ଆଜି ପ୍ରକାଶ ପାଇବ ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନ ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ସମସ୍ତ ଜିଲାପାଳଙ୍କ ନିକଟକୁ ପଠାଯାଇଥିବା ବେଳେ ନିର୍ବାଚନ ପ୍ରସ୍ତୁତିକୁ ପ୍ରାଥମିକତା ଭିତ୍ତିରେ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂରକ୍ଷଣ କାର୍ଯ୍ୟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶୁକ୍ରବାର ତଥା ଅକ୍ଟୋବର ୮ରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତିସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷମାନଙ୍କ ଲାଗି ଚିଠା ସଂରକ୍ଷଣ ତାଲିକା ଜିଲାସ୍ତରରେ ପ୍ରକାଶ ପାଇବ। ଅକ୍ଟୋବର ୧୬ରୁ ଏହା ଉପରେ ଆପତ୍ତି ଅଭିଯୋଗ ଶୁଣାଣି କରାଯିବ। ୨୧ ତାରିଖ ସୁଦ୍ଧା ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଅକ୍ଟୋବର ୨୯ ସୁଦ୍ଧା ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ରାଜ୍ୟ ସରକାର ୩୦ ତାରିଖରେ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବେ। ସେହିପରି ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୬ରେ ଚିଠା ତାଲିକା ଜାରି କରାଯିବ। ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ସହ ୨୯ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯିବ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହା ପୂର୍ବରୁ ୱାର୍ଡଠାରୁ ଆରମ୍ଭ କରି ଜିଲା ପରିଷଦ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ଲାଗି ସଂରକ୍ଷଣ ସ୍ଥିର ହେବ। ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଡେଇଁବ ନାହିଁ। ଏହାକୁ ନେଇ ବିଭିନ୍ନ ଦଳର ବହୁ ଆଶାୟୀ ଆଶଙ୍କା ଭିତରେ ରହିଛନ୍ତି। ଆଞ୍ଚଳିକ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସଂଶୋଧିତ ଆଇନରେ ବ୍ୟବସ୍ଥା ହୋଇଛି । ଫଳରେ ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ପଛୁଆବର୍ଗ (ଏସ୍‌ଇବିସି)ଙ୍କ ସଂରକ୍ଷଣ କମିବା ଆଶଙ୍କା ଥିବାବେଳେ ଅଣଆଦିବାସୀ ଅଞ୍ଚଳରେ ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିପାରେ ।
ରାଜ୍ୟର ୩୦ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟରୁ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୧୫ ଆସନ ଅଣସଂରକ୍ଷିତ ରହିବ । ଅନ୍ୟ ୧୫ଟି ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୩, ଅନୁସୂଚିତ ଜନଜାତି ପାଇଁ ୭ ଏବଂ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିପାରେ। ତେବେ ଅଣସଂରକ୍ଷିତ ଆସନରୁ ସଂରକ୍ଷିତ ବର୍ଗର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ସମସ୍ୟା ହେବ ନାହିଁ । ଅନ୍ୟପକ୍ଷରେ ଏସ୍‌ସି, ଏସ୍‌ଟି ସଂରକ୍ଷିତ ଆସନରେ ଅଣସଂରକ୍ଷିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହାଛଡ଼ା ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗ ପାଇଁ ଯେଉଁ ଆସନ ଚିହ୍ନଟ ହେବ ସେଥିରୁ ମହିଳାଙ୍କ ଲାଗି ବି ସଂରକ୍ଷଣ ରହିବ। ସେହିପରି ୩୦ ଜିଲାରେ ଜିଲା ପରିଷଦ ଉପାଧ୍ୟକ୍ଷ କ୍ଷେତ୍ରରେ ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।
ରାଜ୍ୟରେ ଥିବା ୩୧୪ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅତି ବେଶିରେ ୧୫୭ଟି ଆସନ ଅଣ ସଂରକ୍ଷିତ ରହିବ ଏବଂ ଅବଶିଷ୍ଟ ଆସନଗୁଡ଼ିକ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫୦ରୁ ଅଧିକ ଏବଂ ଅନୁସୂଚିତ ଜନଜାତି ପାଇଁ ୭୦ରୁ ଅଧିକ ଆସନ ସଂରକ୍ଷିତ ରହିପାରେ । ଫଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ପଛୁଆବର୍ଗଙ୍କ ପାଇଁ ୩୦ରୁ ୩୩ ପର୍ଯ୍ୟନ୍ତ ଆସନ ରହିବ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ହେବ। ଏହି ପଦବୀ ଲାଗି କେଉଁ ବ୍ଲକରେ କେଉଁ ବର୍ଗର ମହିଳା ସଂରକ୍ଷିତ ଆସନରୁ ନିର୍ବାଚିତ ହେବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ସେହିପରି ରାଜ୍ୟର ୬୭୯୮ ପଞ୍ଚାୟତ ଲାଗି ପ୍ରତି ପଞ୍ଚାୟତରେ ଜଣେ ସରପଞ୍ଚ, ନାଏବ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚିତ ହେବେ। ଏ କ୍ଷେତ୍ରରେ ବି ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ୩୧୪ ବ୍ଲକରୁ ରାଜ୍ୟରେ ୧୧୮ଟି ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବାରୁ ଅନ୍ୟ ବର୍ଗର ଆଶାୟୀଙ୍କ ଚିନ୍ତା ବଢିଯାଇଛି। ପ୍ରତି ପଞ୍ଚାୟତରେ ଥିବା ୱାର୍ଡଗୁଡ଼ିକରୁ ଜଣେ କରି ୱାର୍ଡମେମ୍ବର ନିର୍ବାଚିତ ହେବେ। ଏହି ସଂଖ୍ୟା ୬୦ହଜାରରୁ ଅଧିକ ହେବ। ତେବେ ଏ କ୍ଷେତ୍ରରେ ସଂରକ୍ଷଣ ଆଞ୍ଚଳିକସ୍ତରରେ ହେବାର ଅଛି। ଏହାଛଡ଼ା ରାଜ୍ୟରେ ଥିବା ୮୫୩ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪୨୬ଟି ଆସନ ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସିଙ୍କ ପାଇଁ ସଂରକ୍ଷିତ ରହିବ ।
ସାଧାରଣତଃ ଓଡ଼ିଶାରେ ଜନସଂଖ୍ୟା ଦୃଷ୍ଟିରୁ ଏସ୍‌ଇବିସିଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଏହି ବର୍ଗର ପ୍ରାର୍ଥୀମାନେ ବହୁ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଅଣସଂରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି। ଅନୁସୂଚିତ ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ ବହୁ ଆଶାୟୀ ଆସନ୍ତା ନିର୍ବାଚନରେ ବାଦ୍‌ ପଡ଼ିବା ସମ୍ଭାବନା ରହିଛି। ସଂରକ୍ଷଣ ତାଲିକା ପ୍ରକାଶ ପାଇ ନ ଥିବାରୁ ଆଶାୟୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ତେବେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ଆଥ୍‌ଲେଟ୍‌ଙ୍କୁ ନିର୍ଯାତନା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିବା ରାଉରକେଲା ଟିମ୍‌ର ଜଣେ ଜୁନିୟର ଖେଳାଳିଙ୍କୁ ନିର୍ଯାତନା ଦିଆଯାଇଛି। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହେବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ...

ଡେଙ୍ଗୁରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା...

ବିଓଆଇର ମିନି ଆର୍‌ବିସି ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍‌ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍‌ବିଜି ଓଡ଼ିଶାର ମହାପ୍ରବନ୍ଧକ...

ନାକ ତଳକୁ ମାସ୍କ, ସାମାଜିକ ଦୂରତା ବି ରହୁନି

ଭୁବନେଶ୍ୱର,୧୪।୧୦ (ବ୍ୟୁରୋ): କରୋନାର ଦୁଇଟି ଲହରରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଏପରି କି ଅନେକ ଜୀବନ ମଧ୍ୟ ଗଲାଣି। ଏଭଳି ସ୍ଥିତିରେ ତୃତୀୟ ଲହରକୁ...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ...

ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ...

ସ୍ମାର୍ଟ ସ୍କୁଲରେ ଶିକ୍ଷକ ଅଭାବ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମର ବହୁ ପୁରାତନ ସରକାରୀ ସିଟି ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ଏପ୍ରିଲ ୨୦ରୁ ବିଭିନ୍ନ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ...

Advertisement
Archives

Model This Week