ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) ଏବଂ ଗଳିପୋଲ(ଅଣ୍ଡରପାସ) ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ରେଳଲାଇନ ଦୋହରୀକରଣ କରାଯାଉଛି। ହେଲେ ବିନା ସୁରକ୍ଷା ସାରଞ୍ଜାମରେ ଶ୍ରମିକମାନଙ୍କ ଜୀବନକୁ ବାଜିରେ ଲଗାଇ ଏଠାରେ ଠିକାଦାର କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ସମ୍ପ୍ରସାରଣ କାର୍ଯ୍ୟରେ ସରକାରଙ୍କ ପକ୍ଷରୁ ରହିଥିବା ନ୍ୟୁନତମ ସୁରକ୍ଷା ବ୍ୟବସ୍ଥାକୁ ରେଲଓ୍ବେ ପକ୍ଷରୁ ଅବମାନନା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଅଧୀକୃତ ସଂସ୍ଥା ଭାରତୀୟ ରେଳବାଇରେ ଯଦି କର୍ମଚାରୀ ଅସୁରକ୍ଷିତଭାବେ କାର୍ଯ୍ୟ କରିବେ ତେବେ କେନ୍ଦ୍ର ସରକାରଙ୍କ ସୁରକ୍ଷା ନିୟମ କାହା ପାଇଁ ବୋଲି ପ୍ରଶ୍ନଉଠିଛି। ବେସରକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ କାର୍ଯ୍ୟସ୍ଥଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ କରୁଛନ୍ତି। ଏଥିରେ ସାମାନ୍ୟତମ ଖିଲାପ କଲେ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ଦର୍ଶାଇ ତାଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଆବଶ୍ୟକସ୍ଥଳେ କାର୍ଯ୍ୟରୁ ଅବ୍ୟାହତି ପ୍ରଦାନ କରାଯାଉଛି। ହେଲେ ଏଠାରେ ସରକାରଙ୍କ ସବୁ ନିୟମକୁ ଫୁ’ କରି ଠିକାଦାର ଶ୍ରମିକମାନଙ୍କୁ ବିପଦ ପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟ କରାଉଛନ୍ତି।
ଏହି ଷ୍ଟେଶନର ଦୋହରୀକରଣ କାର୍ଯ୍ୟ ସମୟରେ ରେଳବାଇର ବିଦ୍ୟୁତ୍‌ ଖୁଣ୍ଟ ସ୍ଥାପନ କରାଯିବା ସହିତ ନୂତନ ଲାଇନ ବିଛା କାର୍ଯ୍ୟ ଚାଲିଛି। ଲାଇନ ସମ୍ପ୍ରସାରଣ ସ୍ଥାନରେ ଗର୍ତ୍ତ ଖୋଳି ବିନା ସୁରକ୍ଷା ବାଡାରେ ତାକୁ ଛାଡ଼ି ଦିଆଯାଉଛି। ବିଦ୍ୟୁତ୍‌ ଖୁଣ୍ଟ୍‌ ସ୍ଥାପନ ସମୟରେ ଅତ୍ୟନ୍ତ ବିପଦଜନକଭାବେ କର୍ମଚାରୀମାନେ ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚରେ ଚଢ଼ି ବିନା ସୁରକ୍ଷା ଜୋତା ଏବଂ ସୁରକ୍ଷା ବେଲ୍ଟରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ମାତ୍ର କେଇ ଶହ ମିଟର ଦୂରରେ ଏପରି କାର୍ଯ୍ୟ ହେଉଛି। ହେଲେ ସ୍ଥାନୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ଅନ୍ୟ ବିଭାଗୀୟ ପଦାଧିକାରୀଙ୍କ ଏହା ଦୃଷ୍ଟିଗୋଚର ହେଉନାହିଁ। ଅନ୍ୟପକ୍ଷରେ ରେଲଓ୍ବେ କର୍ତ୍ତୃପକ୍ଷ ଜାଣିଜାଣି ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଉଥିବା ଅଭିଯୋଗ ହେଉଛି। ଏହି ରେଳଷ୍ଟଶନ ଅର୍ନ୍ତଗତ ପ୍ଲଟ ନିକଟରେ କିଛି ମାସ ତଳେ ରେଳ ୱାଗନ ଗଡ଼ି ୬ଜଣଙ୍କ ଜୀବନ ହାନି ଘଟଥିଲା। ତେବେ ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ କାହାର ସୁରକ୍ଷା ପ୍ରତି ଦୃଷ୍ଟି ପଡୁନାହିଁ। ଏ ସମ୍ପର୍କରେ ଉପରିସ୍ଥ ରେଳବାଇ ଅଧିକାରୀ ଏବଂ ରେଳମନ୍ତ୍ରୀ, ଶ୍ରମବିଭାଗ ଦୃଷ୍ଟି ଦେବାକୁ ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି। ଏନେଇ ରେଳବାଇ ପୂର୍ବତଟ ଡିଭିଜନର ଏଡିଇଏନ ରାଜକିଶୋର ପାତ୍ରଙ୍କୁ ପଚାରିବାରେ ଏହି କାର୍ଯ୍ୟ ତାଙ୍କ ଅଧୀନ ନୁହେଁ। ଏହା ତାଙ୍କ ଉପରିସ୍ଥ ଅଧିକାରୀ କହିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri