ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍‌ ହେବ: ସିଏଜି

ଭୁବନେଶ୍ୱର,୨୩।୧୧: ପ୍ରାକୃତିକ ସମ୍ବଳ ଏବଂ ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍‌ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି) କରିବେ। ଏଠାରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଶୁଭାରମ୍ଭ ଅବସରରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶର ଖଣିଗୁଡ଼ିକରେ ପ୍ରାକୃତିକ ସମ୍ବଳ ଭରି ହୋଇ ରହିଛି। ଏହାକୁ ଖନନ କରିବା ଲାଗି ଅର୍ଥ ବ୍ୟୟ କରାଯାଉଛି। ଖଣିଗୁଡ଼ିକ ଲାଭଜନକ ସ୍ଥିତିରେ ରହୁଛନ୍ତି କି ନାହିଁ ସେ ଦିଗ ମଧ୍ୟ ଅଡିଟ ପରିସରରେ ଆସିବ। ସେହିଭଳି ସ୍ଥାନୀୟ ଶାସନ ବ୍ୟବସ୍ଥା ହେଉଥିବା ଖର୍ଚ୍ଚକୁ ସିଏଜି ଅଡିଟ୍‌ ପରିସରଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏଭଳି କାର୍ଯ୍ୟକୁ ରାଜ୍ୟ ସରକାର ଯାଞ୍ଚ କରୁଛନ୍ତି। ଏ କ୍ଷେତ୍ରରେ ସିଏଜି ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଫଳରେ ରିୟଲ ଟାଇମ୍‌ ଭିତ୍ତିରେ ଏହାର ଅଡିଟ୍‌ ହୋଇପାରିବ ବୋଲି ମୁର୍ମୁ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟଗୁଡ଼ିକୁ ବୃହତ୍‌ ପରିମାଣର ଅର୍ଥ ଦେଉଥିବା ବେଳେ ଏହାର ଅଡିଟ୍‌ ହେଉଛି। ଫଳରେ ବିଭିନ୍ନ କ୍ଷେତ୍ରରେ ରହୁଥିବା ତ୍ରୁଟିରେ ସୁଧାର ଲାଗି ଏହା ମାଧ୍ୟମରେ ପରାମର୍ଶ ଦିଆଯାଉଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପୂରଣ ଲାଗି ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ସେ ପୁଣି କହିଛନ୍ତି, ପ୍ରାକୃତିକ ସମ୍ପଦର ଆକାଉଣ୍ଟିଂ ଆରମ୍ଭ ହୋଇଛି। ଦେଶ ମଧ୍ୟରେ ଉପଲବ୍ଧ ସମସ୍ତ ସମ୍ପଦର ସୁବିନିଯୋଗ, ଉନ୍ନତୀକରଣ ଏବଂ ସମ୍ପଦର ଆବଶ୍ୟକତାକୁ ମଧ୍ୟ ବିଚାର କରିବାକୁ ହେବ। ସମ୍ବଳକୁ ଠିକ୍‌ ଭାବେ ବିନିଯୋଗ କରି ଦେଶର ବିକାଶକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏପରି ହେଲେ ସମସ୍ତେ ଲାଭବାନ ହୋଇପାରିବେ ବୋଲି ମୁର୍ମୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକ ସ୍ଥାନୀୟ ଶାସନ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ପ୍ରତି ଟଙ୍କାର ହିସାବ ରଖିବାର ଆବଶ୍ୟକତା ରହିଛି। ଏହା କେବଳ ଅଡିଟ୍‌ ଦୃଷ୍ଟିକୋଣରୁ ନୁହେଁ ସରକାର ଏଭଳି ପ୍ରସଙ୍ଗ ସମ୍ପର୍କରେ ଅବଗତ ହେବାର ଗୁରୁତ୍ୱକୁ ବୁଝିବାକୁ ହେବ। ଏଫ୍‌ଏମ୍‌ଏସ୍‌, ଆଇଏଫ୍‌ଏମ୍‌ଏସ୍‌ ଏବଂ ପ୍ରିୟା ସଫ୍ଟକୁ ସମନ୍ବିତ କରିବା ଲାଗି ସିଏଜି ପ୍ରୟାସ କରୁଛନ୍ତି। ଏହାଦ୍ୱାରା ଅର୍ଥର ପ୍ରବାହକୁ ଦେଖାଯାଇପାରିବ। ଏଭଳି ଆଇଟି ଭିତ୍ତିକ ପଦକ୍ଷେପ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଲେ ଲୋକଙ୍କୁ ସଶକ୍ତ କରାଯାଇପାରିବ ବୋଲି ମୁର୍ମୁ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ...

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି...

ସାରା ରାଜ୍ୟରେ ଜିରୋ ନାଇଟ ମନା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନକୁ ବାରଣ କରାଯାଇଛି। କରୋନା ସକାଶେ ଜିରୋ ନାଇଟ ବାରଣ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର...

ଓୟୁଏଟି ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମ୍ପ୍ରତିକ ଏପରି ପରିସ୍ଥିତିକୁ ମୁକାବିଲା କରିବା...

ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ...

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...

ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ କହିଛନ୍ତି, ତାଙ୍କଠାରେ କରୋନା...

Advertisement
Archives

Model This Week