କନ୍ୟାରତ୍ନଙ୍କ ଭାଗ୍ୟ

ନଗେନ୍ଦ୍ରନାଥ ପଟ୍ଟନାୟକ

 

ଚାକଚକ୍ୟଭରା ଇ-ଯୁଗରେ ଆମେ ଏବେ ପାଶ୍ଚାତ୍ୟ ବା ବିଦେଶୀ ସଂସ୍କୃତିକୁ ଆପଣାଇ ନେଇଛେ। ନିଜର ପରିପୁଷ୍ଟ ସଂସ୍କାର ଓ ଗୌରବମୟ ସଂସ୍କୃତିକୁ ପଛକୁ ଠେଲି ଅତଳ,ଅଥଳ ଗର୍ତ୍ତରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଭାବେ ତୟାର ହୋଇ ବସିଛେ। ଏହି ଗର୍ତ୍ତ ଏତେ ଗଭୀର ଯେ, ତହିଁରୁ ଉବୁକିବା ଏକପ୍ରକାର ଅସମ୍ଭବ, କାଠିକର ପାଠ। ଏକଥା ଆମକୁ ବେଶ୍‌ ଭଲ ଭାବରେ ଜଣା ଯେ,ଯେଉଁ ମା’ଙ୍କୁ ଆମେ ଆଦ୍ୟଗୁରୁ ବୋଲି ବିବେଚନାକରୁ ତା’ର ସର୍ବପ୍ରଥମ ତଥା ପ୍ରଧାନ ଦାୟ ହେଲା, ପିଲାଙ୍କୁ ସଂସ୍କାର ଦେବା। କେବଳ ମା’ ହିଁ ପିଲାକୁ ତା’ର ଉଚିତ ଜୀବନପଥରେ ଆଗେଇନେବାରେ ବିଶେଷ ସହାୟ ହୋଇପାରିବ ।
ସେହିପରିି ବାପାଙ୍କ ପରମ କର୍ତ୍ତବ୍ୟ,ସେ ପିଲାଙ୍କୁ ଏମିତି ସଂସ୍କାର ଦେବେ ଯଦ୍ଦ୍ବାରା ପିଲାଟି କେବେ ବି ପ୍ରମାଦ ଗଣିବ ନାହିଁ। ଏମିତିକି ସେ ପଥଭ୍ରଷ୍ଟ ହୋଇ ଭୁଲ୍‌ ବିଚାର କରିବ ନାହିଁ କି ଖରାପ କାମରେ ହାତ ଦେବନାହିଁ। ଜୀବନର ପ୍ରତିଟି କ୍ଷେତ୍ରରେ ଧର୍ମ ଓ ସଂସ୍କାରର ଶିକ୍ଷା ଅପରିହାର୍ଯ୍ୟ। କାରଣ ପିଲାଙ୍କୁ ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେବା ଲାଗି ଅନୁପ୍ରେରିତ କରାଏ। ଏଥିସହିତ ଉତ୍ତମ ନାଗରିକ ରୂପେ ଗଢ଼ିତୋଳେ ମଧ୍ୟ। ସୁତରାଂ ଧର୍ମ ଆମକୁ ସଂସ୍କାର ଓ ନୈତିକ ଶିକ୍ଷା ପ୍ରଦାନ କରିଥାଏ। ଅବଶ୍ୟ ପ୍ରତି ଜାଗାରେ ପୋଲିସ ମୁତୟନ କରାଇ ସମାଜରେ ଅପରାଧ ରୋକିବାଟା ଏକପ୍ରକାର ଦୁରୂହ ବ୍ୟାପାର। ପୁନଶ୍ଚ ଆମର ଧର୍ମନିରପେକ୍ଷ ରାଷ୍ଟ୍ରରେ ପ୍ରତ୍ୟେକ ଧର୍ମଗୁରୁ ଓ ଧର୍ମାନୁଷ୍ଠାନକୁ ମହତ୍ତ୍ୱ ଦେବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ। କାରଣ ସରକାରଙ୍କ ବଦ୍ଧମୂଳ ଧାରଣା ଯେଉଁଠି ପୋଲିସର ଭୟ ନାହିଁ ସେଠି ତ ଭଗବାନ୍‌ଙ୍କ ଡର ଥିବ ନିଶ୍ଚୟ। ଅଧିକନ୍ତୁ ସବୁ ଜାଗାରେ ପୋଲିସ ମୁତୟନ କରେଇବା ସମ୍ଭବପର ନୁହେଁ।
ଆମ ଦେଶରେ ପ୍ରଚଳିତ ପର୍ବପର୍ବାଣି, ଉତ୍ସବ ମହୋତ୍ସବ ଓ ଯାନିଯାତ୍ରା ଆମର ସାମାଜିକ ସମ୍ପର୍କକୁ ମଜଭୁତ କରେ। ଖାଲି ସଶକ୍ତ କରେନି, ସମ୍ମାନ ଦେବା ମଧ୍ୟ ଶିଖାଏ । ସେହିଭଳି ବ୍ରତର ପୌରାଣିକ ଆଖ୍ୟାନ ଆମ ପାଇଁ ବେଶ୍‌ ପ୍ରେରଣାଦାୟକ। କିନ୍ତୁ ବିଡ଼ମ୍ବନାର ବିଷୟ ପର୍ବ,ଉତ୍ସବ,ବ୍ରତ କ୍ରମଶଃ ବିଲୁପ୍ତ ପଥରେ। ବିଧାତାଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ଏବେ ପଶୁ ପାଲଟିଯିବାକୁ ବସିଲାଣି। ଏମିତିରେ ଦେଖିଲେ, ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ମନୁଷ୍ୟକୁ ନଗ୍ନତା ପ୍ରଦର୍ଶନ କରାଏ ଏଣେ ଛୋଟଛୋଟ ପିଲାଙ୍କ ହାତମୁଠାରେ ସ୍ମାର୍ଟଫୋନ୍‌। ଆଙ୍ଗୁଠି ଟିପ କାମୋଦ୍ଦୀପକ ଯୌନଚିତ୍ର ବଟମ ଉପରେ। ଚାହିଁଲେ ସରକାର ରୋକ ଲଗାଇପାରିବେ ନାହିଁ। ବରଂ ଏହାକୁ ଯୌନ ଭାରସାମ୍ୟ ତଥା ଚତୁର୍ଥ ଭାଷା ରୂପେ ଅବତାରଣା କରାଯାଉଛି। ତଥାପି ଦେଶରେ କନ୍ୟାରତ୍ନ ବଳାତ୍କାର ଓ ଦୁଷ୍କର୍ମ ଭଳି ଅଭାବିତ ଘଟଣା ଉପରମୁହଁା ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣାର ଉପରାନ୍ତେ ମହମବତି ପ୍ରଜ୍ଜ୍ୱଳନ କରି ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରିଯିବା କେତେଦୂର ଯଥାର୍ଥ ତାହା ସହଜରେ ଅନୁମେୟ। ତେବେ ସରକାରଙ୍କ ଆଡୁ କ୍ଷତିପୂରଣ ବାବଦରେ କେଉଁ ପୀଡ଼ିତା ପରିବାରକୁ ୧୦ଲକ୍ଷ ତ ଆଉ କୋଉ ପରିବାରକୁ ୫୦ହଜାର ଅଥବା ୨୫ ହଜାର ଲେଖାଏ ଅର୍ଥରାଶି ପ୍ରଦାନ କରାଯାଉଛି। ଉଚ୍ଚଶିକ୍ଷିତ, ଆଭିଜାତ୍ୟ ସମ୍ପନ୍ନ ସମ୍ଭାନ୍ତ ପରିବାରର ପିଲାଏ ବି ହାତଛଡ଼ା ହୋଇଯାଉଛନ୍ତି । ଓଲଟି ମୁହଁତୋଡ଼ ଜବାବ ଦେବାକୁ ପଛାଉ ନାହାନ୍ତି। ଅଥଚ ଅପାଠୁଆ ଅଧାପାଠୁଆ ଗରିବ ପିଲାଏ ଏବେ ମଧ୍ୟ ବେକାର। କାମଧନ୍ଦା ହାତରେ ନାହିଁ। ଦାନାମୁଠେ ପାଇଁ ସେମାନଙ୍କ କରୁଣ ଚିତ୍କାର ଶୁଣିଛି ବା କିଏ? ସହରର ଗଳିକନ୍ଦିରେ ହେଉ ଅବା ପ୍ରଶସ୍ତ ସଡ଼କରେ,ଦିନ ଦ୍ୱିପ୍ରହରରେ ବାରବୁଲା ଯୁବକମାନଙ୍କୁ ବେଧଡ଼କ ବେଫିକର ହୋଇ ଏଣେତେଣେ ବୁଲୁଥିବାର ଆମେ ଦେଖୁଛେ। ଅଥଚ ସେମାନଙ୍କୁ ଥଇଥାନ କରିବା ପାଇଁ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନାହିଁ। ସରକାରୀ କାର୍ଯ୍ୟକ୍ରମ କେବଳ ଧର୍ମକୁ ଆଖିଠାର ଭଳି ଏକ ଲୋକଦେଖାଣିଆ ପ୍ରଦର୍ଶନ। ଯଦିଓ ଏ ଦିଗରେ ସରକାରଙ୍କ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି ତାହା ତୃଣମୂଳ ସ୍ତର ପାଇଁ ଅପହଞ୍ଚ।
ସମାଜ ଏବେ ଅଦ୍ଭୁତ ପ୍ରକାର ଭୟର କବଳିତ। ପ୍ରଥମେ ଲୋକମାନେ କେବଳ ପୁତ୍ରସନ୍ତାନ ଚାହୁଁଥିଲେ, ବର୍ତ୍ତମାନ ଯୁଗରେ କନ୍ୟାରତ୍ନ କୋଳମଣ୍ଡନ କଲେ ବାପାମାଆ ଖୁସିରେ ବିଭୋର ହୋଇଉଠନ୍ତି। ନିଜକୁ ବେଶ୍‌ ଭାଗ୍ୟବାନ୍‌ ମଣନ୍ତି। ଅଧିକାଂଶ ଲୋକ କହନ୍ତି -ବୃଦ୍ଧାବସ୍ଥାରେ କନ୍ୟାରତ୍ନ ମଧ୍ୟ ଆମ ପାଇଁ ବଳିଷ୍ଠ ସାହାରା, ଆମର ଦେଖାରେଖା ଓ ଚଳପ୍ରଚଳର ଆଶାବାଡ଼ି ସଦୃଶ। ତେବେ କନ୍ୟାରତ୍ନଙ୍କ ସୁରକ୍ଷାକୁ ନେଇ ଭୟରେ ଥୋକେ ମାଆବାପା ସଦାବେଳେ ଘାରି ହୋଇଉଠନ୍ତି। ଏଇ ଭୟ ଲୋକଙ୍କ ମନରୁ ଅପସାରିତ ହେବା ନିହାତି ଜରୁରୀ। ଏହାଛଡ଼ା, ଆମ କନ୍ୟାରତ୍ନମାନେ ବେଶ୍‌ ଜାଗରୁକ ହେବା ବାଞ୍ଛନୀୟ। ଦେଶରେ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇନକାନୁନ ବାବଦରେ ସମ୍ୟକ ଧାରଣା ସୃଷ୍ଟି ହେବା ଆବଶ୍ୟକ ।
ନାରୀ ଅଧିକାର ସମ୍ପର୍କରେ ସଚେତନ ହୋଇ ତାହା ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ, ଅନୀତି, ଅତ୍ୟାଚାର, ଶୋଷଣ ଦୁଷ୍କର୍ମ ବିରୋଧରେ ତୀବ୍ର ସ୍ବର ଉତ୍ତୋଳନ କରିବା ବୁଦ୍ଧିମତ୍ତାର ପରିଚୟ। କିନ୍ତୁ ଦୁଃଖର ବିଷୟ, ଅଧିକାଂଶ ପ୍ରତାରିତ, ଶୋଷିତ ମହିଳା ନିଜ ପରିବାର ,ସମାଜ ବିରୋଧରେ ସ୍ବର ଉଠାଉନାହାନ୍ତି। ଯେଉଁ ପୀଡ଼ିତା ମହିଳା ସ୍ବର ଉଠାଉଛି ସେ ଏକପ୍ରକାର ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ଯଦିବା ମିଳୁଛି ତାହା ତା’ପାଇଁ ବିଳମ୍ବିତ ନ୍ୟାୟ। ସମାଜରେ ମହିଳାମାନେ ଅତ୍ୟାଚାରର ଶିକାର ହେଉଥିବା କାରଣଗୁଡ଼ିକୁ ମନୋବିଜ୍ଞାନୀମାନେ ଅନ୍ବେଷଣ କରି ଠାବକରିବା ଆବଶ୍ୟକ।
ଜଗମୋହନନଗର,ଜାଗମରା,ଖଣ୍ଡଗିରି
ଭୁବନେଶ୍ୱର,ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri