୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ

ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଉଦ୍ଧାର ହାତୀର ବ୍ୟବଚ୍ଛେଦ ପରେ ଶରରୀର ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍‌ ତାର ମିଳିବା ପରେ ବିଦ୍ୟୁତ୍‌ କରେଣ୍ଟ ଦେଇ ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ହାତୀର ମୃତ୍ୟୁ ପରେ ବନବିଭାଗ ତପତ୍ରତା ଦେଖାଏ । କିଛି ଦିନ ପରେ ହାତୀର ସୁରକ୍ଷା ପାଇଁ ପଦକ୍ଷେପ ନାହିଁ ବୋଲି ଅନୁରୂପ ଅଭିଯୋଗ ଉଠିଛି । ଏହି କ୍ରମରେ ପ୍ରତି ବର୍ଷ ହାତୀ ମୃତ୍ୟୁ ଲାଗି ରହୁଛି । ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨୦୧୧-୧୨ରେ ୧ଟି, ୨୦୧୨-୧୩ରେ ୧ଟି, ୨୦୧୪-୧୫ରେ ୨ଟି, ୨୦୧୫-୧୬ରେ ୪ଟି, ୨୦୧୭-୧୮ରେ ୧ଟି, ୨୦୧୯ରୁ ୨୦୨୧ରେ ୨ଟି, ୨୦୨୩-୨୪ରେ ୧ଟି ହାତୀର ମୃତ୍ୟୁ ହୋଇଛି । ୨୦୧୫ -୧୬ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ହାତୀର ମୃତ୍ୟୁ ହୋଇଛି। ଏ ସଂକ୍ରାନ୍ତରେ ଅନୁଧ୍ୟାନ କଲେ ବନବିଭାଗର ହାତୀ ପାଇଁ ଚିନ୍ତା ନ ଥିବା ପରି ମନେ ହେଉଛି।
ଗାଁ ଓ ସହର ମୁହାଁ ହାତୀ : ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ଦେଖା ଦେଉଛି । ଲୋକମାନେ ଜଙ୍ଗଲରେ ଘର କରି ରହିବା ପରେ ହାତୀର ଚଲାପଥ ଓ ବାସସ୍ଥାନ ପରିବର୍ତ୍ତନ ହେବାରେ ଲାଗିଛି । ଏଣୁ ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ହାତୀ ଗାଁ ଓ ସହର ମୁହାଁ ହେଉଛି । ନୟାଗଡ଼ ସହର ନୟାଗଡ଼ ଡିଏଫ୍‌ଓ ଓ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଏକ ଦନ୍ତା ହାତୀ କିଛି ମାସ ତଳେ ଦେଖିବାକୁ ମିଳିଥିଲା । ସେହିପରି ଧାନ, ଆଖୁ ଫସଲ ସମୟରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଗାଁ ନିକଟକୁ ହାତୀପଲ ଆସି କ୍ଷୟକ୍ଷତି କରନ୍ତି। ଅଧିକାଂଶ ଚାଷୀ ହାତୀ ଦ୍ୱାରା ଫସଲର କ୍ଷତିପୂରଣ ପାଇ ନ ଥାନ୍ତି । ଏହି କାରଣରୁ କେତେଜଣ ଚାଷୀ ବି ଉତ୍ତେଜିତ ହୋଇ ହାତୀକୁ ମାରୁଥିବା କୁହାଯାଉଛି ।
ଚଲାପଥରେ ବିଦ୍ୟୁତ୍‌ କରେଣ୍ଟ:
ହାତୀ ଚଲାପଥରେ କରେଣ୍ଟ ଦିଆଯାଉଥିବାରୁ ବିଭିନ୍ନ ସମୟରେ ହାତୀର ମୃତ୍ୟୁ ହୋଇଛି । ଯାହାର ନଜିର ଦଶପଲ୍ଲା ରେଞ୍ଜରେ ଗୁରୁବାର ପ୍ରମାଣ ମିଳିଛି । ସେହିପରି ଚଲାପଥରେ କଖାରୁ ଓ ଖାଦ୍ୟ ପଦାର୍ଥରେ ବିଷ ଦେଇ ହତ୍ୟା କରାଯାଉଛି । ସ୍ଥଳ ବିଶେଷରେ ଗୁଳି କରି ହତ୍ୟା କରାଯାଉଛି । ଶିକାରୀ ହାତୀକୁ ମାରିବା ପାଇଁ ବିଭିନ୍ନ ପ୍ରକାରର ତରିକାରେ ଶିକାର କରୁଛି । ଏନେଇ ପରିବେଶବିତ୍‌ ବିଭୁ ପ୍ରସାଦ ଦାଶ କୁହନ୍ତି, ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରାଯିବା ଦରକାର। ହାତୀ ଯେପରି ଗାଁ ଓ ସହର ମୁହଁ ନହେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ଦରକାର । ଶିକାରୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦରକାର । ହାତୀ ମୃତ୍ୟୁ ସମୟରେ ଏହାକୁ ଗୁରୁତର ସହ ନେଇ ମୃତ୍ୟୁର ଠିକ କାରଣ ଖୋଜିବା ଦରକାର। ହାତୀ ମୃତ୍ୟୁର ପ୍ରକୃତ କାରଣକୁ ନ ଲୁଚାଇ ସତ୍ୟ ପ୍ରକାଶ କରିବା ଦରକାର। ହାତୀ ମୃତ୍ୟୁକୁ ରୋକିବାକୁ ଶିକାରୀ ଉପରେ ନଜର ସହ ଏନେଇ ସଚେତନତା କରିଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?