ଝରକା ଗ୍ରୀଲ୍‌ ତାଡ଼ି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩।୧୧: ବାଳଅପରାଧୀଙ୍କୁ ସୁଧାରିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ ଏବେ ବିବାଦ ଘେରକୁ ଚାଲିଆସିଛି। ରବିବାର ବିଳମ୍ବିତ ରାତିରେ ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ସୁଧାର ଗୃହରୁ ଖସି ପଳାଇଥିବା ସୂଚନା ମିଳିଛି। ଏ ନେଇ ଗୃହ ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରୁ ବ୍ରହ୍ମପୁରର ୨ ଜଣ, କୋରାପୁଟର ୨, ଗଜପତିର ଜଣେ ଓ ପୁରୀର ଜଣେ ଅନ୍ତେବାସୀ ରହିଛନ୍ତି।
ସୂଚନାଯୋଗ୍ୟ, ରବିବାର ରାତିରେ ଅନ୍ତେବାସୀମାନେ ଖାଇସାରି ୱାର୍ଡରେ ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ୱାର୍ଡରେ ୬ଜଣ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ହେଡ୍‌ ୱାର୍ଡର ତୁରନ୍ତ ସୁଧାର ଗୃହ ଅଧୀକ୍ଷକଙ୍କୁ ଖବର କରିଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବା ବେଳେ ସେହି ୱାର୍ଡରେ ରହୁଥିବା ୬ ଅନ୍ତେବାସୀ ସେଠାରୁ ଫେରାର ହୋଇଯାଇଥିଲେ। ସେହିପରି ୱାର୍ଡର ଝରକା ଗ୍ରିଲ୍‌ ତଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ଏଣୁ ଅନ୍ତେବାସୀମାନେ ଝରକା ଗ୍ରିଲ୍‌ ତାଡ଼ି ପାଚେରି ଡେଇଁ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି। ତୁରନ୍ତ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପ୍ରତ୍ୟେକ ଅନ୍ତେବାସୀଙ୍କ ଘର ଠିକଣା ନେଇ ତଦନ୍ତ ଜାରି ରଖିଛି। ସେହିପରି ଖବର ପାଇ ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିଭାସନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ବାଳସୁଧାର ଗୃହରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଗତବର୍ଷ ମେ ୧୯ରେ ୭ଅନ୍ତେବାସୀ ସୁଧାର ଗୃହରୁ ଚମ୍ପଟ ମାରିଥିଲେ। ତନ୍ମଧ୍ୟରୁ ୬ଜଣ ଧରାପଡ଼ିଥିଲେ। ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ମଧ୍ୟରେ ଜଣେ ହତ୍ୟା ମାମଲାରେ ଜଡ଼ିତ ଥିବା ବେଳେ ଅନ୍ୟ ୫ଜଣ ଚୋରି ମାମଲାରେ ବିଚାରାଧୀନ ଥିଲେ ବୋଲି ଅଧୀକ୍ଷକ ରାଓ କହିଛନ୍ତି। ଦକ୍ଷିଣ ଓଡ଼ିଶା ପାଇଁ ବ୍ରହ୍ମପୁରରେ ବାଳସୁଧାର ଗୃହ ରହିଛି। ଏଠାରେ ୧୨ ଜିଲା ବାଳଅପରାଧୀଙ୍କୁ ରଖାଯାଇଥାଏ। ଏଠାରେ ୧୧୬ ଅନ୍ତେବାସୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦଙ୍କ ଜାମିନ ଶୁଣାଣି ୨୧କୁ ଘୁଞ୍ଚିଲା

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୧୬।୧୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ...

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

କଳାବ୍ୟାଜ୍‌ ପିନ୍ଧିଲେ ଅଧିକାରୀ,କର୍ମଚାରୀ

ବାରିପଦା ଅଫିସ,୨୫ ।୧ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି...

ପୁନରୁଦ୍ଧାର ହେଲା, ଗେଟ୍‌ ଲାଗିଲାନି

ଲୋଇସିଂହା,୨୫।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗାବାହାଲ ଗଁାରେ ରହିଛି ଦେହେରୀ କଟାଁ। ୨୦ଏକର ପରିମିତ ଏହି ଜଳାଶୟର ପୁନରୁଦ୍ଧାର ଚଳିତ...

ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ଭାଜପା ନେତା

ବନ୍ତ,୨୭।୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ଜଳବନ୍ଦୀ ଗ୍ରାମ ଗୁଡିକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଭାଜପା ନେତା...

ନପଙ୍ଗ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ,୧୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଞ୍ଚାୟତର ଚଣ୍ଡୀମାତା ଉଚ୍ଚ ବିଦ୍ୟାଳୟ...

ସେଲ୍‌ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ

ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି...

୪ ଛୁଆ ଜନ୍ମଦେଲା ସିଂହୀ ରେୱା

ବାରଙ୍ଗ,୧୧।୧(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସିଂହୀ ରେୱା ପ୍ରଥମଥର ମା’ ହୋଇଥିବା ବେଳେ ୪ଟି ଛୁଆକୁ ଜନ୍ମ ଦେଇଛି। ହେଲେ ଜନ୍ମଦେବାର କିଛି ସମୟ...

Advertisement
Archives

Model This Week