ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା

ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌ ଶନିବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ । କାହା ନାଁରେ ମୋହର ବାଜିବ ଆଉ କିଏ ବାଦ୍‌ ପଡିବେ ଏନେଇ ସବୁ ଛାତିଙ୍କ ଛାତିରେ ଛନକା ପଶିଛି। ଦଳର ଛାମୁଆ ନେତାମାନେ ଶୀର୍ଷ ନେତାଙ୍କ ଘୋଷଣାକୁ ଅପେକ୍ଷା କରି ବସିଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କିଛି ତୁଙ୍ଗ ନେତାଙ୍କ ନାଁ ରହିଥିବା ଜଣାପଡ଼ିଛି । ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ବହୁ ବଡ଼ ନେତାଙ୍କ ଟିକେଟ କଟିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେଉଁ କେଉଁ ନେତାଙ୍କୁ ଏମପି ପଦ ଛାଡ଼ି ବିଧାୟକ ପଦ ପାଇଁ ଲଢିବାକୁ ପଡ଼ିବ? ତାକୁ ନେଇ ମଧ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବେ । ସେହିଭଳି ଗୁଜରାଟ ଗାନ୍ଧୀନଗରରୁ ଅମିତ ଶାହ, ଲକ୍ଷ୍ନୌରୁ ରାଜନାଥ ସିଂହ ଏବଂ ଆମେଥିରୁ ସ୍ମୃତି ଇରାନୀ ଲଢ଼ିପାରନ୍ତି । ମଧ୍ୟପ୍ରଦେଶ ବିଦିଶାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲଢ଼ିପାରନ୍ତି । ସେପଟେ ରାଜସ୍ଥାନ ରାଣୀ ବସୁନ୍ଧରା ରାଜେ ସିନ୍ଦିଆଙ୍କୁ ଟିକେଟ ମିଳି ନ ପାରେ । ବସୁନ୍ଧରା ରାଜେ ନିର୍ବାଚନ ନ ଲଢ଼ିବାକୁ ଦଳ ତାଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଭାଜପା ଏଥର ୩୭୦ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏନଡିଏ ଏଥର ୪ ଶହ ପାର୍‌ କରିବ ବୋଲି ପ୍ରଧାନମନ୍ତ୍ରୀ କହି ସାରିଛନ୍ତି । ତେବେ ରାଜନୈତିକ ବିଶାରଦମାନଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ତାଲିକାରେ ଗତ ଥର ହାରିଥିବା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ମଧ୍ୟ ୩ ନେତାଙ୍କ ନାଁ ଘୋଷଣା କରିପାରେ ଦଳ । କୁଯାହାଉଛି କି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ମୁଖପାତ୍ର ସମ୍ବିତ ପାତ୍ର ଓ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଆଜି ଘୋଷଣା ହୋଇପାରେ । ଯାହାକୁ ନେଇ ଚର୍ଚ୍ଚା ବଢିଚାଲିଛି । ତେବେ ଆଜି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଯିବ ।

ଉତ୍ତର ପ୍ରଦେଶରେ ୫୬ ଆସନରେ ଏନଡିଏର ବୁଝାମଣା ସରିଥିବା ଶୁଣିବାକୁ ମିଳୁଛି । ଉତ୍ତର ପ୍ରଦେଶରେ ଅସାଦୁଦ୍ଦିନ ଅୱେସୀଙ୍କ AIMIM ୭ଟି ଆସନରେ ପ୍ରାର୍ଥୀ ଦେଇପାରେ । ଏଭଳି ସ୍ଥିତିରେ AIMIM ପ୍ରାର୍ଥୀଙ୍କ ବିରୋଧରେ ହିନ୍ଦୁ ମହିଳାଙ୍କୁ ଛିଡ଼ା କରାଇବାକୁ ଭାଜପା ଯୋଜନା କରୁଛି । ତେଲଙ୍ଗାନାର ସମସ୍ତ ୧୭ ଆସନରେ ଦଳ ପ୍ରାର୍ଥୀ ଦେବ । ବର୍ତ୍ତମାନ ଏମପି ଥିବା ଜି. କିଷନ ରେଡ୍ଡୀ, ବଣ୍ଡି ସଞ୍ଜୟ କୁମାର ଏବଂ ଅରବିନ୍ଦ ଧର୍ମପୁରୀଙ୍କ ଟିକେଟ ପକ୍କା ବୋଲି ଜଣାପଡ଼ିଛି । ତେବେ ବିଧାନସଭା ର୍ନିବାଚନରେ ହାରିଥିବା ଅନ୍ୟତମ ଭାଜପା ନେତା ସୋୟମ ବାପୁ ରାଓଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ମିଳି ନ ପାରେ ।

ଦିଲ୍ଲୀର ସମସ୍ତ ୭ଟି ଆସନ ଏବେ ଭାଜପା କବ୍ଜାରେ ଥିବାବେଳେ ୪ଟି ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇପାରେ । ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ପାଇଁ ଗୁରୁବାର ରାତିରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ରାତି ପ୍ରାୟ ୩ଟା ଯାଏ ଆଲୋଚନା ଚାଲିଥିଲା । ୧୭ ରାଜ୍ୟର ୧୫୫ ଆସନ ଉପରେ ଆଲୋଚନା ହୋଇଛି । ଖୁବ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକାରେ ଶହେ ଜଣ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିପାରେ ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?