Posted inଜାତୀୟ

କାମ୍‌ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ

କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍‌ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨ ସମ୍ପର୍କୀୟଙ୍କୁ ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲା କୋର୍ଟ ପକ୍ଷରୁ ମାମଲାର ଶୁଣାଣି କରାଯାଇ ଅତିରିକ୍ତ ଜିଲା ଜଜ୍‌ ଅଭିଯୁକ୍ତ କାମ୍‌ରୁଜ୍ଜନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୯ ମେ’ରେ ଜଣେ ୧୬ ବର୍ଷୀୟ ଯୁବତୀଙ୍କୁ ସେ ବଳାତ୍କାର କରିବା ପରେ ଜୁନ୍‌ ୨ରେ ଗିରଫ ହୋଇଥିଲେ। ଦୁଇ ଜିଲାରେ ସେ ପୂର୍ବରୁ ୧୫ ମାମଲାରେ ଅଭିଯୁକ୍ତ ରହିଥିଲେ। ତାଙ୍କ ବିରୋଧରେ ୬ଟି ବଳାତ୍କାର ଉଦ୍ୟମ ମାମଲା ମଧ୍ୟ ରହିଛି। ୧୬ରୁ ୭୫ ବର୍ଷ ବୟସର ୯ ଜଣଙ୍କୁ ସେ ହତ୍ୟା କରିଛନ୍ତି। ୨୦୧୩ରୁ ୨୦୧୯ ମଧ୍ୟରେ ସେ ଅନେକ ଚୋରି, ଡକାୟତି କରିଥିଲେ। କୋର୍ଟ ଏହାକୁ ରେୟାରେଷ୍ଟ ଅଫ୍‌ ରେୟାର ମାମଲା ଭାବେ ଗ୍ରହଣ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନ୍‌ମାରରେ ୩୦୦ ଭାରତୀୟ ପଣବନ୍ଦୀ

ଚେନ୍ନାଇ,୨୧ା୯: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଚାକିରି ଲୋଭରେ ୬୦ ତାମିଲଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡ ଯିବାବେଳେ ମ୍ୟାନ୍‌ମାରରେ ଫସିଯାଇଛନ୍ତି। ନିଯୁକ୍ତି ଆଶାୟୀ ଭାରତୀୟଙ୍କୁ...

କ୍ରସ୍‌ ଭୋଟିଂ କରିବେ ୪ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୮।୬: ରାଜ୍ୟ ସଭା ନିର୍ବାଚନ ବେଳେ ରାଜସ୍ଥାନର ୪ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ। ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଏହି...

ଚାଇନା ସୀମାରେ ପ୍ରତିରକ୍ଷା ମିଶାଇଲ୍‌

ନୂଆଦିଲ୍ଲୀ, ୨୬।୮: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ପଇଁତରା ମାରିବା ପରେ ଭାରତୀୟ ସେନା ସେଠାରେ ଯବାନମାନଙ୍କୁ ଏୟାର ଡିଫେନ୍ସ...

କରୋନା ଚିକିତ୍ସା ପାଇଁ କର୍ନାଟକ କରିବ ପ୍ଲାଜମା ଥେରାପିର ବ୍ୟବହାର

ବେଙ୍ଗାଲୁରୁ,୨୧।୪: କରୋନା ସଂକ୍ରମଣ ରୋକିବାକୁ ସବୁ ଦିଗରେ ଚେଷ୍ଟା ଚାଲିଥିବା ବେଳେ ଏବେ ଭାରତରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କର୍ନାଟକରେ ଏବେ ପ୍ଲାଜମା ଥେରାପି...

ମିଶନ ଏୟାରଲିଫ୍ଟ: ଇରାନରୁ ସ୍ବଦେଶ ଫେରିଲେ ଭାରତୀୟ; ଏବେ ବି ରହିଛନ୍ତି ୬ ହଜାର

ନୂଆଦିଲ୍ଲୀ,୧୫।୩: ଇରାନରେ ଥିବା ୨୩୪ ଭାରତୀୟ ସ୍ବଦେଶ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ର ଥିବାବେଳେ ୧୦୩ଜଣ ତୀର୍ଥଯାତ୍ରୀ ରହିଛନ୍ତି। ଏବେ ମଧ୍ୟ ଇରାନରେ...

ଆଜି ଐତିହାସିକ ନିଷ୍ପତ୍ତି ଘୋଷଣା କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୭।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଭଗଓ୍ବନ୍ତ ମାନ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ଟୁଇଟ୍‌...

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ...

ବହୁ ପ୍ରତିକ୍ଷା ପରେ ବିହାର ପହଞ୍ଚିଲା ମୌସୁମୀ

ପାଟନା,୨୨।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବିହାରବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ଶୁକ୍ରବାର ସୁଦ୍ଧା ମୌସୁମୀ ବିହାର ଛୁଇଁଥିବା କୁହାଯାଉଛି। ଏହାର ପ୍ରଭାବରେ...

Advertisement
Archives

Model This Week