ଝରକା ଗ୍ରୀଲ୍‌ ତାଡ଼ି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩।୧୧: ବାଳଅପରାଧୀଙ୍କୁ ସୁଧାରିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ ଏବେ ବିବାଦ ଘେରକୁ ଚାଲିଆସିଛି। ରବିବାର ବିଳମ୍ବିତ ରାତିରେ ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ସୁଧାର ଗୃହରୁ ଖସି ପଳାଇଥିବା ସୂଚନା ମିଳିଛି। ଏ ନେଇ ଗୃହ ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରୁ ବ୍ରହ୍ମପୁରର ୨ ଜଣ, କୋରାପୁଟର ୨, ଗଜପତିର ଜଣେ ଓ ପୁରୀର ଜଣେ ଅନ୍ତେବାସୀ ରହିଛନ୍ତି।
ସୂଚନାଯୋଗ୍ୟ, ରବିବାର ରାତିରେ ଅନ୍ତେବାସୀମାନେ ଖାଇସାରି ୱାର୍ଡରେ ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ୱାର୍ଡରେ ୬ଜଣ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ହେଡ୍‌ ୱାର୍ଡର ତୁରନ୍ତ ସୁଧାର ଗୃହ ଅଧୀକ୍ଷକଙ୍କୁ ଖବର କରିଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବା ବେଳେ ସେହି ୱାର୍ଡରେ ରହୁଥିବା ୬ ଅନ୍ତେବାସୀ ସେଠାରୁ ଫେରାର ହୋଇଯାଇଥିଲେ। ସେହିପରି ୱାର୍ଡର ଝରକା ଗ୍ରିଲ୍‌ ତଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ଏଣୁ ଅନ୍ତେବାସୀମାନେ ଝରକା ଗ୍ରିଲ୍‌ ତାଡ଼ି ପାଚେରି ଡେଇଁ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି। ତୁରନ୍ତ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପ୍ରତ୍ୟେକ ଅନ୍ତେବାସୀଙ୍କ ଘର ଠିକଣା ନେଇ ତଦନ୍ତ ଜାରି ରଖିଛି। ସେହିପରି ଖବର ପାଇ ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିଭାସନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ବାଳସୁଧାର ଗୃହରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଗତବର୍ଷ ମେ ୧୯ରେ ୭ଅନ୍ତେବାସୀ ସୁଧାର ଗୃହରୁ ଚମ୍ପଟ ମାରିଥିଲେ। ତନ୍ମଧ୍ୟରୁ ୬ଜଣ ଧରାପଡ଼ିଥିଲେ। ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ମଧ୍ୟରେ ଜଣେ ହତ୍ୟା ମାମଲାରେ ଜଡ଼ିତ ଥିବା ବେଳେ ଅନ୍ୟ ୫ଜଣ ଚୋରି ମାମଲାରେ ବିଚାରାଧୀନ ଥିଲେ ବୋଲି ଅଧୀକ୍ଷକ ରାଓ କହିଛନ୍ତି। ଦକ୍ଷିଣ ଓଡ଼ିଶା ପାଇଁ ବ୍ରହ୍ମପୁରରେ ବାଳସୁଧାର ଗୃହ ରହିଛି। ଏଠାରେ ୧୨ ଜିଲା ବାଳଅପରାଧୀଙ୍କୁ ରଖାଯାଇଥାଏ। ଏଠାରେ ୧୧୬ ଅନ୍ତେବାସୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri