ଏହି ଅଭିନେତ୍ରୀଙ୍କ ସହ କଥା ପଦେ ହେଉ ନ ଥିଲେ ଅନ୍ୟ ଅଭିନେତ୍ରୀ; ମୁହଁ ବୁଲାଇ…

ବଲିଉଡ୍‌ ଅଭିନେତ୍ରୀ ମମତାଜ୍‌ ବହୁ ବର୍ଷ ଧରି ଦର୍ଶକଙ୍କ ଭରପୂରମନୋରଞ୍ଜନ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା। ମମତାଜ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ । ରାଜେଶ ଖାନ୍ନା ଏବଂ ଶମି କପୁରଙ୍କ ସହ ତାଙ୍କ ଯୋଡିକୁ ଅଧିକ ପସନ୍ଦ କରାଯାଉଥିଲା। ଯଦିଓ ତାଙ୍କୁ ହିରୋଙ୍କଠାରୁ ବହୁତ ସମର୍ଥନ ମିଳୁଥିଲା , କୌଣସି ହିରୋଇନ୍‌ଙ୍କ ସହ ତାଙ୍କର ସେତେଟା ପଡ଼ୁ ନ ଥିଲା। ଏହା ନିଜେ ମମତାଜ କହିଛନ୍ତି।

ଏକ ସାକ୍ଷାତକାରରେ ମମତାଜ କହିଥିଲେ, ଏପରି ଏକ ସମୟ ଥିଲା ଯେତେବେଳେ ଇଣ୍ଡଷ୍ଟ୍ରିର କୌଣସି ଅଭିନେତ୍ରୀ ତାଙ୍କ ସହ କଥା ହେଉ ନ ଥିଲେ। ହେଲେ ସମସ୍ତ ହିରୋଙ୍କ ସମର୍ଥନ ସେ ପାଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଭେଟି ତାଙ୍କ ସହିତ ବହୁତ ସମୟ ବିତାଇଛନ୍ତି। ହେଲେ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କର ଭଲ ବନ୍ଧୁ କେବଳ ଓ୍ବାହିଦା ରେହମାନ ବୋଲି ସେ କହିଥିଲେ।
ସେ ଡ୍ୟାନ୍ସ ଗ୍ରୁପର ପିଲାଙ୍କ ସହ ଅଧିକ ଉପଭୋଗ କରୁଥିଲି। ସେମାନଙ୍କ ସହିତ ସେ ଖାଦ୍ୟ ଶେୟାର କରୁଥିଲେ। କୌଣସି ଅଭିନେତ୍ରୀ କଥା ହେଉ ନ ଥିଲେ ହେଁ କେବେ ବି ବିରକ୍ତ ଲାଗିନାହିଁ । ତେବେ ୱାହିଦା ରେହମାନ ହିଁ ଏକମାତ୍ର ଅଭିନେତ୍ରୀ ଯାହାଙ୍କ ସହ ତାଙ୍କର ସବୁବେଳେ କଥାବାର୍ତ୍ତା ହେଉଥିଲା। କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିନେତ୍ରୀ କଦାପି କଥା ହେଉ ନ ଥିଲେ। କେହି ତାଙ୍କୁ ହାଏ କି ହ୍ୟାଲୋ ମଧ୍ୟ କହୁ ନ ଥିଲେ। କେବଳ ତାଙ୍କ ଚେୟାର ନେଇ ମୋ ଠାରୁ ଦୂରରେ ବସୁଥିଲେ। ତେବେ ଏହା ପଛରେ ଥିବା କାରଣ ବିଷୟରେ ସେ ଜାଣି ନ ଥିବା ମମତାଜ ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri