ଆଜିଠାରୁ କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର, ୨୪।୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ବୁଧବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ସନ୍ଧ୍ୟାରେ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ଚାମ୍ପିୟନ୍ସଟ୍ରଫିଠାରୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ଅଧଡଜନେରୁ ଊର୍ଦ୍ଧ୍ୱ ସିନିୟର ସ୍ତରର ବଡ଼ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରି ପ୍ରଶଂସା ସାଉଁଟିଥିବା ଓଡ଼ିଶା ଏବେ ବିଶ୍ୱର ରାଇଜିଂ ଷ୍ଟାରଙ୍କୁ ନେଇ ହେବାକୁ ଯାଉଥିବା ଏହି ମେଗା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ବିନା ଦର୍ଶକରେ ପ୍ରତିଯୋଗିତା ହେବାପାଇଁ ନିଷ୍ପତ୍ତି ହୋଇଛି। ଖେଳାଳିମାନଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କୋଭିଡ୍‌ ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି। ମୋଟାମୋଟି ପ୍ରତିଯୋଗିତାକୁ ସୁରକ୍ଷିତ ଏବଂ ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଭୁବନେଶ୍ୱରରେ ପହଞ୍ଚତ୍ ଅଭ୍ୟାସକୁ ଜୋରଦାର କରିଛନ୍ତି। ପୁଲ୍‌ ‘ଏ’ରେ ବେଲ୍‌ଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଚିଲି ରହିଥିବାବେଳେ ଘରୋଇ ଭାରତ ପୁଲ୍‌ ‘ବି’ରେ କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ସ୍ଥାନ ପାଇଛି। ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ସ୍ପେନ, କୋରିଆ, ଆମେରିକା ଏବଂ ପୁଲ୍‌ ‘ଡି’ରେ ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ସ୍ଥାନ ପାଇଛନ୍ତି। ଗତଥରର ଚାମ୍ପିୟନ ଭାରତ ବୁଧବାର ଫ୍ରାନ୍ସ ବିପକ୍ଷରେ ମ୍ୟାଚ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ସିନିୟର ଦଳର ଅନ୍ୟତମ ସଦସ୍ୟ ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଜୁନିୟର ଦଳ ଏଠାରେ ଟୁର୍ନାମେଣ୍ଟ ଖେଳିବ।
ଭାରତୀୟ ଦଳରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁଦୀପ ଚିରମୋକୋ ଓ ସୁନୀଲ ଜୋଜୋ। ଅଭିଷେକ, ସୁଦୀପ ଓ ସୁନୀଲ ଘରୋଇ ପରିବେଶରେ ପ୍ରଥମଥର ପାଇଁ ଏପରି ଏକ ବଡ଼ ଓ ସମ୍ମାନଜନକ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେଣୁ ଏହା ସେମାନଙ୍କ ପାଇଁ ସ୍ମରଣୀୟ ରହିବ ନିଶ୍ଚିତ।
ବିଶ୍ୱକପ୍‌ ଆରମ୍ଭର ୨ ମାସ ପୂର୍ବରୁ ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରାଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଥିଲା। ପୂର୍ବରୁ ଏହି ଟୁର୍ନାମେଣ୍ଟ ଗୁଆହାଟୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ପରେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ। ୨ ମାସ ସମୟ ମିଳିଥିଲେ ହେଁ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପ୍ରକାଶଯୋଗ୍ୟ ଯେ ୨୦୧୮ରୁ ଓଡ଼ିଶା ସରକାର ଭାରତୀୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ପୂର୍ବରୁ ୫ ବର୍ଷ ପାଇଁ ଓଡ଼ିଶା ପ୍ରାୟୋଜକ ଥିବାବେଳେ ପରେ ଏହାକୁ ଆଉ ୧୦ ବର୍ଷ ଅର୍ଥାତ୍‌ ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୩ ସିନିୟର ପୁରୁଷ ହକି ବିଶ୍ୱକପ୍‌ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବ। ଏହା ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ। ଜୁନିୟର ହକି ବିଶ୍ୱକପ୍‌ର ଗତ ସଂସ୍କରଣ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଓ ଏଥିରେ ଭାରତ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ…

ଭୁବନେଶ୍ୱର,୨୦।୪: ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ...

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri