଥିତିରେ ଗଞ୍ଜାମ…

ଧନତେରସ୍ ପରଠାରୁ ୧୪ହଜାର ଶସ୍ତା ହେଲା ସୁନା, ୧ ଲକ୍ଷ ଟଙ୍କାକୁ ଖସିବ….

ନୂଆଦିଲ୍ଲୀ,୧୯।୧୧: ଦେଶର ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ଧନତେରସ ପରଠାରୁ…

ଉପକୂଳମୁହାଁ ବାତ୍ୟା ‘ଅକ୍ୱାନ’: ମହାକାଳପଡ଼ାରେ ହାଇଆଲର୍ଟ, ଫେରିଘାଟ ବନ୍ଦ ସହ ଯୁଦ୍ଧକାଳୀନ ଭିତ୍ତିରେ…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଅକ୍ୱାନ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇ ଆଗକୁ ବଢୁଛି ବୋଲି ପାଣିପାଗ ବିଭାଗ ସତର୍କତା…

‘କ୍ରିକେଟ୍ ମରୁଛି’, ଶୋଏବ ଅଖତରଙ୍କ ବଡ଼ ବୟାନ; କହିଲେ ବୋତଲ ଢାଙ୍କୁଣିରେ…

ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନର ପୂର୍ବତନ ଷ୍ଟାର୍ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବୟାନକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍ ଧୀରେ ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?