ବଢ଼ିଲା ସ୍କୁଲ ପୋଷ୍ୟ ଗ୍ରହଣ ତାଲିକା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚିଠି ଲେଖିଛନ୍ତି। ଏହାପରଠୁ ପୋଷ୍ୟ ଗ୍ରହଣ ତାଲିକା ଲମ୍ବିବାରେ ଲାଗିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁରୀ ଜିଲା ନିମାପଡ଼ା ବ୍ଲକ୍‌ର ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଜେବିଆର୍‌ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୩ଟି ସ୍କୁଲକୁ ପୋଷ୍ୟ କରିଛନ୍ତି। ସେଗୁଡ଼ିକ ହେଲା କୋରାପୁଟ ଜିଲା ଜୟପୁର ହାଇସ୍କୁଲ, ମୟୂରଭଞ୍ଜ ଜିଲା ଏମ୍‌କେସି ହାଇସ୍କୁଲ ଓ ଖୋର୍ଦ୍ଧା ଜିଲା ଭୁବନେଶ୍ୱରର ଆଇଆର୍‌ସି ଭିଲେଜ ହାଇସ୍କୁଲ। ସେହିପରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍‌ ପଶାୟତ କଟକ ଜିଲାର ରେଭେନ୍‌ଶା କଲିଜିଏଟ୍‌ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଭୁବନେଶ୍ୱର ବାଣୀବିହାରସ୍ଥିତ ୟୁନିଭର୍ସିଟି ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପରାମର୍ଶଦାତା ବିଜୟ ସାହୁ ଖୋର୍ଦ୍ଧା ଜିଲା ପଟିଆସ୍ଥିତ ଶୈଳେନ୍ଦ୍ର ନାରାୟଣ ଉଚ୍ଚବିଦ୍ୟାଳୟ ଓ ପଟିଆ ପ୍ରାଇମେରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ନିଜ ବାପା ପଢ଼ୁଥିବା ଢେଙ୍କାନାଳ କାମାକ୍ଷାନଗରସ୍ଥିତ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହିପରି ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ ଯାଜପୁରର ୨ଟି ଓ ଗଞ୍ଜାମର ଗୋଟିଏ, କେନ୍ଦ୍ର ସରକାରଙ୍କ ପୂର୍ବତନ ଏଡିଜି ଅନୁପ ନାୟକ ଯାଜପୁରର ଗୋଟିଏ, ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ କମିଶନର ତଥା ନିର୍ଦ୍ଦେଶିକା ସୁଜାତା ଆର୍‌ କାର୍ତ୍ତିକେୟନ କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲାର ଗୋଟିଏ ଲେଖାଏ ସ୍କୁଲ ଏବଂ ବିଭାଗୀୟ ସୋସିଆଲ ଓ୍ବେଲ୍‌ଫେୟାର ନିର୍ଦ୍ଦେଶକ ବଲାଙ୍ଗୀର ଜିଲାର ଦୁଇଟି, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରସିଦ ଖାନ୍‌ ଢେଙ୍କାନାଳର ଗୋଟିଏ, ଏସ୍‌ଟିଏସ୍‌ସିଆଣ୍ଡ୍‌ ଏସ୍‌ସି ବିକାଶ ବିଭାଗ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ରାୟଗଡ଼ା ଓ ଦେବଗଡ଼ ଜିଲାର ଗୋଟିଏ ଲେଖାଏ ସ୍କୁଲ, ଓଡ଼ିଶା ରାଜ୍ୟ ଔଷଧ ନିଗମ ଏମ୍‌ଡି ଯାମିନୀ ଷଡ଼ଙ୍ଗୀ ଗଞ୍ଜାମର ଗୋଟିଏ, ପୁରୀ ଜିଲାପାଳ ପୁରୀର ଦୁଇଟି, କଟକ ଡିଆର୍‌ଡିଏ ପିଡି ମହମ୍ମଦ ଅବଦାଲ ଅଖ୍‌ତାର ଯାଜପୁରର ଗୋଟିଏ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଷ୍ଟେଟ୍‌ ପ୍ରୋଜେକ୍ଟ ଡାଇରେକ୍ଟର ଲିଙ୍ଗରାଜ ପଣ୍ଡା କେନ୍ଦ୍ରାପଡ଼ାର ଗୋଟିଏ, ଅନୁଗୋଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଗଞ୍ଜାମ ଜିଲାର ଗୋଟିଏ ସ୍କୁଲ ଓ ଆଇପିଏସ୍‌ ଅଫିସର ଅନୁପ ସାହୁ ଢେଙ୍କାନାଳର ଏକ ସ୍କୁଲକୁ ପୋଷ୍ୟ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ଇତିମଧ୍ୟରେ ୩୬ଜଣ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଓ ଓଏଏସ୍‌ ଅଫିସର ରାଜ୍ୟର ବିଭିନ୍ନ ସ୍କୁଲକୁ ପୋଷ୍ୟ ଗ୍ରହଣ କରିସାରିଛନ୍ତି। ଏହି ଅଭିଯାନରେ ଆଗକୁ ଆହୁରି ଅନେକ ପଦାଧିକାରୀ ସାମିଲ ହେବାର ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?