Posted inଖେଳ

ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଆଜିଠାରୁ

କେପ୍‌ ଟାଉନ୍‌, ୧୦ା୨ (ପି.ଟି.):ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁବ। ଭାରତ ଓ ଇଂଲଣ୍ଡ ସମେତ ଅନ୍ୟ କେତୋଟି ଦଳ ତାହା କରାଇ ଦେବାକୁ ଚାହିଁବେ ନାହିଁ। ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଇତିମଧ୍ୟରେ ଖେଳାଯାଇ ସାରିଥିବା ୭ଟି ସଂସ୍କରଣ ମଧ୍ୟରୁ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି। ୨୦୨୦ରେ ଟି୨୦ ବିଶ୍ୱକପ୍‌ ଜିତିବା ପରେ ଅଷ୍ଟ୍ରେଲିଆକୁ ଏହି ଫର୍ମାଟ୍‌ରେ ଅନ୍ୟ ଦଳ କ୍ୱଚିତ ଚାଲେଞ୍ଜ ଦେଇଛନ୍ତି। ଗତ ୨୨ ମାସ ମଧ୍ୟରେ ଦଳ ମାତ୍ର ଥରେ ପରାଜିତ ହୋଇଛି, ତାହାପୁଣି ନିଜ ଦେଶ ବାହାରେ ଭାରତ ବିପକ୍ଷରେ ପୁଣି ସୁପର ଓଭର ପଦ୍ଧତିରେ। ଗତଥରର ଚାମ୍ପିୟନ ଟୁର୍ନାମେଣ୍ଟ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। ସଫଳ ହେଲେ ଏହା ହେବ ଦଳର ୬ଷ୍ଠ ଏବଂ ରେକର୍ଡ ୬ଷ୍ଠ ଟାଇଟଲ ସଫଳତା ହାସଲ । ଅଧିନାୟିକା ମେଗ୍‌ ଲାନିଙ୍ଗ ଫେରିଥିବାରୁ ଦଳର ମନୋବଳ ବୃଦ୍ଧି ପାଇଛି। ପୁନଶ୍ଚ ପେଣ୍ଡା ଇଞ୍ଜୁରିରୁ ମୁକ୍ତିଲାଭ କରି ଷ୍ଟାର ଉଇକେଟକିପର ଆଲିସା ହିଲି ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ଦଳରେ ଲାନିଙ୍ଗ, ହିଲି, ଏଲିସ୍‌ ପେରୀ ଓ ଟାହଲିଆ ମ୍ୟାକ୍‌ଗ୍ରାଥଙ୍କ ଭଳି ବହୁ ହିଟର ରହିଛନ୍ତି। ଏମାନଙ୍କୁ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ସୁଦୃଢ। ଅଭିଜ୍ଞ ପେସ୍‌ ବୋଲର ମେଗାନ ସ୍କଟ୍‌ ବୋଲିଂ ଡିପାର୍ଟମେଣ୍ଟର ନେତୃତ୍ୱ ନେବେ। ଦଳରେ ବହୁ ବିକଳ୍ପ ସ୍ପିନର ରହିଛନ୍ତି। ଅଲ୍‌ରାଉଣ୍ଡର ଆଶଲେ ଗାର୍ଡନର ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ମାତ୍ର ନିକଟରେ ଭାରତ ବିପକ୍ଷ ସିରିଜ ସଂଘର୍ଷପୂର୍ଣ୍ଣ ହେବା ସହ ଓ୍ବାର୍ମଅପ୍‌ରେ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଥିବାରୁ ଅଷ୍ଟ୍ରେଲିଆକୁ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଦଳ ହରାଇ ପାରିବେ। ଗତ ସଂସ୍କରଣ ରନରଅପ୍‌ ଭାରତ ଥରେ ହେଲେ ଏହି ପ୍ରତିଯୋଗିତା ଜିତିପାରି ନାହିଁ। ଏଥର ଆଶା ପୂରଣ କରିବାକୁ ଚାହିଁବ। ଦଳ ବିଶେଷ କରି ସ୍ମୃତି ମନ୍ଧାନା, ଶେଫାଳି ବର୍ମା ଓ ଅଧିନାୟିକା ହରମନପ୍ରୀତ କୌରଙ୍କୁ ନେଇ ଏହାର ବ୍ୟାଟିଂ ଲାଇନ୍‌ ଅପ୍‌ର ପ୍ରଦର୍ଶନ ଉପରେ ନିର୍ଭରଶୀଳ। ଟୁର୍ନାମେଣ୍ଟରେ ଇଂଲଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ଗ୍ରୁପ୍‌-ବିରେ ସ୍ଥାନ ପାଇଛନ୍ତି। ୨୦୦୯ରେ ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣରେ ଇଂଲଣ୍ଡ ଥରେ ମାତ୍ର ଚାମ୍ପିୟନ ହୋଇପାରିଛି। ଦଳ ୩ ଥର ଫାଇନାଲରେ ପ୍ରବେଶ କରିପାରିଛି। ହିଥର ନାଇଟ୍‌ଙ୍କ ଅଧିନାୟକତ୍ୱ ପରେ ଇଂଲଣ୍ଡ ଦ୍ୱିତୀୟ ଥର ଏହି ଚାମ୍ପିୟନଶିପ୍‌ ଜିତିବା ଲକ୍ଷ୍ୟ ରଖିଛି। ଶୁକ୍ରବାର ଆୟୋଜକ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri