ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ ଗ୍ରାମ ଓ ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ବ୍ରାହ୍ମଣୀ ନଦୀର ୨ଟି ଶାଖା ନଦୀ ଶଙ୍ଖ ଓ କୋଏଲର ଜଳ ପତ୍ତନ ବେଶ୍‌ ବୃଦ୍ଧି ପାଇବାରୁ ବ୍ରାହ୍ମଣୀ ନଦୀର ଜଳପତ୍ତନ ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା କୋଏଲ ନଦୀର ଜଳପତ୍ତନ ବୃଦ୍ଧି ପାଇବାରୁ କୁଆଁରମୁଣ୍ଡା ବ୍ଲକର କୁଆଁରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଇନପୁର ଗ୍ରାମ ସମ୍ପୂର୍ଣ୍ଣଭାବେ ଜଳବନ୍ଦୀ ହୋଇଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୮୦ଟି ପରିବାରର ପ୍ରାୟ ସାଢ଼େ ୩ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଉକ୍ତ ଗ୍ରାମବାସୀ  ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାକିଣି ପାଇଁ କୁଆଁରମୁଣ୍ଡା ବଜାରକୁ ଆସିଥାନ୍ତି। ହେଲେ କୋଏଲ ନଦୀ ବନ୍ୟାଜଳ ଦ୍ୱାରା ଉକ୍ତ ଗ୍ରାମଟି ଜଳବନ୍ଦୀ ହୋଇଯାଇଥିବାରୁ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଚଇନପୁର ଗ୍ରାମର ଶତପ୍ରତିଶତ ଲୋକେ ଗରିବ ତଫସିଲଭୁକ୍ତ ଜାତି, ଜନଜାତି ସମ୍ପ୍ରଦାୟର ଅଟନ୍ତି। ପ୍ରତିଦିନ ପରିବାର ପ୍ରତିପୋଷଣ ନିମନ୍ତେ ସେମାନେ କୁଆଁରମୁଣ୍ଡାର ବିଭିନ୍ନ କଳକାରଖାନା ତଥା ଅନ୍ୟାନ୍ୟ କାମରେ ଆସିଥାନ୍ତି। ଏ ଦିଗରେ ପ୍ରଶାସନ ସେମାନଙ୍କ ନିକଟରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ବିପଦରେ ଥିବା ପରିବାରଗୁଡ଼ିକୁ ଉଦ୍ଧାର କରିବା ପାଇଁ କୁଆଁରମୁଣ୍ଡା ସରପଞ୍ଚ ସୁଷମାକାନ୍ତି କିଣ୍ଡୋ,ସାମାଜିକ କର୍ମୀ ଅର୍ଜୁନ ମିଞ୍ଜ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ...

ଗଞ୍ଜାମରେ କରୋନା ନେଲା ୨ ମହିଳାଙ୍କ ଜୀବନ: ଜିଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ୨ ମହିଳାଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକ...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ଇକୋ ପାର୍କ ଖୋଲିବାକୁ ଅପେକ୍ଷା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ...

ଜିପିଆର୍‌ଏସ୍‌ ବିନା ଖନନ: ଐତିହ୍ୟ କୀର୍ତ୍ତିରାଜି ନଷ୍ଟ

ପୁରୀ ଅଫିସ, ୧୯ା୫: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏମାର ମଠ। ଅତୀତରେ ଏହି ମଠ ପରିସରରୁ ରୁପା ଇଟା ବାହାରିଥିବାବେଳେ ଏବେ ଶ୍ରୀମନ୍ଦିର ପରିକ୍ରମା...

ଦାରିଙ୍ଗବାଡି ଯୁବକ ବିହାରରେ ଆଞ୍ଚଳିକ ଲେବର କମିଶନର

ଦାରିଙ୍ଗବାଡି,୧।୩(ଡି.ଏନ.ଏ) – କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଆଣିଦେଇଛି ସଫଳତା। ଭଲ ପଥ ପ୍ରଦର୍ଶକ ଓ ଅର୍ଥ ନ ଥାଇ ମଧ୍ୟ ଜଣେ ଯୁବକ ସଫଳତା...

Advertisement
Archives

Model This Week