ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ ସଂସ୍କୃତିରେ ଗଛକୁ ଅଧିକ ଆଦର ଓ ସମ୍ମାନ ଦିଆଯାଉଥିଲା। ମୁନିଋଷିମାନେ ପ୍ରତ୍ୟେକ ଗଛର ମନୁଷ୍ୟ ସମାଜ, ଜଳବାୟୁ ଓ ପରିବେଶ ପ୍ରତି ଉପକାରିତା ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଗଛର ବିବିଧତା ଓଡ଼ିଶାବାସୀଙ୍କ ଖାଦ୍ୟ ସମସ୍ୟା ଦୂର କରିବା ସଙ୍ଗେ ହସ୍ତଶିଳ୍ପୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ତିଆରି କରିବା ପାଇଁ କାଠ, ବାଉଁଶ, ପତ୍ର ଓ ପ୍ରାକୃତିକ ରଙ୍ଗ ଆଦି ଅନେକ ପଦାର୍ଥ ଯୋଗାଉଥିଲା।
ଗଛର ବିବିଧତା ଥିବାରୁ ଓଡ଼ିଶାରେ ଶହେରୁ ଅଧିକ ଜଙ୍ଗଲଜାତ ଦ୍ରବ୍ୟ ମିଳିଥାଏ। ଏହି ପଦାର୍ଥଗୁଡ଼ିକ ଭିତରୁ ମହୁ, ମୂଲ୍ୟବାନ କାଠ, ବାଉଁଶ, ଲାଖ, ମହୁମାଛି ବସାରୁ ହେଉଥିବା ୱାକ୍ସ ଓ ଅନେକ ଜାତିର କୋଳି, ଖାଦ୍ୟ ଉପଯୋଗୀ ପୁଷ୍ଟିକର ଲତା, ପତ୍ର ଓ ମୂଳ ଇତ୍ୟାଦି ଅତ୍ୟନ୍ତ ଉପକାରୀ ହୋଇଥାଏ। ୨୦୨୭ରେ ସାରା ବିଶ୍ୱରେ କେବଳ ମହୁର ଚାହିଦା ୧୨.୫ ବିଲିଅନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମିଳୁଥିବା ଅନେକ କିସମର ମହୁକୁ ଘରୋଇ ବଜାର ଓ ବାହାରେ ବିକ୍ରି କରାଯାଇ ପାରିବ। ଦୁଃଖର କଥା ଦୀର୍ଘ କୋଡ଼ିଏ ବର୍ଷ ହେଲା କେତେଜଣ ମୁଷ୍ଟିମେୟ ଅସାଧୁ ଲୋକ ଦୂରଦୃଷ୍ଟି ଅଭାବରୁ ଗଛର ବିବିଧତାକୁ ନଷ୍ଟ କରି ରାଜ୍ୟର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନଷ୍ଟ କରିବାରେ ଲାଗିଛନ୍ତି।
ଏବେ ଗ୍ରୀଷ୍ମ ଉତ୍ତାପ ଯେଭଳି ଭାବରେ ବଢୁଛି, ଗଛର ବିବିଧତା କମିଗଲେ ଉପକୂଳବର୍ତ୍ତୀ ଓଡ଼ିଶା ଆଗାମୀ କିଛି ଭିତରେ ଏକ ଅଗ୍ନିପିଣ୍ଡରେ ପରିଣତ ହେବ। ଅଗ୍ନି ପୁରାଣରେ ଉଲ୍ଲେଖ ଅଛି ଯଦି କିଏ ଗଛ କାଟନ୍ତି ସେ ଗଛ ସାଙ୍ଗରେ ଗଛର ପତ୍ର, ପୁଷ୍ପ ଓ ଫଳକୁ ମଧ୍ୟ ନଷ୍ଟ କରିଦେଇଥାନ୍ତି। ଗଛ କାଟିବା ଦ୍ୱାରା ବୃଷ୍ଟିପାତ କମିଯାଇ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଥାଏ। ବାମନ ପୁରାଣରେ ଉଲ୍ଲେଖ ଅଛି ଗଛ ପ୍ରାଣୀଙ୍କୁ ସୁରକ୍ଷା ଦେଇଥାଏ। ଗଛ ନଷ୍ଟ ହେଲେ ସମଗ୍ର ପୃଥିବୀ ନର୍କ ଭଳି ଦୃଷ୍ଟିଗୋଚର ହୁଏ। ପ୍ରାଚୀନ ଭାରତରେ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଥିଲା। ମହାଭାରତର ଅନୁ ପର୍ବରେ ଲେଖା ହୋଇଛି ବୃକ୍ଷ ରୋପଣ କରୁଥିବା ବ୍ୟକ୍ତି ମୃତ୍ୟ ପରେ ସ୍ବର୍ଗଲୋକକୁ ଯାଇଥାଏ। ଅଁଳା ଗଛରେ ଭଗବାନ ବିରାଜମାନ ହୁଅନ୍ତି ବୋଲି ପଦ୍ମପୁରାଣରେ ଉଲ୍ଲେଖ ଅଛି। ମତ୍ସ୍ୟ ପୁରାଣରେ ଗଛ କାଟୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାର ଦଣ୍ଡର ବିଧାନ କରାଯାଇଛି। ଭାରତର ରାଜା ମହାରାଜାମାନେ ବିନା ଅନୁମତିରେ ଗଛ କାଟୁଥିବା ଅପରାଧୀମାନଙ୍କଠାରୁ ଜରିମାନା ସଦୃଶ ସ୍ବର୍ଣ୍ଣ ମୁଦ୍ରା ଆଦାୟ କରିବା ସଙ୍ଗ ସଙ୍ଗେ ଜେଲ ଦଣ୍ଡ ଦେଉଥିଲେ। ଫଳନ୍ତି ଗଛ କାଟିଲେ କଠୋର ଦଣ୍ଡ ଦିଆଯାଉଥିଲା। ଆଜି ମଧ୍ୟ ଗଛ କାଟିବା ପାଇଁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଅନେକ ଦଣ୍ଡର ପ୍ରାବଧାନ ଅଛ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ବୁଦ୍ଧିଜୀବୀମାନଙ୍କ ନିଷ୍କ୍ରିୟତା, ଗଣମାଧ୍ୟମ ଓ ଶିକ୍ଷିତ ଯୁବପିଢ଼ିଙ୍କ ଉଦାସୀନତା ଇତ୍ୟାଦି ରାଜ୍ୟରେ ଗଛର ବିବିିଧତାକୁ ହ୍ରାସ କରିଛି। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିରବଚ୍ଛିନ୍ନ ଭାବରେ ଚାଲୁଥିବା ଗଛକଟାକୁ ରୋକିବା ପାଇଁ ଦୃଢ଼ମନା, ଦକ୍ଷ ଓ ସଚୋଟ ରାଜନୈତିକ ନେତା, ସରକାରୀ କର୍ମଚାରୀ ଓ ଶିକ୍ଷିତ ସମାଜସେବୀଙ୍କର ଆବଶ୍ୟକତା ଅଛି। ଓଡ଼ିଶାକୁ ଶୀତଳ, ସୁନ୍ଦର, ସତେଜ ଓ କ୍ରିୟାଶୀଳ ରଖିବା ପାଇଁ ଓଡ଼ିଶାବାସୀ ନିଜ ଗାଁ ଓ ସହରରେ ଦେଶୀ ଗଛଗୁଡ଼ିକର ସୁରକ୍ଷା ଓ ରୋପଣ କରିବା ନିହାତି ଦରକାର।
ଦେଶୀ ଗଛଗୁଡ଼ିକର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ଆର୍ଥିକ ମହତ୍ତ୍ୱ ଓଡ଼ିଶାବାସୀଙ୍କୁ ଅଗୋଚର ଅଛି।
ଜନବସତିରୁ ଏହି ଗଛଗୁଡ଼ିକ ଅପସରି ଯିବାରୁ ଆଜି ଅନେକ ଗାଁ ଓ ସହର ପ୍ରାଣଶୂନ୍ୟ ଲାଗୁଛି। ଓଡ଼ିଶାର ପୁରାତନ ରାଜଧାନୀ ଓ ସାଂସ୍କୃତିକ ପୀଠ କଟକ ନଗରରେ ଅନେକ ଦେଶୀ ଗଛ ଥିଲା। ଏହି ଗଛଗୁଡିକ ଜାଗାରେ କଂକ୍ରିଟ ଜଙ୍ଗଲ ଠିଆ ହୋଇଛି।
ଗଛର ବିବିିଧତା ଓଡ଼ିଶାରେ ଅନେକ ହସ୍ତଶିଳ୍ପ ପରମ୍ପରାକୁ ଜନ୍ମ ଦେଇଥିଲା। ଗଛର ବିବିଧତା କମିଯିବାରୁ ଆଜି ଓଡ଼ିଶାର ହସ୍ତଶିଳ୍ପୀମାନେ ଆଗପରି ଉଚ୍ଚକୋଟୀର କାମ କରିପାରୁନାହାନ୍ତି। ଓଡିଶାବାସୀଙ୍କ ଆର୍ଥିକ, ସାମାଜିକ, ସାଂସ୍କୃତିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ଗଛର ବବିଧତା ଆବଶ୍ୟକ।

ସୁଧାଂଶୁ ରଞ୍ଜନ ଦାସ
ମୋ: ୭୭୦୨୩୮୩୮୮୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri