ଜୁନିୟର ହକି ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୧୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ। ପୂର୍ବରୁ ଚାମ୍ପିୟନ୍ସ ଟ୍ରଫିଠାରୁ ଆରମ୍ଭ କରି ସିନିୟର ହକି ବିଶ୍ୱକପ ପର୍ଯ୍ୟନ୍ତ ଅଧ ଡଜନେରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବା ଓଡ଼ିଶା ଏବେ ବିଶ୍ୱର ଶ୍ରେଷ୍ଠ ରାଇଜିଂ ଷ୍ଟାରଙ୍କୁ ନେଇ ଏହି ମେଗା ପ୍ରତିଯୋଗିତା ଆୟୋଜନ କରାଇବାପାଇଁ ଦୃଢ଼ ପରିକର। ୧୬ ଦଳର ଅଧିନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ରଫି ଉନ୍ମୋଚନ କରିବା ସହ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ଧ୍ରୁବ ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଓ କମିିଶନର ଆର. ଭିନିଲ କ୍ରିଷ୍ଣା, ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ମନ ମୋହିଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ବିନା ଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ତେଣୁ ଷ୍ଟାଡିୟମରେ ପୂର୍ବର ଦର୍ଶକ କୋଳାହଳ ନାହିଁ। ପ୍ରଥମ ଦିବସରେ ବୁଧବାର ମୋଟ ୫ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ୪ଟି ମ୍ୟାଚରେ ବେଲଜିୟମ, ଜର୍ମାନୀ, ମାଲେସିଆ ଓ ପୋଲାଣ୍ଡ ବିଜୟୀ ହୋଇଛନ୍ତି। ପ୍ରକାଶ ଯେ, ହକିିକୁ ପ୍ରୋତ୍ସାହନ ଦେଇ ଆସୁଥିବା ଓଡ଼ିଶା ସରକାର ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ପ୍ରଥମେ ୫ ବର୍ଷ ପାଇଁ ଚୁକ୍ତି ହୋଇଥିବାବେଳେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାପରେ ଏହାକୁ ଆଉ ୧୦ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ସଫଳତାର ସହ ଆୟୋଜନ କରି ପ୍ରଶଂସା ସାଉଁଟିଥିବା ରାଜ୍ୟ ସରକାର ଏଥର କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସୁରକ୍ଷିତଭାବେ ପ୍ରତିଯୋଗିତା ଶେଷ କରିବା ମୁଖ୍ୟ ଲକ୍ଷ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ପ୍ରୋତ୍ସାହନ ଦେଉଥିବାରୁ ପୁରସ୍କାର ସ୍ବରୂପ ୨୦୨୩ ସିନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ ଅଧିକାର ଓଡ଼ିଶାକୁ ମିିଳିଛି। ଏହା ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ ସମ୍ପ୍ରତି ନିର୍ମାଣାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri