ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ ସଂସ୍କୃତିରେ ଗଛକୁ ଅଧିକ ଆଦର ଓ ସମ୍ମାନ ଦିଆଯାଉଥିଲା। ମୁନିଋଷିମାନେ ପ୍ରତ୍ୟେକ ଗଛର ମନୁଷ୍ୟ ସମାଜ, ଜଳବାୟୁ ଓ ପରିବେଶ ପ୍ରତି ଉପକାରିତା ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଗଛର ବିବିଧତା ଓଡ଼ିଶାବାସୀଙ୍କ ଖାଦ୍ୟ ସମସ୍ୟା ଦୂର କରିବା ସଙ୍ଗେ ହସ୍ତଶିଳ୍ପୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ତିଆରି କରିବା ପାଇଁ କାଠ, ବାଉଁଶ, ପତ୍ର ଓ ପ୍ରାକୃତିକ ରଙ୍ଗ ଆଦି ଅନେକ ପଦାର୍ଥ ଯୋଗାଉଥିଲା।
ଗଛର ବିବିଧତା ଥିବାରୁ ଓଡ଼ିଶାରେ ଶହେରୁ ଅଧିକ ଜଙ୍ଗଲଜାତ ଦ୍ରବ୍ୟ ମିଳିଥାଏ। ଏହି ପଦାର୍ଥଗୁଡ଼ିକ ଭିତରୁ ମହୁ, ମୂଲ୍ୟବାନ କାଠ, ବାଉଁଶ, ଲାଖ, ମହୁମାଛି ବସାରୁ ହେଉଥିବା ୱାକ୍ସ ଓ ଅନେକ ଜାତିର କୋଳି, ଖାଦ୍ୟ ଉପଯୋଗୀ ପୁଷ୍ଟିକର ଲତା, ପତ୍ର ଓ ମୂଳ ଇତ୍ୟାଦି ଅତ୍ୟନ୍ତ ଉପକାରୀ ହୋଇଥାଏ। ୨୦୨୭ରେ ସାରା ବିଶ୍ୱରେ କେବଳ ମହୁର ଚାହିଦା ୧୨.୫ ବିଲିଅନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମିଳୁଥିବା ଅନେକ କିସମର ମହୁକୁ ଘରୋଇ ବଜାର ଓ ବାହାରେ ବିକ୍ରି କରାଯାଇ ପାରିବ। ଦୁଃଖର କଥା ଦୀର୍ଘ କୋଡ଼ିଏ ବର୍ଷ ହେଲା କେତେଜଣ ମୁଷ୍ଟିମେୟ ଅସାଧୁ ଲୋକ ଦୂରଦୃଷ୍ଟି ଅଭାବରୁ ଗଛର ବିବିଧତାକୁ ନଷ୍ଟ କରି ରାଜ୍ୟର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନଷ୍ଟ କରିବାରେ ଲାଗିଛନ୍ତି।
ଏବେ ଗ୍ରୀଷ୍ମ ଉତ୍ତାପ ଯେଭଳି ଭାବରେ ବଢୁଛି, ଗଛର ବିବିଧତା କମିଗଲେ ଉପକୂଳବର୍ତ୍ତୀ ଓଡ଼ିଶା ଆଗାମୀ କିଛି ଭିତରେ ଏକ ଅଗ୍ନିପିଣ୍ଡରେ ପରିଣତ ହେବ। ଅଗ୍ନି ପୁରାଣରେ ଉଲ୍ଲେଖ ଅଛି ଯଦି କିଏ ଗଛ କାଟନ୍ତି ସେ ଗଛ ସାଙ୍ଗରେ ଗଛର ପତ୍ର, ପୁଷ୍ପ ଓ ଫଳକୁ ମଧ୍ୟ ନଷ୍ଟ କରିଦେଇଥାନ୍ତି। ଗଛ କାଟିବା ଦ୍ୱାରା ବୃଷ୍ଟିପାତ କମିଯାଇ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଥାଏ। ବାମନ ପୁରାଣରେ ଉଲ୍ଲେଖ ଅଛି ଗଛ ପ୍ରାଣୀଙ୍କୁ ସୁରକ୍ଷା ଦେଇଥାଏ। ଗଛ ନଷ୍ଟ ହେଲେ ସମଗ୍ର ପୃଥିବୀ ନର୍କ ଭଳି ଦୃଷ୍ଟିଗୋଚର ହୁଏ। ପ୍ରାଚୀନ ଭାରତରେ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଥିଲା। ମହାଭାରତର ଅନୁ ପର୍ବରେ ଲେଖା ହୋଇଛି ବୃକ୍ଷ ରୋପଣ କରୁଥିବା ବ୍ୟକ୍ତି ମୃତ୍ୟ ପରେ ସ୍ବର୍ଗଲୋକକୁ ଯାଇଥାଏ। ଅଁଳା ଗଛରେ ଭଗବାନ ବିରାଜମାନ ହୁଅନ୍ତି ବୋଲି ପଦ୍ମପୁରାଣରେ ଉଲ୍ଲେଖ ଅଛି। ମତ୍ସ୍ୟ ପୁରାଣରେ ଗଛ କାଟୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାର ଦଣ୍ଡର ବିଧାନ କରାଯାଇଛି। ଭାରତର ରାଜା ମହାରାଜାମାନେ ବିନା ଅନୁମତିରେ ଗଛ କାଟୁଥିବା ଅପରାଧୀମାନଙ୍କଠାରୁ ଜରିମାନା ସଦୃଶ ସ୍ବର୍ଣ୍ଣ ମୁଦ୍ରା ଆଦାୟ କରିବା ସଙ୍ଗ ସଙ୍ଗେ ଜେଲ ଦଣ୍ଡ ଦେଉଥିଲେ। ଫଳନ୍ତି ଗଛ କାଟିଲେ କଠୋର ଦଣ୍ଡ ଦିଆଯାଉଥିଲା। ଆଜି ମଧ୍ୟ ଗଛ କାଟିବା ପାଇଁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଅନେକ ଦଣ୍ଡର ପ୍ରାବଧାନ ଅଛ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ବୁଦ୍ଧିଜୀବୀମାନଙ୍କ ନିଷ୍କ୍ରିୟତା, ଗଣମାଧ୍ୟମ ଓ ଶିକ୍ଷିତ ଯୁବପିଢ଼ିଙ୍କ ଉଦାସୀନତା ଇତ୍ୟାଦି ରାଜ୍ୟରେ ଗଛର ବିବିିଧତାକୁ ହ୍ରାସ କରିଛି। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିରବଚ୍ଛିନ୍ନ ଭାବରେ ଚାଲୁଥିବା ଗଛକଟାକୁ ରୋକିବା ପାଇଁ ଦୃଢ଼ମନା, ଦକ୍ଷ ଓ ସଚୋଟ ରାଜନୈତିକ ନେତା, ସରକାରୀ କର୍ମଚାରୀ ଓ ଶିକ୍ଷିତ ସମାଜସେବୀଙ୍କର ଆବଶ୍ୟକତା ଅଛି। ଓଡ଼ିଶାକୁ ଶୀତଳ, ସୁନ୍ଦର, ସତେଜ ଓ କ୍ରିୟାଶୀଳ ରଖିବା ପାଇଁ ଓଡ଼ିଶାବାସୀ ନିଜ ଗାଁ ଓ ସହରରେ ଦେଶୀ ଗଛଗୁଡ଼ିକର ସୁରକ୍ଷା ଓ ରୋପଣ କରିବା ନିହାତି ଦରକାର।
ଦେଶୀ ଗଛଗୁଡ଼ିକର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ଆର୍ଥିକ ମହତ୍ତ୍ୱ ଓଡ଼ିଶାବାସୀଙ୍କୁ ଅଗୋଚର ଅଛି।
ଜନବସତିରୁ ଏହି ଗଛଗୁଡ଼ିକ ଅପସରି ଯିବାରୁ ଆଜି ଅନେକ ଗାଁ ଓ ସହର ପ୍ରାଣଶୂନ୍ୟ ଲାଗୁଛି। ଓଡ଼ିଶାର ପୁରାତନ ରାଜଧାନୀ ଓ ସାଂସ୍କୃତିକ ପୀଠ କଟକ ନଗରରେ ଅନେକ ଦେଶୀ ଗଛ ଥିଲା। ଏହି ଗଛଗୁଡିକ ଜାଗାରେ କଂକ୍ରିଟ ଜଙ୍ଗଲ ଠିଆ ହୋଇଛି।
ଗଛର ବିବିିଧତା ଓଡ଼ିଶାରେ ଅନେକ ହସ୍ତଶିଳ୍ପ ପରମ୍ପରାକୁ ଜନ୍ମ ଦେଇଥିଲା। ଗଛର ବିବିଧତା କମିଯିବାରୁ ଆଜି ଓଡ଼ିଶାର ହସ୍ତଶିଳ୍ପୀମାନେ ଆଗପରି ଉଚ୍ଚକୋଟୀର କାମ କରିପାରୁନାହାନ୍ତି। ଓଡିଶାବାସୀଙ୍କ ଆର୍ଥିକ, ସାମାଜିକ, ସାଂସ୍କୃତିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ଗଛର ବବିଧତା ଆବଶ୍ୟକ।

ସୁଧାଂଶୁ ରଞ୍ଜନ ଦାସ
ମୋ: ୭୭୦୨୩୮୩୮୮୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?