ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି ବିଛଣାରେ ପଡ଼ି ରହି ଝରକା ବାହାରକୁ ଚାହିଁ ରହୁଥିଲା ଏବଂ ଭାବୁଥିଲା ସାମ୍ନାରେ ଥିବା ଲତାର ଶେଷ ପତ୍ରଟି ଯେତେବେଳେ ଝଡ଼ିଯିବ, ସେ ଆଉ ବଞ୍ଚିବ ନାହିଁ। କିନ୍ତୁ ଏହା ସହିତ ସମାନ୍ତରାଳ ଭାବେ ଏକ ଅଲୌକିକ ଘଟଣା ଘଟିଲା। ସେହି ସମୟରେ ପ୍ରବଳ ପବନ ସହିତ ପ୍ରଚଣ୍ଡ ବର୍ଷା ମଧ୍ୟ ହେଲା। ଏହା ସତ୍ତ୍ୱେ ଲତାର ଶେଷ ପତ୍ରଟି ସୁରକ୍ଷିତ ରହିଲା। ଏହା ଦେଖି ଦେଖି ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ପରେ ଜଣାପଡ଼ିଲା ଯେ କାନ୍ଥରେ ମାଡ଼ିଥିବା ଲତାର ସେହି ଶେଷ ପତ୍ରଟି ଜଣେ ଦକ୍ଷ ଚିତ୍ରକାର ନିଜ ରଙ୍ଗ ତୂଳୀରେ ଚିତ୍ରିତ କରିଥିଲେ। ଅର୍ଥାତ୍‌ ଶେଷ ପତ୍ରଟି ନକଲି ଥିଲା, କିନ୍ତୁ ଝିଅଟି ଭିତରେ ଜନ୍ମ ନେଇଥିବା ଜୀବନର ଆଶା ନିଜର ଚମତ୍କାରିତା ଦେଖାଇଲା। ଏହା କଥାକାର ହେନରୀଙ୍କର ଏକ ଲୋକପ୍ରିୟ କ୍ଷୁଦ୍ରଗଳ୍ପ – ଦ ଲାଷ୍ଟ ଲିଫ୍‌ (The Last Leaf)। ଏହାକୁ ଅନେକ ଇଂଲିଶ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଆଶାକୁ ଆଶ୍ରୟ କରି ମୃତ୍ୟୁ ମୁଖରୁ ବଞ୍ଚିଥିବା ସବୁଠାରୁ ପ୍ରେରଣାଦାୟୀ କାହାଣୀଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।
ସେହିପରି, ଗୁଲଜାରଙ୍କ କବିତା ଏକ ଅକେଲା ପତ୍ତା(ଗୋଟିଏ ପତ୍ର)ରେ ଗୋଟିଏ ଗଛ ବନ୍ୟା ପାଣିରେ ଅଧା ବୁଡ଼ି ରହିଛି, ପାଣି ବାହାରକୁ ଥିବା ଗଛର ଡାଳ ସହ ଜଡ଼ିତ ଏକ ପତ୍ର ତାକୁ ଧୀରେ କହୁଛି, ଡର ନାହିଁ, ମୁଁ ଅଛି। କଥାରେ ଅଛି ବୁଡ଼ି ଯାଉଥିବା ବ୍ୟକ୍ତିକୁ କୁଟାଖିଅ ସାହାରା। ମହାତ୍ମା ଗାନ୍ଧୀ କହିଥିଲେ, ଆଶା ଏପରି ଆଲୋକ; ଯାହା ମଣିଷକୁ ସତ୍ୟ, ଅହିଂସା ଓ କର୍ମର ମାର୍ଗରେ ନିରନ୍ତର ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ। ସ୍ବାମୀ ବିବେକାନନ୍ଦ କହିଛନ୍ତି, ଯେପର୍ଯ୍ୟନ୍ତ ଶରୀରରେ ନିଃଶ୍ୱାସ-ପ୍ରଶ୍ୱାସ ଅଛି, ସେପର୍ଯ୍ୟନ୍ତ ଆଶା ହରାଅ ନାହିଁ। ମହର୍ଷି ଅରବିନ୍ଦ କୁହନ୍ତି, ଆଶା ଏକ ସ୍ବପ୍ନ ନୁହେଁ ଏହା ଆତ୍ମାର ସେହି ବିଶ୍ୱାସ ଯାହା ଆମକୁ କଠିନ ପରିସ୍ଥିତିରେ ଦିବ୍ୟ ଆଲୋକ ଆଡ଼କୁ ନେଇଯାଏ। ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ କହିଥିଲେ, ଆଶା କେବେ ହେଲେ ଛାଡ଼ିବା ଉଚିତ ନୁହଁ। ସମସ୍ତ ମହାପୁରୁଷ କହିଯାଇଛନ୍ତି ନିରାଶା ହେଉଛି ମୃତ୍ୟୁ ସମାନ ଏବଂ ଆଶା ଜୀବନର ସଙ୍କେତ।
ଆଶା ହିଁ ସବୁଠାରୁ ଗଭୀର ଦୁଃଖ ଦେଇ ଗତି କରୁଥିବା ବ୍ୟକ୍ତି ଭିତରେ ବଞ୍ଚିବାର ବାହାନା ତିଆରି କରେ। ଆଶାର ଦଉଡ଼ିକୁ ଧରି ମଣିଷ ଆନ୍ତରିକ ଶକ୍ତିରେ ଭରପୂର ହୋଇଉଠେ। କଠିନରୁ କଠିନ ସମୟରେ ମଧ୍ୟ ନିଜ ଭିତରର ଶକ୍ତି ବଳରେ ଦୃଢ଼ ଭାବରେ ଠିଆ ହୋଇ ରହେ। ଏବଂ ଶେଷରେ ବିଜୟୀ ହୋଇଥାଏ। ମହାତ୍ମା ବୁଦ୍ଧ କହିଛନ୍ତି, ଯଦି ଆମେ ମାନି ନେବା ଯେ ଆସନ୍ତାକାଲି ଆଜିଠାରୁ ଅଧିକ ଭଲ ଦିନଟିଏ ହେବ, ତେବେ ଆଜି ଅଧିକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଭାବରେ ବିପତ୍ତିଗୁଡ଼ିକୁ ସହ୍ୟ କରିପାରିବା। ଦୁଃଖ ଓ କଷ୍ଟର ସମୟରେ ଆଶା ଏକ ଆଲୋକବର୍ତ୍ତିକା।
ଜ୍ଞାନୀମାନେ କୁହନ୍ତି, ପ୍ରଥମେ ଆଶା ସୃଷ୍ଟି କରନ୍ତୁ, ତା’ପରେ ଚେଷ୍ଟାରେ ଲାଗିପଡ଼ନ୍ତୁ। ଆଶା ସହିତ କରାଯାଇଥିବା ପ୍ରୟାସ ସଫଳ ହୁଏ। ଥରେ ଗୋଟିଏ ଜଙ୍ଗଲରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ଭୟଭୀତ ହୋଇ ଅନେକ ପଶୁ ପକ୍ଷୀ ଜଙ୍ଗଲରୁ ବାହାରିଗଲେ । ଅଧିକାଂଶ ପଶୁ ଗଭୀର ଦୁଃଖରେ ନୀରବ ଦର୍ଶକ ସାଜି ଚାହିଁ ରହିଲେ। କିନ୍ତୁ ଗୋଟିଏ କୁନି ଘରଚଟିଆ କାମରେ ଲାଗିଗଲା। ସେ ଉଡ଼ି ନଦୀକୂଳକୁ ଯାଏ ଏବଂ ନିଜ ଥଣ୍ଟରେ କିଛି ଟୋପା ପାଣି ଭରି ଆଣେ ଓ ଜଳୁଥିବା ଗଛଗୁଡ଼ିକ ଉପରେ ଢାଳିଦିଏ। କୌଣସି ପଶୁ ବା ପକ୍ଷୀ ତା’ ସହିତ ଯୋଗ ଦେଲେ ନାହିଁ, ଓଲଟା ଅନେକେ ନିରାଶା ଭାବରେ ତାକୁ କଟାକ୍ଷ କରି କହିଲେ, ଏତେ ବଡ଼ ଜଙ୍ଗଲ ଆଉ ତୁ ଏତେ କୁନି ପକ୍ଷୀ। ଜଣେ କହିଲା, ଆଗେ ନିଜକୁ ବଞ୍ଚାଇ ରଖ। ନ ହେଲେ ତୋ ଡେଣା ହିଁ ଜଳିଯିବ। ତୃତୀୟ ଜଣକ କହିଲା, ତୋ ପାଣି ଟୋପାରେ ନିଆଁ କ’ଣ ଲିଭିଯିବ? ଘରଚଟିଆ ଜାଣିଗଲା ଯେ ତା’ର ସମସ୍ତ ସାଥୀ ସମ୍ପୂର୍ଣ୍ଣ ନିରାଶାବାଦୀ। ପାଣି ଟୋପା ଆଣିବା ପାଇଁ ଉଡ଼ାଣ ଭରୁ ଭରୁ ଘରଚଟିଆ ପଛକୁ ବୁଲି ସିଧାସଳଖ ଜବାବ ଦେଲା- ମୁଁ ଯାହା କରିପାରିବି, ତାହା କରୁଛି। ଘରଚଟିଆର ସେହି ଦୃଢ଼ ଶବ୍ଦଗୁଡ଼ିକ ଅନ୍ୟ ପଶୁପକ୍ଷୀଙ୍କ କାନରେ ଗୁଞ୍ଜରିତ ହେବାକୁ ଲାଗିଲା। ସେମାନେ ଲଜ୍ଜିତ ଅନୁଭବ କଲେ। ସେମାନେ ବୁଝିପାରିଲେ ନିରାଶ ହୋଇ ବସିବା ଅପେକ୍ଷା ଛୋଟ ପ୍ରଚେଷ୍ଟା କରିବା ଅନେକ ଶ୍ରେୟସ୍କର।
ପ୍ରଥମେ ଗୋଟିଏ ହାତୀ ଆଗେଇ ଆସିଲା। ସେ ନଦୀରୁ ନିଜ ଶୁଣ୍ଢରେ ପାଣି ଭରି ନିଆଁ ଉପରେ ସିଞ୍ଚନ କରିବାକୁ ଲାଗିଲା। ତାହା ଦେଖି ଚିଲ, କାଉ ଓ ବଗ ଭଳି ଅନ୍ୟ ସମସ୍ତ ପଶୁପକ୍ଷୀ ମଧ୍ୟ ନିଜ ନିଜ ସାମର୍ଥ୍ୟ ଅନୁସାରେ ନିଆଁ ଲିଭାଇବା କାମରେ ଲାଗିପଡ଼ିଲେ। ସମସ୍ତଙ୍କର ପ୍ରଚେଷ୍ଟା ଯୋଗୁ କିଛି ସମୟ ପରେ ଜଙ୍ଗଲର ନିଆଁ ଆୟତ୍ତକୁ ଆସିଗଲା।
ସବୁ ପରିସ୍ଥିତିରେ ମନକୁ ଶାନ୍ତ ରଖି ପ୍ରତ୍ୟେକ ସମ୍ଭବ ପ୍ରୟାସ କରିଚାଲିବା ହିଁ ନିରାଶାକୁ ଦୂର କରିବାର ମାଧ୍ୟମ। ଏହା ବୈଜ୍ଞାନିକ ସତ୍ୟ ଯେ ଆଶାର ଦୃଢ଼ ଚିନ୍ତାଧାରା ଦ୍ୱାରା ଦୁଇ-ତୃତୀୟାଂଶ ସମସ୍ୟାର ସମାଧାନ ଆପେ ଆପେ ବାହାରିଯାଏ। ମନୋବିଜ୍ଞାନୀମାନେ ମାନନ୍ତି କୌଣସି ବିପତ୍ତି ବଡ଼ ନୁହେଁ, ଯେତେ ବଡ଼ ଏବେ ଆଉ କିଛି ହୋଇପାରିବ ନାହିଁ ଏହି ନକାରାତ୍ମକ ଚିନ୍ତାଧାରା।
ଜୀବନ ହେଉଛି ସମସ୍ୟା ଏବଂ ସମାଧାନର ଏକ ମାୟା ଜାଲ। ଏହି ଜାଲକୁ କେବଳ ଧୈର୍ଯ୍ୟ, ସଂଯମ, ବୁଦ୍ଧି ବଳରେ କାଟିହେବ। ନିରାଶା ଭିତରେ ଆଶା ରଖି ଅସମ୍ଭବକୁ ସମ୍ଭବପର କରିବା ଓସ୍ତ ଗଛ ଶିକ୍ଷା ଦିଏ।
ମରୁଭୂମି ହେଉ କିମ୍ବା ପତିତ ଜମି, ପଙ୍କ ହେଉ କିମ୍ବା କାନ୍ଥ, ଓସ୍ତ ଗଛ ଯେକୌଣସି ସ୍ଥାନରେ ନିଜର ଚେର ଜମାଇ ଦିଏ। ସେହିପରି ପ୍ରତ୍ୟେକ ମଣିଷ ଭିତରେ ଓସ୍ତ ଗଛ ଭଳି ଜୀବନ ଜିଇବାର ଦୃଢ଼ ଇଚ୍ଛାଶକ୍ତି ରହିବା ଉଚିତ।
ନୟାଗଡ଼, ମୋ:୯୪୩୭୬୪୨୯୪୭

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?