ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ ଗୁରୁ , ଯିଏକି ନିଜକୁ ସବୁବେଳେ ଶିଷ୍ୟ ବୋଲି ବିବେଚନା କରିଥାନ୍ତି। ଯୋଗ୍ୟତମ ଗୁରୁଙ୍କ ସଂଜ୍ଞା ନିରୂପଣ କରିବାକୁ ଯାଇ ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି :
” ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ
ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ। “
ଅର୍ଥାତ୍‌ ଯେଉଁ ବ୍ୟକ୍ତି ନିଜକୁ ସର୍ବଦା ଜଣେ ଶିଖୁଥିବା ବ୍ୟକ୍ତି ବା ଶିଷ୍ୟ ବୋଲି ମନେକରନ୍ତି, ସେ ହିଁ ପ୍ରକୃତରେ ସବୁଠାରୁ ଜ୍ଞାନୀ ଓ ଶ୍ରେଷ୍ଠ ଗୁରୁ ହେବାର ଯୋଗ୍ୟତା ଲାଭ କରନ୍ତି। ଆମ ଜୀବନରେ ଶିଖିବାର ପ୍ରକ୍ରିୟା କେବେ ସରିଯାଏ ନାହିଁ। ଏହି ଶିଖିବାର ଆଗ୍ରହ ହିଁ ବ୍ୟକ୍ତିତ୍ୱକୁ ବିକଶିତ କରିଥାଏ।
ଜଣେ ଆଦର୍ଶ ଶିକ୍ଷକ ହିଁ ଜଣେ ରାଜାଙ୍କର ଆତ୍ମବିଶ୍ୱାସ ନେଇ ଶ୍ରେଣୀଗୃହରେ ପ୍ରବେଶ କରନ୍ତି। ଆଉ ସେ ଯେତେବେଳେ ଶ୍ରେଣୀଗୃହରୁ ବାହାରନ୍ତି ସେତେବେଳେ ଛାତ୍ରୀଛାତ୍ରମାନେ ଜଣେ ଅସାଧାରଣ ସୃଜନୀ ଶକ୍ତିସମ୍ପନ୍ନ ବ୍ୟକ୍ତିଙ୍କ ସହିତ ଭେଟ ହେଲାପରି ଅନୁଭବ କରନ୍ତି। ସେହି ପିଲାମାନେ ଆନନ୍ଦରେ ତାଙ୍କଠାରୁ ପାଠ ପଢ଼ିବା ସହିତ ଶିକ୍ଷା ସରିବାର ବହୁ ବର୍ଷ ପରେ ମଧ୍ୟ ତାଙ୍କୁ ଜଣେ ଭଦ୍ର ତଥା ଜ୍ଞାନୀ ବ୍ୟକ୍ତି ଭାବରେ ସ୍ମରଣ କରନ୍ତି। ବାସ୍ତବରେ ଏହିପରି ଶିକ୍ଷକ ହେଉଛନ୍ତି ଜଣେ ଆଦର୍ଶ ଶିକ୍ଷକ ପଦବାଚ୍ୟ।
ମହାତ୍ମା ଗାନ୍ଧୀଙ୍କ ମତରେ , ‘ଜୀବନ ଏକ ନିରନ୍ତର ଶିକ୍ଷା ପ୍ରକ୍ରିୟା’। ଜଣେ ଯୋଗ୍ୟ ଗୁରୁ ସବୁବେଳେ ନୂତନ କିଛି ଶିଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଜ୍ଞାନ ଓ ନମ୍ରତା ହେଉଛି ତାଙ୍କର ଭୂଷଣ। ଅନୁଭବ, ପରିସ୍ଥିତି ଓ ବ୍ୟକ୍ତିତ୍ୱ ସବୁଠାରୁ ଶିଖିବାର ମନୋଭାବ ରଖେ। ପ୍ରତ୍ୟେକଟି ପରିସ୍ଥିତି ସହିତ ନିଜକୁ ସାମିଲ କରାଇ ତା’ ମଧ୍ୟରୁ ସଫଳତାର ବିଦ୍ୟା ହାସଲ କରିବାର କୌଶଳ ଶିଖିପାରିଲେ ଜୀବନ ସଫଳ ହୁଏ। ଏହାକୁ ହିଁ ସେ ପରବର୍ତ୍ତୀ ସମୟରେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଅନ୍ୟମାନଙ୍କ ପାଇଁ ସାଜିଥାନ୍ତି ପ୍ରେରଣାର ଉତ୍ସଟିଏ।
ସବୁକିଛି ଶିଖିଛି ଓ ସବୁକିଛି ଜାଣିଛି ବୋଲି ଭାବୁଥିବା ବ୍ୟକ୍ତି ଅହଂକାରୀ ହୋଇଯାଏ। ସେ ବିଚାରଶକ୍ତି ହରାଇବସେ। ଚେତନାଠାରୁ ସେ ବହୁତ ଦୂରରେ ଥାଆନ୍ତି। ଏକଥା ସତ ଯେ, ଜ୍ଞାନ ଓ ଅହଂକାର କେବେ ମଧ୍ୟ ଏକାଠି ରହିପାରନ୍ତି ନାହିଁ। ମନରେ ଅହଂକାର ଆସିଲେ ଜ୍ଞାନର ବିଲୋପ ଘଟେ। ଜାଣିବାକୁ ମନରେ ଆଗ୍ରହ ଜନ୍ମି ନ ଥାଏ। କୂପମଣ୍ଡୁକ ସଦୃଶ ନିଜର ସୀମିତ ପୃଥିବୀ ମଧ୍ୟରେ ରହି ଜ୍ଞାନୀ ବୋଲାଇବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥାଏ। ଶେଷରେ ଏମିତି ହୁଏ, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇ ଉପହାସର ପାତ୍ର ପାଲଟିଯାଆନ୍ତି।
ଆଚରଣ ଓ ଉଚ୍ଚାରଣରେ ସାମ୍ୟତା ଜଣେ ଯୋଗ୍ୟ ଗୁରୁଙ୍କ ପାଇଁ ସଫଳତାର ମାପଦଣ୍ଡ। ସେ ନିରପେକ୍ଷ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବରେ ପରିଗଣିତ ହୋଇଥାନ୍ତି। ଯୋଗ୍ୟ ଗୁରୁଙ୍କ ପାଖରେ ହିଁ ଅସାମାନ୍ୟ ଦକ୍ଷତା ଭରିରହିଥାଏ। ଯେଉଁଥିପାଇଁ ସେ ସାଧାରଣ ଶିଷ୍ୟକୁ ଅସାଧାରଣ କରି ତିଆରି କରିପାରନ୍ତି। ପିଲାଙ୍କ ଭିତରେ ଥିବା ସୃଜନଶୀଳ ପ୍ରତିଭାର ବିକାଶ ଘଟାଇପାରନ୍ତି। ପଛ ବେଞ୍ଚର ପିଲାଙ୍କୁ ଯୋଗ୍ୟ କରାଇ ଦୁନିଆର ଆଗକୁ ନେଇଆସନ୍ତି। ନୈତିକ ମୂଲ୍ୟବୋଧ ଆଧାରରେ ଶିକ୍ଷାକୁ ସମୃଦ୍ଧ କରିଥାନ୍ତି।
ଦାର୍ଶନିକ ଜନ ଡିୟୁଙ୍କ ମତରେ, ‘ଶିକ୍ଷା ହେଉଛି ଜୀବନର ଏକ ଅଂଶ। ଆଉ ଶିକ୍ଷା ଉପଲବ୍ଧିର ଏକ ପ୍ରମୁଖ ମାଧ୍ୟମ ହେଉଛି – ଅନୁଭବ। ”ସେଇ ଅନୁଭବ ଆଧାରରେ ଅବଧୂତ ତାଙ୍କ ଜୀବନରେ ଜଗତର ବିଭିନ୍ନ ଜଡ଼ ଓ ଚେତନ ବସ୍ତୁଠାରୁ ଜ୍ଞାନ ଗ୍ରହଣ କରି ଚବିଶ ଜଣଙ୍କୁ ଗୁରୁର ମର୍ଯ୍ୟାଦା ପ୍ରଦାନ କରିଥିଲେ। ସେଥିମଧ୍ୟରୁ କୁକୁର ଥିଲା ଅନ୍ୟତମ। କୁକୁର ପାଖରେ ଥିବା ବିଶ୍ୱସନୀୟତା ଗୁଣ କାରଣରୁ ସମ୍ଭବତଃ ସେ ତାକୁ ଗୁରୁ ଭାବରେ ଗ୍ରହଣକରି ନିଜ ମହନୀୟତାର ପରିଚୟ ପ୍ରଦାନ କରିଥିଲେ। ଏହି ଗୁରୁଙ୍କୁ ମାଧ୍ୟମକରି ଅବଧୂତ ବୁଝାଇଥିଲେ ଯେ ପ୍ରକୃତି ଓ ପ୍ରତ୍ୟେକ ଘଟଣା ଆମ ପାଇଁ ଶିକ୍ଷକ ହୋଇପାରେ।
ପୁରାଣ ପୃଷ୍ଠାକୁ ଉନ୍ମୋଚନ କଲେ ଏମିତି କେତେଜଣ ଗୁରୁ ସାମ୍ନାକୁ ଆସନ୍ତି ଯେଉଁମାନେ ନିଜର ଜ୍ଞାନ, ତ୍ୟାଗ, ଧୈର୍ଯ୍ୟ ଓ ନିଷ୍ଠା ବଳରେ ଆଦର୍ଶ ଗୁରୁର ମର୍ଯ୍ୟାଦା ହାସଲ କରିପାରିଛନ୍ତି। ପୁରାଣ ବର୍ଣ୍ଣିତ ଗୁରୁମାନେ କେବଳ ଶିକ୍ଷକ ନ ଥିଲେ, ସେମାନେ ଥିଲେ ଧର୍ମ, ଆତ୍ମଜ୍ଞାନ ଓ ନୀତି – ଆଦର୍ଶ ଜୀବନର ପଥ ପ୍ରଦର୍ଶକ। ସେଇଥିପାଇଁ ତ ବଶିଷ୍ଠ, ବିଶ୍ୱାମିତ୍ର, ଦ୍ରୋଣାଚାର୍ଯ୍ୟ, ସାନ୍ଦିପନୀ ଓ ବ୍ୟାସଦେବଙ୍କ ପରି ମହାନ୍‌ ଗୁରୁମାନେ ସେମାନଙ୍କ ଶିଷ୍ୟମାନଙ୍କୁ ସଂସାରରେ ଅବତୀର୍ଣ୍ଣ କରାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି। ସ୍ଥଳ ବିଶେଷରେ ଶିଷ୍ୟଠାରୁ ପରାଜିତ ହୋଇ ନିଜ ଗୁରୁ ନାମକୁ ସାର୍ଥକ କରାଇପାରିଛନ୍ତି।
ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ମତରେ ”ଶିକ୍ଷା ହେଉଛି ମନୁଷ୍ୟର ସମ୍ପୂର୍ଣ୍ଣ ବିକାଶ ତଥା ଶାରୀରିକ, ମାନସିକ ତଥା ଆତ୍ମିକ ଉନ୍ନତି।“ ସୁତରାଂ ଶିଷ୍ୟର ସାମଗ୍ରିକ ଉନ୍ନତି କଳ୍ପେ ଯେ ନିରନ୍ତର ପ୍ରୟାସ ଜାରି ରଖିଥାନ୍ତି , ସେ ଯୋଗ୍ୟତମ ଗୁରୁ ପଦବାଚ୍ୟ। ଗୁରୁଙ୍କ ସମ୍ମାନ ହିଁ ସବୁଠାରୁ ଊର୍ଦ୍ଧ୍ୱରେ। ‘କୁସୁମ ପରଶେ ପଟ ନିସ୍ତରେ’ ପରି ଯୋଗ୍ୟତମ ଗୁରୁଙ୍କ ସଂସ୍ପର୍ଶରେ ଆସିଲେ ଜୀବନର ମୋଡ଼ ବଦଳିଯାଇଥାଏ ଠିକ୍‌ ଦସ୍ୟୁ ରତ୍ନାକରରୁ ବାଲ୍ମୀକ ପାଲଟିଲା ପରି। ସେଦିନ ନରେନ ଯଦି ରାମକୃଷ୍ଣ ପରମହଂସଙ୍କ ପରି ଯୋଗ୍ୟତମ ଗୁରୁଙ୍କ ସାନ୍ନିଧ୍ୟ ପାଇପାରି ନ ଥାନ୍ତେ ତା’ହେଲେ ସେ କେବେ ସ୍ବାମୀ ବିବେକାନନ୍ଦ ହୋଇପାରି ନ ଥାନ୍ତେ। ତେଣୁ ଯୋଗ୍ୟତମ ଗୁରୁ ଚିର ବନ୍ଦନୀୟ, ଚିର ସ୍ମରଣୀୟ।

ସଂଗ୍ରାମ କେଶରୀ ପୃଷ୍ଟି
-ଶିକ୍ଷକ, ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜ କିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri