ଖୁସି ବନାମ ସୁଖୀ

ହରିଶଙ୍କର ମିଶ୍ର

 

‘ବିଦୁର ନୀତି’ ଭାବେ ଗୋଟିଏ ଶ୍ଳୋକ ଅଛି-
”ଅସନ୍ତୁଷ୍ଟାଃ ଦ୍ବିଜାଃ ନଷ୍ଟାଃ ସନ୍ତୁଷ୍ଟାଶ୍ଚ ମହୀଭୃତଃ
ସଲଜ୍ଜାଃ ଗଣିକାଃ ନଷ୍ଟାଃ ନିର୍ଲଜ୍ଜାଶ୍ଚ କୁଳସ୍ତ୍ରିୟଃ।“

ଏହାର ଅର୍ଥ ହେଉଛି ଦାନ ଦକ୍ଷିଣାରେ ଅସନ୍ତୁଷ୍ଟ ହେଉଥିବା ବ୍ରାହ୍ମଣ, ରାଜ କର୍ମଚାରୀଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରୁଥିବା ମହୀଭୃତ ବା ରାଜା, ଲଜ୍ଜାଶୀଳା ଗଣିକା ଏବଂ ଲଜ୍ଜାହୀନା କୁଳବଧୂ ନିଜ ଓ ସମାଜ ପାଇଁ କ୍ଷତିକାରକ ହୋଇଥାନ୍ତି। ଏହି ଆପ୍ତବାକ୍ୟର ଅର୍ଥ ଯଦି ବ୍ୟାପ୍ତ କରାଯାଏ ତେବେ ବ୍ରାହ୍ମଣଙ୍କର ଧର୍ମ ହେଉଛି ସମାଜ ପାଇଁ ସର୍ବଦା ହିତ ଚିନ୍ତା କରିବା। ବ୍ରାହ୍ମଣମାନେ ପୁରୋହିତ ଭାବେ ଯଦି ପୂଜା ବା ଶ୍ରାଦ୍ଧରେ ଦାନ ଦକ୍ଷିଣା ପାଇଁ ଅସନ୍ତୁଷ୍ଟ ପ୍ରକାଶ କଲେ ତେବେ ସମ୍ପୃକ୍ତ ଯଜମାନ ପୁରୋହିତଙ୍କଠାରୁ ଦୂରେଇ ଯାଆନ୍ତି। ତେଣୁ ବ୍ରାହ୍ମଣ ସର୍ବଦା ସନ୍ତୁଷ୍ଟ ବା ଖୁସି ରହିବା ଉଚିତ୍‌। ରାଜା ବା ଶାସକ ସର୍ବଦା ପ୍ରଜାବତ୍ସଳ ହେବା ଆବଶ୍ୟକ। ଯଦି ପ୍ରଜାଙ୍କ ବାସ୍ତବ ସ୍ଥିତି ନ ଜାଣି ରାଜା ରାଜ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଏବଂ ସେମାନଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରନ୍ତି, ତାହାର ସୁଯୋଗ ନେଇ ସେମାନେ ସ୍ବେଚ୍ଛାଚାରୀ ହୋଇଯାଆନ୍ତି ଏବଂ ପ୍ରଜା ଓ ରାଜାଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରନ୍ତି। ଯେତେବେଳେ ପ୍ରଜାମାନେ ବିବିଧ ସମସ୍ୟାରେ ପୀଡ଼ିତ ହୋଇ ରାଜାଙ୍କୁ ସେମାନଙ୍କ ସମସ୍ୟା ଜଣାଇ ନ ପାରି ଅସନ୍ତୁଷ୍ଟ ହୁଅନ୍ତି ସେମାନେ ରାଜାନୁରକ୍ତ ହୁଅନ୍ତି ନାହିଁ। ରାଜ୍ୟରେ ଅରାଜକତା ସୃଷ୍ଟି ହୁଏ। ଆମେ ଜାଣିଛେ ଯେ ରାମଙ୍କ ରାଜ୍ୟ ଶାସନ ସମୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ। ତଥାପି କାଳେ କେଉଁଠି ପ୍ରଜାଙ୍କ ମନରେ ଅସନ୍ତୋଷ ଥାଇପାରେ ତାହାକୁ ସ୍ବ ଅନୁଭବରେ ଆଣିବା ପାଇଁ ସେ ରାତିରେ ରାଜ୍ୟ ଭ୍ରମଣ କରୁଥିଲେ ଏବଂ ରଜକ ଓ ତା’ର ପତ୍ନୀଙ୍କ ମଧ୍ୟରେ କଳହର କାରଣ ଶୁଣି ସେ ନିଜର ପ୍ରାଣପ୍ରିୟା ସୀତାଙ୍କୁ ନିର୍ବାସିତା କରିଥିଲେ। ଅନେକ ପ୍ରଜାନୁରକ୍ତ ରାଜା ପ୍ରଜାମାନଙ୍କର ବାସ୍ତବ ସ୍ଥିତି ଅନୁଧ୍ୟାନ ଲାଗି ଅନ୍ଧାରିବିଜେ କରୁଥିବା ବା ନିଜସ୍ବ ଗୁପ୍ତଚର ନିଯୁକ୍ତ କରୁଥିବାର ଉଦାହରଣ ଆମ ପୁରାଣ ଇତିହାସରେ ଅଭାବ ନାହିଁ। ରାଜାଙ୍କ ଶାସନ ପ୍ରଭାବରେ ପ୍ରଜାମାନେ ସୁଖରେ କାଳାତିପାତ କରିଲେ ସେମାନେ ରାଜସ୍ବ ଠିକ୍‌ ସମୟରେ ଦେଇପାରିବେ, ଯାହାଦ୍ବାରା ରାଜା ମଧ୍ୟ ରାଜ୍ୟର ସାମୂହିକ ଉନ୍ନତି କରିପାରିବେ। ସେଥିପାଇଁ ପ୍ରଜାମାନଙ୍କର ହାରିଗୁହାରି ଶୁଣିବା ରାଜାଙ୍କର ମୁଖ୍ୟ କର୍ତ୍ତବ୍ୟ। ସୁଖୀ ଏବଂ ଖୁସି ଏହି ଶବ୍ଦ ଦୁଇଟିର ଅର୍ଥରେ ଅନେକ ଭିନ୍ନତା ରହିଛି। ଖୁସି ସାମୟିକ। ଗୋଟିଏ ଭୂରି ଭୋଜନ କାହା ପାଇଁ ଅଯାଚିତ ଅନୁଗ୍ରହ ବା ମଦ୍ୟପର ମଦ୍ୟପାନ ସାମୟିକ ଖୁସି ଦେଇପାରେ କିନ୍ତୁ ସୁଖ ଦୀର୍ଘସ୍ଥାୟୀ। ସୁଖ ନିଶ୍ଚିତ ଖୁସି ଦେଇପାରେ ମାତ୍ର ଖୁସି ସର୍ବଦା ସୁଖ ଦେଇ ନ ପାରେ।
ରାଜତନ୍ତ୍ରର ବିଲୋପ ପରେ ଆମ ଦେଶ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଛି। ପ୍ରଜାମାନେ ନାଗରିକ ଭାବେ ନାମିତ ହୋଇଛନ୍ତି। ସେମାନଙ୍କ ସାମଗ୍ରିକ ଓ ସାମୂହିକ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ପ୍ରତ୍ୟେକ ସରକାରୀ କାର୍ଯ୍ୟବିଧି ନିର୍ଦ୍ଧାରିତ ହେବା ଆବଶ୍ୟକ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ରାଜ୍ୟ ମୁଖ୍ୟ ଯଦି ପ୍ରଜାଙ୍କ ସୁଖଦୁଃଖ ଅନୁଭବ ନ କରି ରାଜ କର୍ମଚାରୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଅନ୍ତି ତେବେ ତାହା ଶାସନ ମୁଖ୍ୟଙ୍କ ଦୁର୍ବଳତା ବୋଲି ସେଇ ରାଜ କର୍ମଚାରୀମାନେ ଅନୁଭବ କରି ଦୁର୍ନୀତିଗ୍ରସ୍ତ ହୋଇଥାନ୍ତି। ଶାସନ ମୁଖ୍ୟ ଯଦି ନାଗରିକଙ୍କ ସାମୟିକ ଖୁସିକୁ ନିଜର ସଫଳତା ବୋଲି ଭାବନ୍ତି ତେବେ ଜଣେ ଦୁର୍ବଳ ଓ ନିର୍ଭରଶୀଳ ଶାସକ ଭାବେ ଇତିହାସରେ ସ୍ଥାନିତ ହେବା ନିଶ୍ଚିତ। ଏତଦ୍‌ବ୍ୟତୀତ ରାଜ କର୍ମଚାରୀଙ୍କ ଉପରେ ଯେଉଁ ଶାସକଙ୍କ ଲଗାମ ଯେତେ ଶକ୍ତ ସେଠାରେ ରାଜ କର୍ମଚାରୀ ସେତିକି ନିୟନ୍ତ୍ରିତ ଏବଂ ନାଗରିକ କଲ୍ୟାଣ ତତୋଧିକ ଲୋକାଭିମୁଖୀ। ଏଠାରେ ପ୍ରକାଶଯୋଗ୍ୟ, ନାଗରିକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦାୟିତ୍ୱ ସରକାରଙ୍କର। ସେଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଭିତ୍ତି ସୁଦୃଢ଼ ସହ କୃଷି, କାରିଗରି କୌଶଳୀ ନାଗରିକ ଙ୍କୁ କାର୍ଯ୍ୟକ୍ଷମ କରାଇପାରିଥିବା ଶାସନ ମୁଖ୍ୟଙ୍କୁ ଇତିହାସ ନିଶ୍ଚିତ ସ୍ବତନ୍ତ୍ର ସ୍ଥାନ ଦେବ। କିନ୍ତୁ ସ୍ବାର୍ଥ ପାଇଁ କୌଣସି ଯୋଜନା ବା ଅଯାଚିତ ଦାନ ବା ଅନୁଗ୍ରହ ନିଶ୍ଚିତ ରାଜଧର୍ମବିରୋଧୀ। ଗଣତାନ୍ତ୍ରିକ ଶାସନରେ ରାଜ୍ୟର ପ୍ରତିଟି ଆୟ ଓ ବ୍ୟୟ ଜାଣିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଛଳନା, ମିଥ୍ୟା, ପକ୍ଷପାତିତା ବା ନାଗରିକଙ୍କୁ କର୍ମତତ୍ପର ନ କରିବା ମଧ୍ୟ ରାଜଧର୍ମ ବିରୋଧୀ। ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ମୁଖ୍ୟ ସମସ୍ତ ନାଗରିକ ଖୁସିରେ କାଳାତିପାତ କରୁଥିବା ଭାବନାରେ କେବେବି ସନ୍ତୋଷ ପ୍ରକାଶ କରିବା ଅନୁଚିତ୍‌।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?