ଗଛର ଐଶ୍ୱରିକ କାହାଣୀ

ନବରାତ୍ରି ସମୟରେ ଏବଂ ଗୌରୀପୂଜା ଓ ତେଜ ଭଳି ଅନ୍ୟ ଦେବୀକୈନ୍ଦ୍ରିକ ପର୍ବରେ ମହିଳାମାନେ ଅଧିକ ପୁଷ୍ଟିକାରକ ତଥା ଓଷଧୀୟ ଗଛ ଭାବେ ଦେବୀଙ୍କୁ ପୂଜା କରୁଥିଲେ। ଏହିସବୁ ଗଛ ହେଲା କଦଳୀ, ନଡ଼ିଆ, ଆମ୍ବ, କଦଳୀ, ଧାନ, ବେଲ, ଅଶୋକା, ଅପରାଜିତା ଏବଂ ଜୟନ୍ତୀ। ଏଗୁଡ଼ିକ ଦେବୀଙ୍କର ନଅ ପ୍ରକାର ସ୍ବରୂପ (ନବଦୁର୍ଗା)। ଏମାନେ ଆମକୁ ଖାଇବାକୁ ଦିଅନ୍ତି, ସୁନ୍ଦର କରି ଗଢ଼ନ୍ତି ଏବଂ ସୁସ୍ଥ ରଖନ୍ତି। କିନ୍ତୁ ଆମେ ପ୍ରକୃତି ଓ ଉଦ୍ଭିଦ ସହିତ ସେହି ସଂଯୋଗ ହରାଇଛୁ। ଆମେ ଏହି ଜୈବିକ ସ୍ବରୂପ ବଦଳରେ ଦେବୀଙ୍କ ପଥର, ଧାତୁ, ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟର ପ୍ୟାରିସ ରୂପକୁ ଆପଣାଇ ନେଇଛୁ। ଏହି କାରଣରୁ ବୃକ୍ଷ ଉପରେ ଗୁରୁତ୍ୱ ନ ଦେଇ ବିକାଶ ନାମରେ ରାସ୍ତା, କୋଠା ଏବଂ କାରଖାନା, ଏପରିକି ମନ୍ଦିର ପାଇଁ ରାସ୍ତା ତିଆରି କରିବାକୁ ହଜାର ହଜାର ଗଛ କାଟିବା ଭଳି ଅଭ୍ୟାସକୁ ସାମାଜିକ ସ୍ତରରେ ଗ୍ରହଣ କରିଛୁ। ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ତଥା ମଣିଷ ଶୁଣି ପାରୁ ନ ଥିବା ଅଲ୍‌ଟ୍ରାସୋନିକ ଫ୍ରିକ୍ୱେନ୍ସି ବା ତରଙ୍ଗକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏହି ତରଙ୍ଗ ବୃକ୍ଷରୁ ସୃଷ୍ଟି ହୋଇଥାଏ। ଯେଉଁ ସମୟରେ ସାରା ଭାରତ ପବିତ୍ର ଗଛରେ ପରିପୂର୍ଣ୍ଣ ଥିଲା, ସେହି ସମୟରୁ ଆମେ ବହୁ ଦୂର ପଥ ଅତିକ୍ରମ କରିଆସିଲୁଣି। ଏହି ପବିତ୍ର ଜଙ୍ଗଲରେ ଗୋରୁ ଚରାଇବା, ଚାଷ କରିବା, ଫଳ କିମ୍ବା ଜାଳେଣି କାଠ ସଂଗ୍ରହ ପାଇଁ କାହାକୁ ଅନୁମତି ଦିଆଯାଇ ନ ଥିଲା। ଏଗୁଡ଼ିକ ଥିଲା ଭାରତର ମୂଳ ମନ୍ଦିର। ହେଲେ ବର୍ତ୍ତମାନ ସମସ୍ତେ ତାହା ଭୁଲିଯାଇଛନ୍ତି। ହରପ୍ପା ସଭ୍ୟତାରୁ ମିଳିଥିବା ସିଲ୍‌ ବା ମୋହର ସ୍ପଷ୍ଟ ଭାବରେ ସୂଚିତ କରେ ଯେ, ସେ ସମୟରେ ଉଦ୍ଭିଦଗୁଡ଼ିକୁ ପୂଜା କରାଯାଉଥିଲା। ସେତେବେଳର ମୁଦ୍ରାଗୁଡ଼ିକରେ ପୁରୁଷମାନେ ନୈବେଦ୍ୟ ଏବଂ ମହିଳାମାନେ ଏକ ଗଛରୁ ବାହାରିଥିବା ଦେବୀଙ୍କ ଚାରିପାଖରେ ନାଚୁଥିବା ଦେଖାଯାଏ। ଏହି ଦେବୀଙ୍କୁ କ’ଣ କୁହାଯାଏ ତାହା ଆମେ ଜାଣୁ ନାହିଁ। ତେବେ ସେ ଉଦ୍ଭିଦମାନଙ୍କର ଦେବୀ ଶାକମ୍ବରୀଙ୍କର ପ୍ରାରମ୍ଭିକ ରୂପ ଥିଲେ କି?
ନର୍ମଦା ନଦୀର ଦକ୍ଷିଣରେ ଥିବା ଅଞ୍ଚଳ (ଡେକାନ୍‌ ରିଜିଅନ)ରେ, ପ୍ରତ୍ନତତ୍ତ୍ୱବିତ୍‌ମାନ ହାତଗୋଡ଼ ଲମ୍ବାଇ ତଳେ ପଡ଼ିଥିବା ନାମହୀନ ଦେବୀଙ୍କ ଚିତ୍ର ପାଇଛନ୍ତି। ସେହି ଦେବୀଙ୍କ ମୁଣ୍ଡ ଜାଗାରେ ପଦ୍ମଫୁଲ ରହିଛି। ଏକ ପ୍ରାକ୍‌ ବୈଦିକ ଦେବୀଙ୍କୁ ମଧ୍ୟ ପ୍ରତ୍ନତତ୍ତ୍ୱବିତ୍‌ମାନେ ଆବିଷ୍କାର କରିଥିଲେ। ଏହି ଶାନ୍ତ ତଥା ନମ୍ର ମା’ଙ୍କୁ ସେମାନେ ଲଜ୍ଜାଗୌରୀ ନାମରେ ନାମିତ କରିଥିଲେ। ପ୍ରାଚୀନ ପ୍ରଜନନ ରୀତିନୀତିରେ ଏହାର ଭୂମିକା ନିଃସନ୍ଦେହ। ବଙ୍ଗାଳୀ ବିବାହ ସମାରୋହ ଏବଂ ଉତ୍ପାଦକ ପର୍ବ ସମୟରେ ଲାଲ ରଙ୍ଗରେ ରଙ୍ଗାୟିତ ବଙ୍ଗଳା ସ୍ବସ୍ତିକ ଜଣେ ମହିଳା ହାତଗୋଡ଼ ଖୋଲା ରଖିଥିବା ଦେଖାଯାଏ, ଯାହାଙ୍କର ସେହି ପ୍ରାଚୀନ ଲଜ୍ଜାଗୌରୀଙ୍କ ସହ ସାମଞ୍ଜସ୍ୟ ରହିଛି। ।
ଆମମାନଙ୍କ ପାଖରେ ଥିବା ବୈଦିକ ଶାସ୍ତ୍ରଗୁଡ଼ିକରେ ବିଶେଷକରି ଉଦ୍ଭିଦଜାତ ପାନୀୟ (ସୋମ) ପ୍ରସ୍ତୁତି ଏବଂ ଦେବତାଙ୍କୁ ଅର୍ପଣ ଉଦ୍ଦେଶ୍ୟରେ ପାଳିତ ପର୍ବପର୍ବାଣିର ସ୍ତୋତ୍ରଗୁଡ଼ିକ ବର୍ଣ୍ଣନା କରାଯାଇଛି। ଋକ୍‌ବେଦର ୫୦%ରୁ ଊର୍ଦ୍ଧ୍ୱ ସ୍ତୋତ୍ର ୩ଟି ବିଷୟ ସୋମ, ଇନ୍ଦ୍ର (ଯାହାଙ୍କୁ ସୋମରସ ଦିଆଯାଏ) ଓ ଅଗ୍ନି (ଦେବତାଙ୍କ ମୁଖ) ପାଇଁ ସମର୍ପିତ। ଋକ୍‌ବେଦର ୧୦ଟି ଅଧ୍ୟାୟ ମଧ୍ୟରୁ ପୂରା ୯ମ ଅଧ୍ୟାୟରେ ସୋମରସ ସମ୍ପର୍କରେ ବର୍ଣ୍ଣନା ରହିଛି। ଗଛର ଗଣ୍ଡିରୁ ସୋମରସ ସଂଗ୍ରହ କରି ତାହାକୁ ଶୁଦ୍ଧ କରିବା କାର୍ଯ୍ୟର ଅନେକ କାଳ୍ପନିକ ବିଷୟକୁ ଏହା ସୂଚିତ କରିଛି। ଯେହେତୁ ବୈଦିକ ଲୋକମାନେ ପୁରୋହିତ ଥିଲେ, ସେମାନେ ଘାସ (ବିଶେଷକରି ଦୂବଘାସ)କୁ ସମ୍ମାନ କରୁଥିଲେ। ଏହା ସେମାନଙ୍କର ଗୋ ଏବଂ ଘୋଡ଼ାକୁ ଖାଦ୍ୟ ଯୋଗାଉଥିଲା। ଦେବତା ଏବଂ ପୂର୍ବପୁରୁଷମାନଙ୍କୁ ବାର୍ଲି ପିଠା ଅର୍ପଣ କରାଯାଉଥିଲା। ଚାଉଳ ଉପଲବ୍ଧ ହେବା ପରେ ଚାଉଳ ପିଠା ଦିଆଗଲା । ଅଥର୍ବ ବେଦରେ ଘାସ ସହିତ ଏଫେଡ୍ରା (ଏକ ଓଷଧୀୟ ବୃକ୍ଷ), ବାର୍ଲି ଏବଂ ଧାନ ବିଷୟରେ ଉଲ୍ଲେଖ କରାଯାଇଛି।
ସନ୍ନ୍ୟାସୀ ପରମ୍ପରାରେ ଗଛଗୁଡ଼ିକର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି। ପ୍ରତ୍ୟେକ ଜୈନ ତୀର୍ଥଙ୍କର ଏକ ପବିତ୍ର ଗଛ ସହିତ ସମ୍ବନ୍ଧିତ। ମହାବୀରଙ୍କର ଶାଳ ଗଛ, ଋଷଭନାଥଙ୍କର ବର, ଭୀମନାଥଙ୍କର ଜାମୁ ଗଛ ସହିତ ସମ୍ପର୍କ ରହିଛି। ଏହା ବ୍ୟତୀତ ଆମ୍ବ ସହିତ ଅରନାଥ, ଅଶୋକ ସହିତ ମଲ୍ଲିନାଥ, କୋକୁମ ସହିତ ନେମିନାଥ ଭଲ ଭାବେ ଜଡ଼ିତ। ବିଭିନ୍ନ ପରମ୍ପରାରେ ଏହି ତାଲିକା ଭିନ୍ନ ଦେଖିବାକୁ ମିଳେ। କିନ୍ତୁ ସମସ୍ତେ ଏହା ଗ୍ରହଣ କରନ୍ତି ଯେ, ଅତିକମ୍‌ରେ ଗୋଟିଏ ଉଦ୍ଭିଦ ମହାନ୍‌ ଜୈନ ଗୁରୁଙ୍କ ଆତ୍ମାକୁ ଧାରଣ କରିଥାଏ। ବୁଦ୍ଧ ମଧ୍ୟ ଉଦ୍ଭିଦ ସହିତ ସମ୍ପୃକ୍ତ। ଯେତେବେଳେ ତାଙ୍କ ମା’ ବୁଦ୍ଧଙ୍କୁ ଲୁମ୍ବିନୀରେ ପ୍ରସବ କରିଥିଲେ, ସେତେବେଳେ ସେ ଏକ ଶାଳଡାଳକୁ ଜାବୁଡ଼ି ଧରିଥିଲେ। ବୁଦ୍ଧ ଦୁଇଟି ଶାଳଗଛ ମଧ୍ୟରେ ଦେହତ୍ୟାଗ କରିଥିଲେ। ସେ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ପ୍ରାପ୍ତ ହୋଇଥିଲେ ଏବଂ ଏକ ସୁନ୍ଦର ବାଉଁଶ ବଣରେ ଦିବ୍ୟବାଣୀ ପ୍ରଦାନ କରିଥିଲେ। ଗୌତମ ବୁଦ୍ଧଙ୍କ ପୂର୍ବରୁ ଆଉ ଜଣେ ବୁଦ୍ଧ ଥିଲେ। ତାଙ୍କ ନାମ ଥିଲା ବିପାସୀ ବୁଦ୍ଧ। ସେ ବି ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ଲାଭ କରିିଥିଲେ। ଏହି ଗଛର ଚାରିପାଖରେ ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳିପୁତ୍ର ସହର ଗଢ଼ି ଉଠିିଥିଲା, ଯାହାକୁ ଆମେ ଏବେ ପାଟନା କହୁଛୁ।
ପ୍ରାଚୀନ କାଳରେ ଅନେକ ଗଛ ବିଭିନ୍ନ ବଂଶ ଏବଂ ରାଜ ପରିବାରର ଧର୍ମୀୟ ପ୍ରତୀକ ଭାବରେ ରହିଥିଲେ। ସଙ୍ଗମ କାବ୍ୟରେ ଆମେ ଏଭଳି ରାଜାମାନଙ୍କ ବିଷୟରେ ଅନେକ ଲେଖା ପାଇଥାଉ। ରାଜାମାନେ ଶତ୍ରୁଙ୍କୁ ଆକ୍ରମଣ କରି ସେମାନଙ୍କ ଧର୍ମୀୟ ପ୍ରତୀକ ଗଛକୁ ଉପାଡ଼ି ନଷ୍ଟ କରିଦେବାର ବର୍ଣ୍ଣନା ବି ସେହି କାବ୍ୟରେ ଦେଖିବାକୁ ମିଳେ। ନେଡୁଙ୍ଗ୍ରେଲ ବନବାସୀ (ଏବେ କର୍ନାଟକରେ)ର କାଦମ୍ବା ରାଜବଂଶର କଦମ୍ବ ଗଛକୁ କାଟି ଦେଇଥିଲେ। ନରମୁଦି ଚେରାଲ (ଚେରା ରାଜବଂଶ) ତାଙ୍କ ଶତ୍ରୁ ନାନ୍ନା ରାଜବଂଶର ଧର୍ମୀୟ ପ୍ରତୀକ ଶିରିଶ ଗଛକୁ କାଟି ଦେବା ସହ ସେନ୍‌କଟ୍ଟୁଭାନ ମୋଗୁରର ପଲାଇଗାନଙ୍କ ନିମ୍ବଗଛକୁ ନଷ୍ଟ କରିଦେଇଥିଲେ। କୃଷ୍ଣ ଇନ୍ଦ୍ରଙ୍କ ସହ ଯୁଦ୍ଧ କରି ପାରିଜାତ ଗଛକୁ ସ୍ବର୍ଗରୁ ପୃଥିବୀକୁ ଆଣିଥିଲେ। ନାରକାସୁରାକୁ ପରାସ୍ତ କରିବାରେ ଇନ୍ଦ୍ରଙ୍କୁ କୃଷ୍ଣ ସାହାଯ୍ୟ କରିଥିଲେ ଏବଂ ସ୍ବର୍ଗକୁ ମୁକୁଳାଇଥିଲେ। କୃଷ୍ଣ ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଖୁସି କରିବା ପାଇଁ ସ୍ବର୍ଗରୁ ପାରିଜାତ ଗଛ ନେବାକୁ ଯେତେବେଳେ ଚାହିଁଥିଲେ, ସେତେବେଳେ ଇନ୍ଦ୍ର ଗଛକୁ ପୃଥିବୀକୁ ନେବାକୁ ମନା କରିଦେଇଥିଲେ। ଇନ୍ଦ୍ରଙ୍କୁ ଶିକ୍ଷା ଦେବା ପାଇଁ କୃଷ୍ଣ ସେହି ଗଛକୁ ବଳପୂର୍ବକ ଛଡ଼ାଇ ନେଇଥିଲେ। ପାରିଜାତ ବୃକ୍ଷ ଦେବରାଜ ଇନ୍ଦ୍ରଙ୍କ ଉପରେ କୃଷ୍ଣଙ୍କ ବିଜୟକୁ ପ୍ରତିପାଦିତ କରେ। ହନୁମାନ କଦଳୀ ବଣରେ ରୁହନ୍ତି, ଗଣେଶ ଆଖୁ ଜଙ୍ଗଲରେ ରୁହନ୍ତି, ଦେବୀ ନମ୍ବ ଏବଂ ତେନ୍ତୁଳିଗଛ ପରିପୂର୍ଣ୍ଣ ଅନ୍ଧକାର ଜଙ୍ଗଲରେ ରୁହନ୍ତି। କୃଷ୍ଣ ଫୁଲଭରା ସୁଗନ୍ଧିତ ଜଙ୍ଗଲରେ ନୃତ୍ୟ କରନ୍ତି। ଶିବ ଏବଂ ଶକ୍ତି ଖେଳର ଦେବଦାରୁ ଜଙ୍ଗଲରେ ନାଚନ୍ତି। କିନ୍ତୁ ଏହିସବୁ ଜଙ୍ଗଲ ଶୀଘ୍ର ଲୋପ ପାଇଯିବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?