୧୨ ବର୍ଷ ପରେ ଗିରଫ ହେଲେ ଶେଷ ଅଭିଯୁକ୍ତ

ଭୁବନେଶ୍ୱର,୧୫।୩(ବ୍ୟୁରୋ):ବହୁଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ୧୨ ବର୍ଷ ପରେ ଶେଷ ଅଭିଯୁକ୍ତ ଶେଷରେ ଧରାପଡ଼ିଛନ୍ତି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା (୪୫)। ଘଟଣା ପରଠୁ ଫେରାର ଥିବା ବିକ୍ରମାଦିତ୍ୟ ପୁଣେରେ ଲୁଚି ରହିଥିଲେ। ଗତ ମାସେ ହେବ ସେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଜେନାସାହିସ୍ଥିତ ଘରକୁ ଆସିଥିଲେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୦୮ ଅକ୍ଟୋବର ୯ରେ ଏହି ଘଟଣା ଘଟିଥିବାବେଳେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମାନସ କୁମାର ବେଦାନ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅନ୍ୟ ଅଭିଯୁକ୍ତମାନେ ହେଲେ ସୁନିଲ କୁମାର ଜେନା, ସାଗର ଜେନା ଓ ସୁଶୀଲ ସାମନ୍ତରାୟ। ଅଭିଯୁକ୍ତମାନେ ସମସ୍ତେ ସମ୍ପର୍କୀୟ ହୋଇଥିବାବେଳେ ଏବେ ଗିରଫ ହୋଇଥିବା ବିକ୍ରମାଦିତ୍ୟ ହେଉଛନ୍ତି ସୁନିଲଙ୍କ ମାମୁଁ ପୁଅ ବୋଲି କମିଶନର କହିଛନ୍ତି। ଏଥିସହ ପୂରା ଘଟଣା ସମ୍ପର୍କରେ କହିଛନ୍ତି।
କଲେଜ ଶତ୍ରୁତାରୁ ପ୍ରତିଶୋଧ, ୭ବର୍ଷ ପରେ ମିଳିଥିଲା ସୁଯୋଗ
୨୦୦୧ରେ ମୁଖ୍ୟ ଅଭିଯୁକ୍ତ ମାନସ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର ନେତା ଥିଲେ। ହତ୍ୟାର ଶିକାର ସୁମନ୍ତ ତାଙ୍କର ସିନିୟର ଥିଲେ। କଲେଜର କୌଣସି କଥାକୁ ନେଇ ମାନସ ଓ ସୁମନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୁମନ୍ତ ଖାରବେଳନଗର ଥାନାରେ ମାନସଙ୍କ ନାମରେ ଅଭିଯୋଗ କରିଥିଲେ। ମାନସ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହାପରେ ମାନସଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା। ଏଥିରେ ମାନସ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ସୁମନ୍ତଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ୭ବର୍ଷ ଧରି ସୁଯୋଗ ଖୋଜୁଥିଲେ।
କେମିତି ହତ୍ୟା କରିଥିଲେ
ସୁମନ୍ତଙ୍କୁ ହତ୍ୟା କରିବାକୁ ମାନସ ସହଯୋଗୀ ତଥା ସମ୍ପର୍କୀୟ ସାଗର, ସୁନୀଲ, ସୁଶୀଲ ଓ ବିକ୍ରମାଦିତ୍ୟଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ସୁମନ୍ତଙ୍କୁ ଏକ ମ୍ୟୁଜିକ୍‌ ଷ୍ଟୁଡିଓ ତିଆରି କରିବା ବାବଦ ଆଲୋଚନା କରିବାକୁ ଏକାମ୍ର ଟକିଜ୍‌ ନିକଟରେ ଥିବା ମାନସଙ୍କ ଘରକୁ ଡାକିଥିଲେ। ସୁମନ୍ତ ପହଞ୍ଚତ୍ବା ପରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ହାତକୁ ରଶିରେ ବାନ୍ଧି ବାଡି ଓ ଭୁଜାଲିରେ ଆକ୍ରମଣ କରିଥିଲେ। ସୁମନ୍ତ ଜୀବନ ବଞ୍ଚାଇବାକୁ ଅଭିଯୁକ୍ତଙ୍କ ପାଦତଳେ ପଡିଯାଇଥିଲେ। ପକେଟ୍‌ରେ ଥିବା ୨୨ହଜାର ଟଙ୍କା ନେଇ ତାଙ୍କୁ ଛାଡିଦେବାକୁ କାକୁତି ମିନତି ହୋଇଥିଲେ। ହେଲେ ଅଭିଯୁକ୍ତମାନେ କିଛି ଶୁଣି ନ ଥିଲେ। ସୁମନ୍ତଙ୍କୁ ଉଲଗ୍ନ କରିବା ସହ ଭୁଜାଲିରେ ବିଭିନ୍ନ ଅଙ୍ଗକୁ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ପରେ ସୁମନ୍ତ ଆସିଥିବା ମାରୁତି କାର ଡିକିରେ ମୃତଦେହକୁ ଭର୍ତ୍ତି କରି ଚକେଇସିଆଣି ନିକଟ କେନାଲ ବ୍ରିଜ୍‌ ତଳକୁ ଗଡ଼ାଇ ଦେଇ ଦୁର୍ଘଟଣାର ରୂପ ଦେଇଥିଲେ। ସୁମନ୍ତ ଘରକୁ ନ ଫେରିବାରୁ ତାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ବିକ୍ରମାଦିତ୍ୟ ଫେରାର ହୋଇଯାଇଥିଲେ।
ପୁଣେରେ ଜିମ୍‌ ଟ୍ରେନର, ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ
ବିକ୍ରମାଦିତ୍ୟ ପୋଲିସକୁ ଚକ୍‌ମା ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ପୁଣେରେ ଆତ୍ମଗୋପନ କରିବା ସହ ସେଠାରେ ଜିମ୍‌ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ସେ ଜଣେ ଆଇଟି ଛାତ୍ର ହୋଇଥିବାରୁ ସେଠାରେ ଥିବା ଏକ ଆଇଟି କମ୍ପାନୀରେ ମଧ୍ୟ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର ଓ ତାଙ୍କ ପରିବାର ସହ ସମସ୍ତ ସମ୍ପର୍କ କାଟିଦେଇଥିବାରୁ ପୋଲିସ ତାଙ୍କର ସୁରାକ ପାଇପାରି ନ ଥିଲା। କିଛିବର୍ଷ ପରେ ତାଙ୍କ ମା’ ଅସୁସ୍ଥ ହୋଇପଡ଼ିଥିବା ଶୁଣି ଘରକୁ କଲ୍‌ କରି କଥା ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri