୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ

ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଉଦ୍ଧାର ହାତୀର ବ୍ୟବଚ୍ଛେଦ ପରେ ଶରରୀର ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍‌ ତାର ମିଳିବା ପରେ ବିଦ୍ୟୁତ୍‌ କରେଣ୍ଟ ଦେଇ ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ହାତୀର ମୃତ୍ୟୁ ପରେ ବନବିଭାଗ ତପତ୍ରତା ଦେଖାଏ । କିଛି ଦିନ ପରେ ହାତୀର ସୁରକ୍ଷା ପାଇଁ ପଦକ୍ଷେପ ନାହିଁ ବୋଲି ଅନୁରୂପ ଅଭିଯୋଗ ଉଠିଛି । ଏହି କ୍ରମରେ ପ୍ରତି ବର୍ଷ ହାତୀ ମୃତ୍ୟୁ ଲାଗି ରହୁଛି । ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨୦୧୧-୧୨ରେ ୧ଟି, ୨୦୧୨-୧୩ରେ ୧ଟି, ୨୦୧୪-୧୫ରେ ୨ଟି, ୨୦୧୫-୧୬ରେ ୪ଟି, ୨୦୧୭-୧୮ରେ ୧ଟି, ୨୦୧୯ରୁ ୨୦୨୧ରେ ୨ଟି, ୨୦୨୩-୨୪ରେ ୧ଟି ହାତୀର ମୃତ୍ୟୁ ହୋଇଛି । ୨୦୧୫ -୧୬ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ହାତୀର ମୃତ୍ୟୁ ହୋଇଛି। ଏ ସଂକ୍ରାନ୍ତରେ ଅନୁଧ୍ୟାନ କଲେ ବନବିଭାଗର ହାତୀ ପାଇଁ ଚିନ୍ତା ନ ଥିବା ପରି ମନେ ହେଉଛି।
ଗାଁ ଓ ସହର ମୁହାଁ ହାତୀ : ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ଦେଖା ଦେଉଛି । ଲୋକମାନେ ଜଙ୍ଗଲରେ ଘର କରି ରହିବା ପରେ ହାତୀର ଚଲାପଥ ଓ ବାସସ୍ଥାନ ପରିବର୍ତ୍ତନ ହେବାରେ ଲାଗିଛି । ଏଣୁ ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ହାତୀ ଗାଁ ଓ ସହର ମୁହାଁ ହେଉଛି । ନୟାଗଡ଼ ସହର ନୟାଗଡ଼ ଡିଏଫ୍‌ଓ ଓ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଏକ ଦନ୍ତା ହାତୀ କିଛି ମାସ ତଳେ ଦେଖିବାକୁ ମିଳିଥିଲା । ସେହିପରି ଧାନ, ଆଖୁ ଫସଲ ସମୟରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଗାଁ ନିକଟକୁ ହାତୀପଲ ଆସି କ୍ଷୟକ୍ଷତି କରନ୍ତି। ଅଧିକାଂଶ ଚାଷୀ ହାତୀ ଦ୍ୱାରା ଫସଲର କ୍ଷତିପୂରଣ ପାଇ ନ ଥାନ୍ତି । ଏହି କାରଣରୁ କେତେଜଣ ଚାଷୀ ବି ଉତ୍ତେଜିତ ହୋଇ ହାତୀକୁ ମାରୁଥିବା କୁହାଯାଉଛି ।
ଚଲାପଥରେ ବିଦ୍ୟୁତ୍‌ କରେଣ୍ଟ:
ହାତୀ ଚଲାପଥରେ କରେଣ୍ଟ ଦିଆଯାଉଥିବାରୁ ବିଭିନ୍ନ ସମୟରେ ହାତୀର ମୃତ୍ୟୁ ହୋଇଛି । ଯାହାର ନଜିର ଦଶପଲ୍ଲା ରେଞ୍ଜରେ ଗୁରୁବାର ପ୍ରମାଣ ମିଳିଛି । ସେହିପରି ଚଲାପଥରେ କଖାରୁ ଓ ଖାଦ୍ୟ ପଦାର୍ଥରେ ବିଷ ଦେଇ ହତ୍ୟା କରାଯାଉଛି । ସ୍ଥଳ ବିଶେଷରେ ଗୁଳି କରି ହତ୍ୟା କରାଯାଉଛି । ଶିକାରୀ ହାତୀକୁ ମାରିବା ପାଇଁ ବିଭିନ୍ନ ପ୍ରକାରର ତରିକାରେ ଶିକାର କରୁଛି । ଏନେଇ ପରିବେଶବିତ୍‌ ବିଭୁ ପ୍ରସାଦ ଦାଶ କୁହନ୍ତି, ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରାଯିବା ଦରକାର। ହାତୀ ଯେପରି ଗାଁ ଓ ସହର ମୁହଁ ନହେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ଦରକାର । ଶିକାରୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦରକାର । ହାତୀ ମୃତ୍ୟୁ ସମୟରେ ଏହାକୁ ଗୁରୁତର ସହ ନେଇ ମୃତ୍ୟୁର ଠିକ କାରଣ ଖୋଜିବା ଦରକାର। ହାତୀ ମୃତ୍ୟୁର ପ୍ରକୃତ କାରଣକୁ ନ ଲୁଚାଇ ସତ୍ୟ ପ୍ରକାଶ କରିବା ଦରକାର। ହାତୀ ମୃତ୍ୟୁକୁ ରୋକିବାକୁ ଶିକାରୀ ଉପରେ ନଜର ସହ ଏନେଇ ସଚେତନତା କରିଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri