ଖୁସି ବନାମ ସୁଖୀ

ହରିଶଙ୍କର ମିଶ୍ର

 

‘ବିଦୁର ନୀତି’ ଭାବେ ଗୋଟିଏ ଶ୍ଳୋକ ଅଛି-
”ଅସନ୍ତୁଷ୍ଟାଃ ଦ୍ବିଜାଃ ନଷ୍ଟାଃ ସନ୍ତୁଷ୍ଟାଶ୍ଚ ମହୀଭୃତଃ
ସଲଜ୍ଜାଃ ଗଣିକାଃ ନଷ୍ଟାଃ ନିର୍ଲଜ୍ଜାଶ୍ଚ କୁଳସ୍ତ୍ରିୟଃ।“

ଏହାର ଅର୍ଥ ହେଉଛି ଦାନ ଦକ୍ଷିଣାରେ ଅସନ୍ତୁଷ୍ଟ ହେଉଥିବା ବ୍ରାହ୍ମଣ, ରାଜ କର୍ମଚାରୀଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରୁଥିବା ମହୀଭୃତ ବା ରାଜା, ଲଜ୍ଜାଶୀଳା ଗଣିକା ଏବଂ ଲଜ୍ଜାହୀନା କୁଳବଧୂ ନିଜ ଓ ସମାଜ ପାଇଁ କ୍ଷତିକାରକ ହୋଇଥାନ୍ତି। ଏହି ଆପ୍ତବାକ୍ୟର ଅର୍ଥ ଯଦି ବ୍ୟାପ୍ତ କରାଯାଏ ତେବେ ବ୍ରାହ୍ମଣଙ୍କର ଧର୍ମ ହେଉଛି ସମାଜ ପାଇଁ ସର୍ବଦା ହିତ ଚିନ୍ତା କରିବା। ବ୍ରାହ୍ମଣମାନେ ପୁରୋହିତ ଭାବେ ଯଦି ପୂଜା ବା ଶ୍ରାଦ୍ଧରେ ଦାନ ଦକ୍ଷିଣା ପାଇଁ ଅସନ୍ତୁଷ୍ଟ ପ୍ରକାଶ କଲେ ତେବେ ସମ୍ପୃକ୍ତ ଯଜମାନ ପୁରୋହିତଙ୍କଠାରୁ ଦୂରେଇ ଯାଆନ୍ତି। ତେଣୁ ବ୍ରାହ୍ମଣ ସର୍ବଦା ସନ୍ତୁଷ୍ଟ ବା ଖୁସି ରହିବା ଉଚିତ୍‌। ରାଜା ବା ଶାସକ ସର୍ବଦା ପ୍ରଜାବତ୍ସଳ ହେବା ଆବଶ୍ୟକ। ଯଦି ପ୍ରଜାଙ୍କ ବାସ୍ତବ ସ୍ଥିତି ନ ଜାଣି ରାଜା ରାଜ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଏବଂ ସେମାନଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରନ୍ତି, ତାହାର ସୁଯୋଗ ନେଇ ସେମାନେ ସ୍ବେଚ୍ଛାଚାରୀ ହୋଇଯାଆନ୍ତି ଏବଂ ପ୍ରଜା ଓ ରାଜାଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରନ୍ତି। ଯେତେବେଳେ ପ୍ରଜାମାନେ ବିବିଧ ସମସ୍ୟାରେ ପୀଡ଼ିତ ହୋଇ ରାଜାଙ୍କୁ ସେମାନଙ୍କ ସମସ୍ୟା ଜଣାଇ ନ ପାରି ଅସନ୍ତୁଷ୍ଟ ହୁଅନ୍ତି ସେମାନେ ରାଜାନୁରକ୍ତ ହୁଅନ୍ତି ନାହିଁ। ରାଜ୍ୟରେ ଅରାଜକତା ସୃଷ୍ଟି ହୁଏ। ଆମେ ଜାଣିଛେ ଯେ ରାମଙ୍କ ରାଜ୍ୟ ଶାସନ ସମୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ। ତଥାପି କାଳେ କେଉଁଠି ପ୍ରଜାଙ୍କ ମନରେ ଅସନ୍ତୋଷ ଥାଇପାରେ ତାହାକୁ ସ୍ବ ଅନୁଭବରେ ଆଣିବା ପାଇଁ ସେ ରାତିରେ ରାଜ୍ୟ ଭ୍ରମଣ କରୁଥିଲେ ଏବଂ ରଜକ ଓ ତା’ର ପତ୍ନୀଙ୍କ ମଧ୍ୟରେ କଳହର କାରଣ ଶୁଣି ସେ ନିଜର ପ୍ରାଣପ୍ରିୟା ସୀତାଙ୍କୁ ନିର୍ବାସିତା କରିଥିଲେ। ଅନେକ ପ୍ରଜାନୁରକ୍ତ ରାଜା ପ୍ରଜାମାନଙ୍କର ବାସ୍ତବ ସ୍ଥିତି ଅନୁଧ୍ୟାନ ଲାଗି ଅନ୍ଧାରିବିଜେ କରୁଥିବା ବା ନିଜସ୍ବ ଗୁପ୍ତଚର ନିଯୁକ୍ତ କରୁଥିବାର ଉଦାହରଣ ଆମ ପୁରାଣ ଇତିହାସରେ ଅଭାବ ନାହିଁ। ରାଜାଙ୍କ ଶାସନ ପ୍ରଭାବରେ ପ୍ରଜାମାନେ ସୁଖରେ କାଳାତିପାତ କରିଲେ ସେମାନେ ରାଜସ୍ବ ଠିକ୍‌ ସମୟରେ ଦେଇପାରିବେ, ଯାହାଦ୍ବାରା ରାଜା ମଧ୍ୟ ରାଜ୍ୟର ସାମୂହିକ ଉନ୍ନତି କରିପାରିବେ। ସେଥିପାଇଁ ପ୍ରଜାମାନଙ୍କର ହାରିଗୁହାରି ଶୁଣିବା ରାଜାଙ୍କର ମୁଖ୍ୟ କର୍ତ୍ତବ୍ୟ। ସୁଖୀ ଏବଂ ଖୁସି ଏହି ଶବ୍ଦ ଦୁଇଟିର ଅର୍ଥରେ ଅନେକ ଭିନ୍ନତା ରହିଛି। ଖୁସି ସାମୟିକ। ଗୋଟିଏ ଭୂରି ଭୋଜନ କାହା ପାଇଁ ଅଯାଚିତ ଅନୁଗ୍ରହ ବା ମଦ୍ୟପର ମଦ୍ୟପାନ ସାମୟିକ ଖୁସି ଦେଇପାରେ କିନ୍ତୁ ସୁଖ ଦୀର୍ଘସ୍ଥାୟୀ। ସୁଖ ନିଶ୍ଚିତ ଖୁସି ଦେଇପାରେ ମାତ୍ର ଖୁସି ସର୍ବଦା ସୁଖ ଦେଇ ନ ପାରେ।
ରାଜତନ୍ତ୍ରର ବିଲୋପ ପରେ ଆମ ଦେଶ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଛି। ପ୍ରଜାମାନେ ନାଗରିକ ଭାବେ ନାମିତ ହୋଇଛନ୍ତି। ସେମାନଙ୍କ ସାମଗ୍ରିକ ଓ ସାମୂହିକ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ପ୍ରତ୍ୟେକ ସରକାରୀ କାର୍ଯ୍ୟବିଧି ନିର୍ଦ୍ଧାରିତ ହେବା ଆବଶ୍ୟକ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ରାଜ୍ୟ ମୁଖ୍ୟ ଯଦି ପ୍ରଜାଙ୍କ ସୁଖଦୁଃଖ ଅନୁଭବ ନ କରି ରାଜ କର୍ମଚାରୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଅନ୍ତି ତେବେ ତାହା ଶାସନ ମୁଖ୍ୟଙ୍କ ଦୁର୍ବଳତା ବୋଲି ସେଇ ରାଜ କର୍ମଚାରୀମାନେ ଅନୁଭବ କରି ଦୁର୍ନୀତିଗ୍ରସ୍ତ ହୋଇଥାନ୍ତି। ଶାସନ ମୁଖ୍ୟ ଯଦି ନାଗରିକଙ୍କ ସାମୟିକ ଖୁସିକୁ ନିଜର ସଫଳତା ବୋଲି ଭାବନ୍ତି ତେବେ ଜଣେ ଦୁର୍ବଳ ଓ ନିର୍ଭରଶୀଳ ଶାସକ ଭାବେ ଇତିହାସରେ ସ୍ଥାନିତ ହେବା ନିଶ୍ଚିତ। ଏତଦ୍‌ବ୍ୟତୀତ ରାଜ କର୍ମଚାରୀଙ୍କ ଉପରେ ଯେଉଁ ଶାସକଙ୍କ ଲଗାମ ଯେତେ ଶକ୍ତ ସେଠାରେ ରାଜ କର୍ମଚାରୀ ସେତିକି ନିୟନ୍ତ୍ରିତ ଏବଂ ନାଗରିକ କଲ୍ୟାଣ ତତୋଧିକ ଲୋକାଭିମୁଖୀ। ଏଠାରେ ପ୍ରକାଶଯୋଗ୍ୟ, ନାଗରିକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦାୟିତ୍ୱ ସରକାରଙ୍କର। ସେଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଭିତ୍ତି ସୁଦୃଢ଼ ସହ କୃଷି, କାରିଗରି କୌଶଳୀ ନାଗରିକ ଙ୍କୁ କାର୍ଯ୍ୟକ୍ଷମ କରାଇପାରିଥିବା ଶାସନ ମୁଖ୍ୟଙ୍କୁ ଇତିହାସ ନିଶ୍ଚିତ ସ୍ବତନ୍ତ୍ର ସ୍ଥାନ ଦେବ। କିନ୍ତୁ ସ୍ବାର୍ଥ ପାଇଁ କୌଣସି ଯୋଜନା ବା ଅଯାଚିତ ଦାନ ବା ଅନୁଗ୍ରହ ନିଶ୍ଚିତ ରାଜଧର୍ମବିରୋଧୀ। ଗଣତାନ୍ତ୍ରିକ ଶାସନରେ ରାଜ୍ୟର ପ୍ରତିଟି ଆୟ ଓ ବ୍ୟୟ ଜାଣିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଛଳନା, ମିଥ୍ୟା, ପକ୍ଷପାତିତା ବା ନାଗରିକଙ୍କୁ କର୍ମତତ୍ପର ନ କରିବା ମଧ୍ୟ ରାଜଧର୍ମ ବିରୋଧୀ। ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ମୁଖ୍ୟ ସମସ୍ତ ନାଗରିକ ଖୁସିରେ କାଳାତିପାତ କରୁଥିବା ଭାବନାରେ କେବେବି ସନ୍ତୋଷ ପ୍ରକାଶ କରିବା ଅନୁଚିତ୍‌।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri