ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍‌ ହେବ: ସିଏଜି

ଭୁବନେଶ୍ୱର,୨୩।୧୧: ପ୍ରାକୃତିକ ସମ୍ବଳ ଏବଂ ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍‌ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି) କରିବେ। ଏଠାରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଶୁଭାରମ୍ଭ ଅବସରରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶର ଖଣିଗୁଡ଼ିକରେ ପ୍ରାକୃତିକ ସମ୍ବଳ ଭରି ହୋଇ ରହିଛି। ଏହାକୁ ଖନନ କରିବା ଲାଗି ଅର୍ଥ ବ୍ୟୟ କରାଯାଉଛି। ଖଣିଗୁଡ଼ିକ ଲାଭଜନକ ସ୍ଥିତିରେ ରହୁଛନ୍ତି କି ନାହିଁ ସେ ଦିଗ ମଧ୍ୟ ଅଡିଟ ପରିସରରେ ଆସିବ। ସେହିଭଳି ସ୍ଥାନୀୟ ଶାସନ ବ୍ୟବସ୍ଥା ହେଉଥିବା ଖର୍ଚ୍ଚକୁ ସିଏଜି ଅଡିଟ୍‌ ପରିସରଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏଭଳି କାର୍ଯ୍ୟକୁ ରାଜ୍ୟ ସରକାର ଯାଞ୍ଚ କରୁଛନ୍ତି। ଏ କ୍ଷେତ୍ରରେ ସିଏଜି ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଫଳରେ ରିୟଲ ଟାଇମ୍‌ ଭିତ୍ତିରେ ଏହାର ଅଡିଟ୍‌ ହୋଇପାରିବ ବୋଲି ମୁର୍ମୁ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟଗୁଡ଼ିକୁ ବୃହତ୍‌ ପରିମାଣର ଅର୍ଥ ଦେଉଥିବା ବେଳେ ଏହାର ଅଡିଟ୍‌ ହେଉଛି। ଫଳରେ ବିଭିନ୍ନ କ୍ଷେତ୍ରରେ ରହୁଥିବା ତ୍ରୁଟିରେ ସୁଧାର ଲାଗି ଏହା ମାଧ୍ୟମରେ ପରାମର୍ଶ ଦିଆଯାଉଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପୂରଣ ଲାଗି ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ସେ ପୁଣି କହିଛନ୍ତି, ପ୍ରାକୃତିକ ସମ୍ପଦର ଆକାଉଣ୍ଟିଂ ଆରମ୍ଭ ହୋଇଛି। ଦେଶ ମଧ୍ୟରେ ଉପଲବ୍ଧ ସମସ୍ତ ସମ୍ପଦର ସୁବିନିଯୋଗ, ଉନ୍ନତୀକରଣ ଏବଂ ସମ୍ପଦର ଆବଶ୍ୟକତାକୁ ମଧ୍ୟ ବିଚାର କରିବାକୁ ହେବ। ସମ୍ବଳକୁ ଠିକ୍‌ ଭାବେ ବିନିଯୋଗ କରି ଦେଶର ବିକାଶକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏପରି ହେଲେ ସମସ୍ତେ ଲାଭବାନ ହୋଇପାରିବେ ବୋଲି ମୁର୍ମୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକ ସ୍ଥାନୀୟ ଶାସନ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ପ୍ରତି ଟଙ୍କାର ହିସାବ ରଖିବାର ଆବଶ୍ୟକତା ରହିଛି। ଏହା କେବଳ ଅଡିଟ୍‌ ଦୃଷ୍ଟିକୋଣରୁ ନୁହେଁ ସରକାର ଏଭଳି ପ୍ରସଙ୍ଗ ସମ୍ପର୍କରେ ଅବଗତ ହେବାର ଗୁରୁତ୍ୱକୁ ବୁଝିବାକୁ ହେବ। ଏଫ୍‌ଏମ୍‌ଏସ୍‌, ଆଇଏଫ୍‌ଏମ୍‌ଏସ୍‌ ଏବଂ ପ୍ରିୟା ସଫ୍ଟକୁ ସମନ୍ବିତ କରିବା ଲାଗି ସିଏଜି ପ୍ରୟାସ କରୁଛନ୍ତି। ଏହାଦ୍ୱାରା ଅର୍ଥର ପ୍ରବାହକୁ ଦେଖାଯାଇପାରିବ। ଏଭଳି ଆଇଟି ଭିତ୍ତିକ ପଦକ୍ଷେପ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ ସଶକ୍ତ କରାଯାଇପାରିବ ବୋଲି ମୁର୍ମୁ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?