ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ ଅଭ୍ୟାସଗତ ଶିକାରୀ ଲୁଚି ଛପି ଚଲା ଫାଶ (ବାଉଁଶ କାଠି, ପ୍ଲାଷ୍ଟିକ ସୂତାରେ) ଓ ଖାଦ୍ୟରେ ଫୁରାଡନ ବିଷ ଦେଇ ନିରୀହ ପକ୍ଷୀଙ୍କୁ ଶିକାର କରିବାକୁ ପଛାଉନାହାନ୍ତି। ଆଉ କେତେକ ସ୍ଥାନରେ ବାଟୁଳି ମାରି ଦେଶୀୟ ପକ୍ଷୀ ଶିକାର ଚାଲିଛି। ଏମାନଙ୍କ ଉପରେ ବନ ବିଭାଗ କଡ଼ା ନଜର ରଖିବା ସତ୍ତ୍ୱେ କେତେଜଣ ଶିକାରୀ ଲୁଛି ଛପି ଏଭଳି ଶିକାର କରୁଛନ୍ତି।
ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଙ୍ଗଲ ପାର୍ଶ୍ୱରେ ଚଲା ଫାଶ ବସାଇ ଶିକାରୀମାନେ ଦେଶୀୟ ପକ୍ଷୀ ଶିକାର କରିବା ଅଭିଯୋଗ ହେଉଛି। ଏହି ଶିକାରୀମାନେ ସା ସମୟରେ କିଛି ଖାଦ୍ୟ ପକାଇ ଦେଇ ଫାଶ ବସାଇଥାନ୍ତି। ସକାଳୁ ସକାଳୁ ପକ୍ଷୀମାନେ ଖାଦ୍ୟ ଦେଖି ଖାଇବା ସମୟରେ ଅଜାଣତରେ ଫାଶରେ ପଡ଼ନ୍ତି। ଆଉ କେତେଜଣ ଶିକାରୀ ଅନେକ ସମୟରେ ବିଷରେ ଖାଦ୍ୟ ଦେଇ ପକ୍ଷୀମାନଙ୍କୁ ଶିକାର କରିଥାନ୍ତି। ବନ ବିଭାଗର ନଜର ଯୋଗୁ ପୂର୍ବ ଅପେକ୍ଷା ଅଭ୍ୟାସଗତ ଶିକାରୀମାନେ ରଣନୀତି ପ୍ରସ୍ତୁତ କରି କର୍ମଚାରୀଙ୍କ ଅଗୋଚରରେ ପକ୍ଷୀ ଶିକାର କରିବାରେ ସଫଳ ହେଉଛନ୍ତି। ବିଶେଷ କରି ଗୋବରୀ ନଦୀକୂଳ ଓରୁଅପାଳ, ମହାନଦୀ ପାର୍ଶ୍ୱ ହେଟାମୁଣ୍ଡିଆ, କଂସାରଡିଆ, ଲଞ୍ଚଘୋଲା, କଜଳପାତିଆ, କଣ୍ଡରାପାଟିଆ, ଉତ୍ତର ସୁନିତି ଜଙ୍ଗଲ, ଜମ୍ବୁ ଝାଉଁବଣ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଓ ତଣ୍ଡାକୂଳ ଆଦି ସ୍ଥାନରେ ପକ୍ଷୀମାନଙ୍କ ବସା ବାନ୍ଧିଥିବା ଦେଖିବାକୁ ମିଳୁଛି। ଜଣେ ଶିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଗେଣ୍ଡାଳିଆ, ବଗ, ସଲିରି, ଦାବେଣ୍ଟିଆ, ଅନ୍ଧାରୁଆ ବଗ ଓ ବିଭିନ୍ନ ପ୍ରକାରର ଛୋଟ ଛୋଟ ଜଙ୍ଗଲି ଜନ୍ତୁ ଶିକାର କରିଥାନ୍ତି। ପରିବେଶ ପ୍ରେମୀ ଗୌତମ ବେହେରା କହିଛନ୍ତି, ବନ୍ୟ ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ବନ ବିଭାଗ ଆଇନରେ ସଙ୍ଗିନ ଦଫାର ସଂଶୋଧନ ହେବା ଜରୁରୀ। କାରଣ ଅନେକ ସମୟରେ ବନ୍ୟ ଜୀବଜନ୍ତୁ ଓ ପକ୍ଷୀ ଶିକାରୀଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ କଛିଦିନ ମଧ୍ୟରେ ଜାମିନରେ ଆସିବାକୁ ସକ୍ଷମ ହେଉଛନ୍ତି। ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯତ୍ନବାନ ହେବା ସହ ସ୍ଥାନୀୟ ଲୋକମାନେ ସଚେତନ ହୋଇ ବିଭାଗକୁ ସହଯୋଗ କଲେ ନିଶ୍ଚୟ ପକ୍ଷୀ ଓ ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇ ପାରିବ। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ମତାମତ ନେବାରେ ବନ୍ୟ ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯତ୍ନବାନ ଅଛି। ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri