ପେଣ୍ଟାଗନ୍‌ର ଗୁପ୍ତ ଦସ୍ତାବିଜ ପ୍ରଘଟକାରୀ ୨୧ ବର୍ଷୀୟ

ନିଜ ସାମରିକ କ୍ୟାରିୟରର ମାତ୍ର ୩ ବର୍ଷ ମଧ୍ୟରେ ଜାକ୍‌ ଡୋଗଲାସ୍‌ ଟେକ୍ସେରା ଆମେରିକାର ସବୁଠୁ ସମ୍ବେଦନଶୀଳ ଗୋଇନ୍ଦା ଅପରେଶନ ତଥ୍ୟ ହାସଲ ପରେ ପ୍ରଘଟ କରିଛନ୍ତି। ଏଣିକି ଦେଶର କେଉଁମାନେ ଏଭଳି ଗୋପନୀୟ ତଥ୍ୟ ପାଇପାରିବେ ସେନେଇ ପେଣ୍ଟାଗନ୍‌ ସମୀକ୍ଷା କରିବା ପାଇଁ ବାଧ୍ୟ ହୋଇଛି।

ଓ୍ବାଶିଂଟନ୍‌,୧୭।୬
ହାତରେ ହ୍ୟାଣ୍ଡ୍‌କଫ୍‌ ଓ ଦୁଇଗୋଡ଼ରେ ଶିକୁଳି। ୨୧ ବର୍ଷୀୟ ଜାକ୍‌ ଟେକ୍ସେରା ବୋଷ୍ଟନର ଜନଗହଳିପୂର୍ଣ୍ଣ କୋର୍ଟରୁମ୍‌ରେ ପ୍ରଥମ ହାଜିରା ବେଳେ ବିଚଳିତ ଦେଖାଯାଉଥିଲେ। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ୍‌’ର ଗୋପନୀୟ ଦସ୍ତାବିଜ ପ୍ରଘଟ ଅଭିଯୋଗରେ ଏପ୍ରିଲ ୧୩ରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଫ୍‌ବିଆଇ) ମାସାଚ୍ୟୁସେଟ୍ସର ଡିଘଟନ୍‌ରୁ ତାଙ୍କୁ ଗିରଫ କରିଥିଲା। ଜୁନ୍‌ ୧୫ରେ ତାଙ୍କ ବିରୋଧରେ ଅଭିଯୋଗ ଧାର୍ଯ୍ୟ ହୋଇଛି। ପ୍ରତିରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ପ୍ରଘଟ ନେଇ ଆପରାଧିକ ମାମଲାରେ ପ୍ରତିବାଦୀ ଭାବେ ମାସାଚ୍ୟୁସେଟ୍ସ ନ୍ୟାଶନାଲ ଗାର୍ଡ ଏୟାରମ୍ୟାନ୍‌ ଜାକ୍‌ଙ୍କୁ ତାଙ୍କ ଅଧିକାର ଉପରେ ଅବଗତ କରାଯିବା ମାତ୍ରେ ସେ କହିଥିଲେ ‘ହଁ’। ଶୁଣାଣି ପରେ ଭିଡ଼ ଭିତରୁ ଜଣେ ବ୍ୟକ୍ତି ଉଚ୍ଚସ୍ବରରେ କହିଥିଲେ, ‘ଆଇ ଲଭ୍‌ ୟୁ ଜାକ୍‌’। ପଛକୁ ନ ଅନାଇ ଜାକ୍‌ ଉତ୍ତର ଦେଇଥିଲେ, ‘ୟୁ ଟୁ ଡାଡ୍‌’।
ଜାକ୍‌ଙ୍କ ବିରୋଧରେ ଇଚ୍ଛାକୃତ ଭାବେ ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ହାସଲ ଓ ସ୍ଥାନାନ୍ତର କରିବା ନେଇ ଗ୍ରାଣ୍ଡ୍‌ ଜୁରି ୬ଟି ଅଭିଯୋଗ ଧାର୍ଯ୍ୟ କରିଛନ୍ତି। ସରକାରୀ ଓକିଲଙ୍କ ଅଭିଯୋଗ ହେଲା, ଅନ୍‌ଲାଇନ ଗେମିଂର ଅହଂକାରୀ ସଂସ୍କୃତିରେ ଧରାପଡ଼ିଥିବା ଜାକ୍‌ ଅନେକ ଶହ ଗୁପ୍ତ ଦସ୍ତାବିଜ ଏକ ଡିସ୍‌କର୍ଡ ଚାର୍ଟ ସର୍ଭରରେ ଶେୟାର କରିଥିଲେ। ଏହାକୁ ଆମେରିକା ଇତିହାସରେ ଦଶନ୍ଧିର ସବୁଠୁ ବଡ଼ ଗୋଇନ୍ଦା ଡେଟା ଲିକ୍‌ କୁହାଯାଉଛି। ପୂର୍ବରୁ ୨୦୧୩ରେ କମ୍ପ୍ୟୁଟର ଇଣ୍ଟେଲିଜେନ୍ସ କନ୍‌ସଲଟାଣ୍ଟ ଏଡ୍‌ଓ୍ବାର୍ଡ ସ୍ନୋଡେନ୍‌ ନ୍ୟାଶନାଲ ସିକ୍ୟୁରିଟି ଏଜେନ୍ସିର ଗୁପ୍ତ ଦସ୍ତାବିଜ ପ୍ରଘଟ କରି ଚର୍ଚ୍ଚିତ ହୋଇଥିଲେ।
ନ୍ୟାଶନାଲ ଗାର୍ଡରେ ଜଣେ ନିମ୍ନପାହ୍ୟାର ‘ସାଇବର ସିକ୍ୟୁରିଟି ଜର୍ନିମ୍ୟାନ୍‌’ ଭାବେ କାର୍ଯ୍ୟରତ ଜାକ୍‌ ୨୦୨୧ରୁ ସବୁଠୁ ଗୋପନୀୟ ସୁରକ୍ଷା ମଞ୍ଜୁରୀ ତଥ୍ୟ ହାସଲ କରିଥିଲେ। ଏହା ବଳରେ ସେ ଉଚ୍ଚ ପଦସ୍ଥ ରାଜନେତାଙ୍କ ଅବସ୍ଥିତି ଓ ଗତିବିଧି ଏବଂ ସାମରିକ ବଳର ଟେକ୍ଟିକାଲ୍‌ ଅପ୍‌ଡେଟ୍ସ ଉପରେ ଅନେକ କଥା ଜାଣିପାରିଥିଲେ। ସଂଘୀୟ ତଦନ୍ତକାରୀମାନଙ୍କ ଅଭିଯୋଗ ହେଲା, ଜାକ୍‌ ଗତ ଡିସେମ୍ବରରୁ କ୍ଲାସିଫାଏଡ୍‌ ରିପୋର୍ଟଗୁଡ଼ିକୁ କପି କରି ଏକ ପ୍ରାଇଭେଟ୍‌ ଡିସ୍‌କର୍ଡ ଚାଟ୍‌ ଗ୍ରୁପ୍‌ରେ ଶେୟାର କରିବା ଆରମ୍ଭ କରିଥିଲେ। ଉକ୍ତ ମେସେଜିଂ ସୋସିଆଲ ପ୍ଲାଟ୍‌ଫର୍ମ ଗ୍ରୁପ୍‌ରେ ୨୦ରୁ ୩୦ କିଶୋର ଓ ଯୁବ ସଦସ୍ୟ ରହିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ସେମାନେ ବନ୍ଧୁକ, ଭଗବାନ ଓ ଗେମିଂ ନାମରେ ଏକାଠି ହୋଇଥିଲେ। ଜାକ୍‌ ଏଥିରେ ନିଜ ଛଦ୍ମନାମ ରଖିଥିଲେ ‘ଓଜି’। ଟୁଇଟର, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଏସବୁ ସାମ୍ନାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୟୁକ୍ରେନ୍‌ ପଲିସିର ବିଫଳତା ଧରାପଡ଼ିଥିଲା। ଜାତୀୟ ସୁରକ୍ଷା ବିପନ୍ନ ହୋଇଥିବାରୁ ଓ୍ବାଶିଂଟନ୍‌କୁ ବିଦେଶରେ ମଧ୍ୟ ହଟହଟା ହେବାକୁ ପଡ଼ିଥିଲା।
ଗତ ଜାନୁୟାରୀରେ ଜାକ୍‌ ସାମରିକ ମାନଚିତ୍ର ଓ ଚାଟ୍‌ଗୁଡ଼ିକର ଫଟୋ ଉତ୍ତୋଳନ କରି ସେଥିରେ ପୋଷ୍ଟ କରିଥିଲେ। ୟୁକ୍ରେନ୍‌ର ଏୟାର ଡିଫେନ୍ସ ସିଷ୍ଟମ୍ସ ଏବଂ ଆମେରିକା ପକ୍ଷରୁ ଏହି ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରକୁ ଯୋଗାଇ ଦିଆଯାଉଥିବା ଅନ୍ୟ ଅସ୍ତ୍ରଶସ୍ତ୍ର, ଇଜିପ୍ଟ ଓ ଇସ୍ରାଏଲ୍‌ ଭଳି ସହଯୋଗୀ ରାଷ୍ଟ୍ର ସମ୍ପର୍କିତ ରାଜନୈତିକ ସମ୍ବେଦନଶୀଳ ଗୋଇନ୍ଦା ତଥ୍ୟ ମଧ୍ୟ ସେ ଏଥିରେ ପୋଷ୍ଟ କରୁଥିଲେ। ମାର୍ଚ୍ଚ ସୁଦ୍ଧା ସେ ଡିସ୍‌କର୍ଡ ଆପ୍‌ରେ ଏପରି ୩୦ ଗୁପ୍ତ ଦସ୍ତାବିଜ ପୋଷ୍ଟ କରିଥିବା ନେଇ ନେଦରଲାଣ୍ଡ୍ସର ଅନୁସନ୍ଧାନକାରୀ ଖବରଦାତା ଗୋଷ୍ଠୀ ବେଲ୍ଲିଂକ୍ୟାଟ୍‌ ପ୍ରଘଟ କରିଛି। ଏହା ପୂର୍ବରୁ ଫେବୃୟାରୀରେ ସେ ରୁଷୀୟ ଟେଲିଗ୍ରାମ୍‌ ଚ୍ୟାନେଲଗୁଡ଼ିକରେ କେତେକ ପୋଷ୍ଟ କରିଥିଲେ। ସେଥିମଧ୍ୟରୁ ଗୋଟିଏର ଶୀର୍ଷକ ଥିଲା ‘ରୁଷିଆ-ୟୁକ୍ରେନ୍‌: ବ୍ୟାଟେଲ ଫର୍‌ ଦି ଡୋନ୍‌ବାସ ରିଜିୟନ୍‌ ଲାଇକ୍‌ଲି ହେଡିଂ ଫର୍‌ ଦି ଷ୍ଟେଲମେଟ୍‌ ଥ୍ରୁଆଉଟ୍‌ ୨୦୨୩’। ୟୁକ୍ରେନ୍‌ରେ ଆମେରିକା ପକ୍ଷରୁ ଚାଲିଥିବା ଅପରେଶନ୍‌ରେ ସୃଷ୍ଟି ହୋଇଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଏଥିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା। ସେହିପରି ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ଏବଂ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ କିଭ୍‌କୁ କେତେ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି, ଆଗକୁ କେତେ ଓ କିପରି ସାମରିକ ସହାୟତା ପ୍ରଦାନ କରାଯିବ ସବୁ କିଛି ପଦାକୁ ଆସିଛି। ୟୁକ୍ରେନ୍‌ ଯୁଦ୍ଧରେ ଉଭୟ ପକ୍ଷ ସୈନ୍ୟଙ୍କ ମୃତ୍ୟୁସଂଖ୍ୟା ସହ କିଭ୍‌ ପାଖରେ ଥିବା ମିଶାଇଲ୍‌ ଓ ଅନ୍ୟ ଯୁଦ୍ଧାସ୍ତ୍ର ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି ଲିକ୍‌ ଦସ୍ତାବିଜରୁ ପ୍ରଘଟ ହୋଇଛି।

 

ଜାକ୍‌ ଟେକ୍ସେରାଙ୍କ ପରିଚୟ

ଜାକ୍‌ ଟେକ୍ସେରା ମାସାଚ୍ୟୁସେଟ୍ସ ଏୟାର ନ୍ୟାଶନାଲ ଗାର୍ଡର ଜଣେ ମେମ୍ବର। ୨୦୧୯ରେ ସର୍ଭିସରେ ଯୋଗଦେବା ପରେ ସେ ନ୍ୟାଶନାଲ ଗାର୍ଡ ବେସ୍‌ରେ ସାମରିକ ନେଟ୍‌ଓ୍ବର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ତାଙ୍କ ପରିବାରର ଅନେକ ସଦସ୍ୟ ସେନାରେ କାର୍ଯ୍ୟ କରୁଛନ୍ତି କିମ୍ବା ପୂର୍ବରୁ ସେବା ପ୍ରଦାନ କରିଛନ୍ତି। ଏଫ୍‌ବିଆଇ ଏଜେଣ୍ଟମାନେ ଗତ ଏପ୍ରିଲ ୧୩ରେ ଜାକ୍‌ଙ୍କ ଘରେ ଚଢ଼ାଉ କରିବା ସହ ଦଣ୍ଡ କୋହଳ କରାଇବା ପ୍ରତିଶ୍ରୁତି ଦେଇ ତାଙ୍କୁ ଗିରଫ କରିଥିଲେ। ଗିରଫଦାରି ବେଳେ ଜାକ୍‌ ଏକ ଟି-ଶାର୍ଟ ଓ ଶଟର୍‌ସ ପିନ୍ଧିଥିଲେ। ଜାତୀୟ ଗୁପ୍ତ ପ୍ରତିରକ୍ଷା ଦସ୍ତାବିଜଗୁଡ଼ିକୁ ବେଆଇନ ଭାବେ ହାସଲ କରି ଅନ୍ୟତ୍ର ପ୍ରେରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଆଟର୍ନି ଜେନେରାଲ ମେରିକ୍‌ ଗାର୍ଲେଣ୍ଡ ସୂଚନା ଦେଇଛନ୍ତି। ତେବେ ଏହି ଲୋ-ର଼୍ୟାଙ୍କିଙ୍ଗ୍‌ ସର୍ଭିସ୍‌ ମେମ୍ବର ଅଭିଯୁକ୍ତ ରୂପେ ଆବିର୍ଭାବ ହେବା ଦଶନ୍ଧିର ସବୁଠୁ ହାଇଏଷ୍ଟ ପ୍ରୋଫାଇଲ ଇଣ୍ଟେଲିଜେନ୍ସ ଲିକ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ନିମ୍ନପାହ୍ୟାର ପ୍ରତିରକ୍ଷା ବିଭାଗ କର୍ମଚାରୀ ଏଭଳି ସମ୍ବେଦନଶୀଳ ତଥ୍ୟ ହାସଲ କରିବା ସମସ୍ତଙ୍କୁ ଚକିତ କରିଦେଇଛି। ସାଇବର ଟ୍ରାନ୍ସପୋର୍ଟ ସିଷ୍ଟମ୍ସ ଜର୍ନିମ୍ୟାନ୍‌ ଭାବେ କାର୍ଯ୍ୟ କରିବା ପାଇଁ ହାଇସ୍କୁଲ ଡିଗ୍ରୀ, ଡ୍ରାଇଭିଂ ଲାଇସେନ୍ସ ଓ ୧୯ ମାସର ତାଲିମ ଆବଶ୍ୟକ ହୋଇଥାଏ। ସେହି ଯୋଗ୍ୟତା ସବୁ ଜାକ୍‌ ହାସଲ କରିଥିଲେ କି ନାହିଁ, ତାହା ଏବେ ତଦନ୍ତ ସାପେକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?