‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି। ସେ ଆଉ କ୍ରିକେଟ ଦେଖନ୍ତି ନାହିଁ କିନ୍ତୁ ବେଳେବେଳେ ଦ୍ରାଭିଡଙ୍କୁ ଦେଖିବା ପାଇଁ ତାଙ୍କ ଭାଇଙ୍କ ସହ ମ୍ୟାଚ ଦେଖନ୍ତି।
୨୦୧୨ରେ ରାହୁଲ ଦ୍ରାବିଡ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ ୨୦୧୧ରେ ଖେଳିଥିଲେ। ଦ୍ରାଭିଡ ଦଳ ଛାଡିବା ପରେ ରିଚା କ୍ରିକେଟ ଦେଖିବା ବନ୍ଦ କରିଦେଇଥିଲେ ବୋଲି କହନ୍ତି। ଏବେ ରାହୁଲଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ କରାଯାଇଛି। ସେ ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ସେ ଏହି ପଦ ଗ୍ରହଣ କରିଥିଲେ। ଦ୍ରାଭିଡଙ୍କ ମାର୍ଗଦର୍ଶନରେ ଭାରତ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଛି।
ରିଚା ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ମୋର ପିଲାଦିନେ କ୍ରିକେଟର ବଡ଼ ପ୍ରଶଂସକ ନ ଥିଲି। ହଁ, ମୋ ଭାଇ କ୍ରିକେଟ ଖେଳୁଥିଲେ। ଏକ ସମୟ ଥିଲା ମୁଁ ଟିଭିରେ କ୍ରିକେଟ ମ୍ୟାଚ ଦେଖୁଥିଲ। ମୁଁ ରାହୁଲ ଦ୍ରାଭିଡ ଖେଳ ଦେଖିବାକୁ ଭଲ ପାଉଥିଲି। ସେ ଦଳରୁ ଓହରିଯିବା ପରେ ମୁଁ ପ୍ରକୃତରେ ଖେଳ ଦେଖିବା ବନ୍ଦ କରିଦେଲି। ମୋର ପ୍ରଥମ ପ୍ରେମ ହେଉଛି ରାହୁଲ ଦ୍ରାଭିଡ। ରାହୁଲ ଦ୍ରାବିଡ ମଧ୍ୟ ଜୁଲାଇରେ ଶ୍ରୀଲଙ୍କାର ଭାରତର ସୀମିତ ଓଭର ଗସ୍ତ ସମୟରେ ଭାରତୀୟ ଦଳକୁ ମାର୍ଗଦର୍ଶନ କରିଥିଲେ। ସେ ଏବେ ପୂର୍ଣ୍ଣକାଳୀନ ଭିତ୍ତିରେ ଏହି ପଦବୀରେ ରହିଛନ୍ତି।
ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟରରେ ୧୬୪ଟେଷ୍ଟ ଏବଂ ୩୪୪ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେ ଉଭୟ ଫର୍ମାଟରେ ୧୦ ହଜାରରୁ ଅଧିକ ରନ ସ୍କୋର କରିଥିଲେ। ଟେଷ୍ଟରେ ତାଙ୍କ ନାମରେ ୧୩୨୮ ରନ ଏବଂ ଦିନିକିଆରେ ୧୦୮୮୯ ରନ ଅଛି। ଏହା ବ୍ୟତୀତ ସେ ୧ ଟି -୨୦ ଅନ୍ତର୍ଜାତୀୟ ମଧ୍ୟ ଖେଳିଥିଲେ ସେ ୩୧ ରନ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ ରେ ତାଙ୍କର ୨୩ ହଜାରରୁ ଅଧିକ ରନ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?